Odisha Man Grows Apple
ଗଛରେ ଲାଲ ଲାଲ ହୋଇ ଫଳିଛି ଆପେଲ । ୪୦ ଡିଗ୍ରୀ ତାପମାତ୍ରା ପରେ ବି ଗଛରେ ପ୍ରବଳ ଫଳିଛି ଆପେଲ। ଗୁଳୁଗୁଳି ସାଙ୍ଗକୁ ଗରମ ପବନ ଲୋକଙ୍କୁ ଛଟପଟ କରୁଛି ହେଲେ ଥଣ୍ଡା ପରିବେଶରେ ଚାଷ ହେଉଥିବା ଏହି ଆପେଲ କିନ୍ତୁ ମୌସମରେ ମଧ୍ୟ ଫଳିଛି ।
ଗଛ ଡାଳରେ ଆପେଲ ଫଳିଛି ଆଉ ଖରାରେ ପୂରା ଲାଲ ଟହଟହ ଦେଖାଯାଉଛି। ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗୁଳୁଗୁଳି ସାଙ୍ଗକୁ ଗରମ ପବନ ଲୋକଙ୍କୁ ଛଟପଟ କରୁଛି। ତେବେ ଏପରି ସମୟରେ ମଧ୍ୟ ସେଓ ଚାଷ କରି ସଫଳତା ପାଇଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଚାଷୀ କ୍ଷମାନିଧି ବାରିକ । ନିଜର ୩୦ ଡ଼ିସିମିଲ ଜମିରେ ଗତ ବର୍ଷ ସେଓ ଚାଷ ଆରମ୍ଭ କରିଥିଲେ, ବର୍ତ୍ତମାନ ଗଛରେ ସେଓ ଫଳିବା ଆରମ୍ଭ ବି ହୋଇଛି ।
HRMN-99 ପ୍ରଜାତିର ୧୫୦ ଟି ଚାରା ଆଣି ପ୍ରଥମେ ଚାଷ ଆରମ୍ଭ କରିଥିଲେ କ୍ଷମାନିଧି । ସେଥିମଧ୍ୟରୁ ବର୍ତ୍ତମାନ ୧୩୦ ଟି ଗଛ ରହିଛି । ଆଉ ଗଛରେ ଫଳ ଆସିବା ପରେ ସୁନ୍ଦର ଦେଖାଯାଉଛି ଏବଂ ବେଶ ସୁସ୍ୱାଦୁ ମଧ୍ୟ ଲାଗୁଛି । ତେବେ ଏହି ଚାଷ ପାଇଁ ସେ କୃଷି ବୈଜ୍ଞାନିକ ସନତ ମେହେରଙ୍କ ସହାୟତା ନେଇଥିବା ବେଳେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
ସରକାରୀ ସ୍ତରରେ ସେଓ ଚାଷ ପାଇଁ ଚାଷୀଙ୍କୁ କୌଣସି ସରକାରୀ ସହାୟତା ଦିଆଯାଉ ନଥିବାବେଳେ ନିଜସ୍ୱ ଖର୍ଚ୍ଚରେ ସେ ଏହି ଚାଷ ଆରମ୍ଭ କରିଛନ୍ତି ଏବଂ ଗୋଟିଏ ଗଛରେ ହାରାହାରି ୫୦ ରୁ ୧୦୦ କେଜି ଫଳ ଆସିବା ଲକ୍ଷ୍ୟ ରଖିଛନ୍ତି । ଆଉ ଏଇ ଚାଷ କରି ବର୍ଷକୁ ୧୨ ରୁ ୧୫ ଲକ୍ଷ ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି।
ରିପୋର୍ଟର- ଦୀପକ ଶର୍ମା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655189109.jpg)