Advertisment

ମାଛ ଧରିବା ପାଇଁ ଏତେ ପାଗଳ ଯେ ନିଜ ବାହାଘର ତାରିଖ ଘୁଞ୍ଚାଇଦେଲେ

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଛ ଧରା ନିଶା ଏମିତି ପାଗଳ କରିଥିଲା ଯେ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଦେଇନଥିଲେ ପଛଘୁଞ୍ଚା । ଦେଖନ୍ତୁ କେମିତି ଘୁଞ୍ଚିଥିଲା ବିବାହର ତାରିଖ.

Marriage Postpones

Marriage Postpones

Advertisment

ମାଛ ଧରା ପାଇଁ ନିଜ ବାହାଘର ଘୁଞ୍ଚାଇ ଦେଲେ ଯୁବକ । ୭ ଦିନ ପାଇଁ ଘୁଞ୍ଚିଲା ବିବାହ ତାରିଖ । ମାଛ ଧରା ନିଶା କଲା ପାଗଳ। ଏମିତିକି ନିଜ ବିବାହ ପାଇଁ ସ୍ଥିର ହୋଇଥିବା ତାରିଖକୁ ଘୁଞ୍ଚାଇ ଦେଲେ ଯୁବକ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବଢିଲା ଚର୍ଚ୍ଚା।

Advertisment

ସାଧାରଣତଃ ଆମେ ସମସ୍ତେ ନିଜ ବାହାଘରକୁ କିଛି ମାତ୍ରାରେ ଭିନ୍ନ ତଥା ସ୍ମରଣୀୟ କରିବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ନୀଳଗିରିର ଯୁବକ ଜଣଙ୍କ ଯେଉଁ କାମ କରିଛନ୍ତି କେବଳ ସେହି ଅଂଚଳରେ ନୁହେଁ ବରଂ ପୂରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଆଜିକାଲି ସହରି ସଭ୍ୟତା ଭିତରେ ପୂର୍ବ ସମୟରେ ଯେଭଳି ସଭିଙ୍କ ଘର ବାଡ଼ିରେ ଗାଡ଼ିଆ,ଗାଁରେ ପୋଖରୀର ଛବି ଥିଲା, ଆଜିକାଲି ତାହା ଆଉ ଦେଖାଯାଉନି। ବହୁସ୍ଥାନରେ ଗଡ଼ିଆ ପୋଖରୀ ପୋତି ହୋଇ ଗଲାଣି । ହେଲେ ପିଲାଦିନର ଗାଡ଼ିଆ ପୋଖରୀରେ ବନଶୀ ପକାଇବାର ସ୍ମୃତି କିଛି ଅଲଗା।

ବାଲେଶ୍ୱର ନୀଳଗିରି ସହରରେ ଥିବା ସଙ୍କରାଖୁଣ୍ଟା ପୋଖରୀରେ ବନିସି ପକାଇବା ପାଇଁ ପ୍ରତିଯୋଗିତା ହୋଇଥିଲା । ଆଉ ଏଇ ପ୍ରତିଯୋଗିତାରେ ଅନେକ ଲୋକ ଭାଗ ବି ନେଇଥିଲେ। ଆଉ ୟାଙ୍କରି ମଧ୍ୟରୁ ମାଛ ଧରା ପାଇଁ ଜଣେ ନିଜ ବିବାହ ତାରିଖକୁ ଘୁଂଚାଇ ଦେଇଥିବା ଜଣାପଡ଼ିଛି। ଯାହାକୁ ନେଇ ବଢୁଛି ଚର୍ଚ୍ଚା ।

Advertisment

ରିପୋର୍ଟର- ବିଶ୍ୱମ୍ବର ଦାସ

Special Story Marriage Postpones
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ