ପେଶାରେ ସରକାରୀ ଚାକିରିଆ, ନିଶା ପକ୍ଷୀଙ୍କ ଫଟୋ ଉଠାଇବା

ଦିନେଶ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଟ କିରାଣୀ । ୧୦ ଟା ବାଜିଲେ ବାହାରିପଡନ୍ତି ଜିଲ୍ଲାପ।।ଳଙ୍କ କାର୍ଯ୍ୟାଳୟକୁ । ନିର୍ଦ୍ଧାରିତ ସମୟରେ ନିଜର କାମ କରନ୍ତି । ଆଉ କାମ ସରିଗଲା ପରେ ପୁଣି ହାତରେ କ୍ୟାମେରା ଧରି ବାହାରିପଡନ୍ତି ପକ୍ଷୀଙ୍କ ଫଟୋ ଉଠାଇବା ପାଇଁ

ପକ୍ଷୀ ପ୍ରେମୀ ଦିନେଶ

ପେଶାରେ ସରକାରୀ ଚାକିରିଆ । କିନ୍ତୁ ନିଶା ପକ୍ଷୀଙ୍କ ଫଟୋ ଉଠାଇବା । ଦିନେକି ଦୁଇଦିନ ନୁହେଁ ଆଜିକୁ ୪ ବର୍ଷରୁ ଉର୍ଦ୍ଧ୍ୱ ସମୟହେଲା ପକ୍ଷୀଙ୍କ ପ୍ରେମରେ ପଡିଯାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ଦିନେଶ ରଂଜନ ମିଶ୍ର ପକ୍ଷୀଙ୍କ ଫଟୋ ଇଠାଇବା ପାଇଁ ଏକ ପ୍ରକାର ପାଗଳ କରିଲେ ଚଳେ ।

ଦିନେଶ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଟ କିରାଣୀ । ୧୦ ଟା ବାଜିଲେ ବାହାରିପଡନ୍ତି ଜିଲ୍ଲାପ।।ଳଙ୍କ କାର୍ଯ୍ୟାଳୟକୁ । ନିର୍ଦ୍ଧାରିତ ସମୟରେ ନିଜର କାମ କରନ୍ତି । ଆଉ କାମ ସରିଗଲା ପରେ ପୁଣି ହାତରେ କ୍ୟାମେରା ଧରି ବାହାରିପଡନ୍ତି ପକ୍ଷୀଙ୍କ ଫଟୋ ଉଠାଇବା ପାଇଁ । ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଫଟୋ ଉଠାଇବା ଏବଂ ତାଙ୍କର ଜୀବନଶୈଳୀ ଉପରେ ଅଧିକ ଜାଣିବାର ରୁଚି ରଖନ୍ତି ଦିନେଶ । ଏଣୁ କେବଳ ଛୁଟିଦିନ ନୁହେଁ ସମୟ ବାହାର କରି ପ୍ରତ୍ୟେକଦିନ ସେ ଏହି କାମ କରନ୍ତି ।

ଏହାରି ଭିତରେ ସେ ତାଙ୍କର କେମେରା ଲେନ୍ସରେ ୨୯୦ ପ୍ରଜାତିର ପକ୍ଷୀଙ୍କୁ କ୍ୟାପଚର କରିସାରିଲେଣି । ଏହା ସହ ପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି । ଦିନେଶଙ୍କ ଏଭଳି କାର୍ଯ୍ୟପାଇଁ ତାଙ୍କୁ ବନ ବିଭାଗ ପକ୍ଷରୁ ବିଜୁ ପଟ୍ଟାନାୟକ ପୁରସ୍କାର ମିଳି ସାରିଥିବା ବେଳେ ରାଜ୍ୟ ସ୍ତରରେ ଚିତ୍ର ବର୍ଣ୍ଣାଳୀ ପୁରସ୍କାର ମଧ୍ୟ ମିଳିସାରିଛି । ସୋନପୁରର ଜଳବାୟୁ ସହିତ ଏଠାରେ ଥିବା ପର୍ଯ୍ୟାପ୍ତ ପରିମାଣର ନଦୀ,ନାଳ ଏବଂ ଜଂଗଲ ଯୋଗୁଁ ଏଠାରେ ଶହ ଶହ ପକ୍ଷୀ ବାସକରୁଥିବାବେଳେ ରୁତୁ ଅନୁସାରେ ଶହ ଶହ ବିଦେଶାଗତ ପକ୍ଷୀ ମଧ୍ୟ ଏଠାକୁ ଆସୁଥିବା ଦିନେଶ କହିଛନ୍ତି ।

ଯାହାକୁ ଦେଖିବାକୁ ଧିରେ ଧିରେ ପକ୍ଷୀପ୍ରେମୀଙ୍କ ସଂଖ୍ୟା ମଧ୍ୟ ବଢୁଥିବା ସେ କହିଛନ୍ତି । ଦିନେଶଙ୍କୁ ଦେଖି ଏବେ ଅନ୍ୟମାନେବି ଏନେଇ ଅନୁପ୍ରାଣିତ ହେଲେଣି । ଦିନେଶଙ୍କ ସହ ସାଙ୍ଗହୋଇ ଏବେ ଅନ୍ୟ ଯୁବକମାନେ ମଧ୍ୟ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଫଟୋ ଉଠାଇବାକୁ ମନବଳାଇଥିବା କହିଛନ୍ତି ।