Advertisment

ଏ ସରକାର ଚେଇଁ ଶୋଇଛି !! ୨୨ ବର୍ଷ ହେଲାଣି ସରିପାରୁନି ଗୋଟିଏ ପ୍ରକଳ୍ପ?

ବର୍ଷ ପରେ ବର୍ଷ ବିତୁଛି, ପ୍ରକଳ୍ପର ବ୍ୟୟ ବି ବଢୁଛି। ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ କାମ ସରିବାରେ ନା ନେଉନି। କେବଳ ସରକାରୀ ଅର୍ଥ ଆତ୍ମସାତ୍‌ ହେଉଛି କହିଲେ ଅତ୍ୟୁକ୍ତି ହେବନି।

ଅଦ୍ୟତନ ହୋଇଛି
Project Unfinished

Project Unfinished

Advertisment

କ୍ଷୁଦ୍ର ଜଳସେଚନ ବିଭାଗରେ ବଡ଼ଧରଣର ଦୁର୍ନୀତି । ୨୨ ବର୍ଷ ହେଲାଣି ସରିପାରୁନି ପ୍ରକଳ୍ପ । ୪ କୋଟିରୁ ୩୦ କୋଟିରେ ପହଞ୍ଚିଲାଣି ବ୍ୟୟ ଅଟକଳ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ? ଜଳ ସେଚନ ବିଭାଗରେ ଚାଲିଛି ବଡ଼ ଦୁର୍ନୀତି। ଚାଷୀଙ୍କୁ କେମିକି ପାଣି ମିଳିବ ସେନେଇ ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଛି।

Advertisment

ବର୍ଷ ପରେ ବର୍ଷ ବିତୁଛି, ପ୍ରକଳ୍ପର ବ୍ୟୟ ବି ବଢୁଛି। ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ କାମ ସରିବାରେ ନା ନେଉନି। କେବଳ ସରକାରୀ ଅର୍ଥ ଆତ୍ମସାତ୍‌ ହେଉଛି କହିଲେ ଅତ୍ୟୁକ୍ତି ହେବନି। କେନ୍ଦୁଝର ଜଳସେଚନ ବିଭାଗ ଅଧିନରେ ଥିବା ତେଲକୋଇ ବ୍ଲକ୍‌ର କାକୁଡ଼ିଅମ୍ବା ପ୍ରକଳ୍ପକୁ ନେଇ ଏବେ ପୁଣି ଦେଖାଦେଇଛି ବିବାଦ। କାରଣ ୯୦ ଦଶକରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସରିପାରିନି। 

ସେତେବେଳେ ୪ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ବ୍ୟୟ ବର୍ତ୍ତମାନ ୩୦ କୋଟି ପାର କଲାଣି। ହେଲେ କାମ ସରିବାରେ ନା ଧରୁନି। ପ୍ରଥମେ ଯେଉଁ ଠିକାଦାର ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଦାୟିତ୍ୱ ନେଇଥିଲେ ତାଙ୍କ ନାଁରେ ଅଭିଯୋଗ ହେବା ପରେ ନିର୍ମାଣ ଦାୟିତ୍ୱ ଓସିସିକୁ ଦିଆଯାଇଥିଲା। କିନ୍ତୁ ପ୍ରକଳ୍ପ କାମ ସରପାରିଲା ନାହିଁ। ତେବେ ଏହି ପ୍ରକଳ୍ପରେ ସର୍ବାଧିକ ସମୟ କନିଷ୍ଠ ଇଞ୍ଜିନିୟର ରାଜେନ୍ଦ୍ର କୁମାର ମହାପାତ୍ର କାମ କରିଛନ୍ତି। ଆଉ ଏହି ଦୁର୍ନୀତି ପାଇଁ ଲୋକେ ତାଙ୍କୁ ଦାୟୀ କରୁଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, କାମ ଏତେ ଉନ୍ନତମାନର ହୋଇଥିଲା ଯେ, ୨୦୧୨ ମସିହାରେ ପ୍ରକଳ୍ପର ସରପ୍ଲସ୍‌ ବର୍ଷା ପାଣିରେ ଧୋଇ ଯାଇଥିଲା। କେବଳ ଏତିକି ନୁହେଁ ବରଂ ୨୦୧୪ ମସିହାରେ ପ୍ରକଳ୍ପର ମୁଖ୍ୟ ବନ୍ଧରେ ଘାଇ ସୃଷ୍ଟି ହୋଇ ୫୦ ମିଟର ବନ୍ଧ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପରେ ତାଳିପକା କାମ ପରି କିଛି ବାଲିବସ୍ତା ଦେଇ ଘାଇ ବନ୍ଧ କରାଯାଇଥିଲା ଓ ପରେ ପୁଣି କେନାଲ କାମ ହୋଇଥିଲା। ଆଉ ଏ ପର୍ଯ୍ୟନ୍ତ କେନାଲ କାମ ଚାଲୁଛି। ତେବେ ଏତେ ବଡ଼ ପ୍ରକଳ୍ପ କେବେ ସରିବ ଏବଂ ଚାଷୀମାନେ କେବେ ପାଣି ପାଇବେ ତାହାକୁ ଅପେକ୍ଷା ରହିଛି।

Corruption Special Story Project Unfinished
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ