Advertisment

ପୂରଣ ହେଲାନି ନୂଆ ଘର ତିଆରି ସ୍ୱପ୍ନ; ବାହାଘର ସାରି ଯାଇଥିଲେ ହେଲେ ଶବ ହୋଇ ଫେରିଲେ

ଭଉଣୀ ବାହାଘର ସାରି ଚାକିରିକୁ ଫେରିଥିଲେ। ହେଲେ ପୁଣି ଘରକୁ ଶବ ହୋଇ ଫେରିଲେ। ମାଆକୁ କଥା ଦେଇଥିଲେ, ଭଉଣୀ ବାହାଘର ସରିଲା, ଏଥର ଆସିଲେ ନୂଆ ଘର କରିବି। ସବୁ ସ୍ୱପ୍ନ ଚୁରମାର୍ ହୋଇଗଲା। ସ୍ୱାମୀକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛି ୮ ମାସର ଗର୍ଭବତୀ ସ୍ତ୍ରୀ..ବାପାର ଶବକୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛି କୁନି ଝିଅ..ଭେଣ୍ଡିଆ ପୁଅକୁ ହରାଇ ପାଗଳ ପ୍ରାୟ ବାପା

Body of Odia Jawan

Body of Odia Jawan

Advertisment

ଦାଣ୍ଡ ଦୁଆରେ ଚିର ନିଦ୍ରାରେ ଶୋଇଛନ୍ତି ଗାଁର ସାହସି ପିଲା । ଭାଇ ଭଉଣୀ, ବାପା ମାଆ , ବନ୍ଧୁ-ବାନ୍ଧବ ଓ ସାଙ୍ଗ ସାଥିଙ୍କ କାନ୍ଦରେ ଫାଟି ପଡୁଛି ଗାଁ ଦାଣ୍ଡ। ସ୍ୱାମୀଙ୍କ ପାର୍ଥୀବ ଶରୀର ପାଖରେ ମୁଣ୍ଡ ବାଡ଼େଇ କାନ୍ଦୁଛି ସ୍ତ୍ରୀ । ଆଉ ବୀର ବାପାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛି କୁନି ଝିଅ । ଏ ଦୃଶ୍ୟ ଏତେ ହୃଦୟ ବିଦାରକ ଯେ, ଭାଷାରେ ବର୍ଣ୍ଣନା କରିବା କଷ୍ଟକର । କାରଣ ୮ ମାସର ଗର୍ଭବତୀ ଥିବା ବେଳେ ସ୍ୱାମୀ ଛାଡ଼ି ଚାଲିଯିବା କେତେ ଯେ କଷ୍ଟକର ତାହା ବୁଝିବା ସମସ୍ତଙ୍କ ପକ୍ଷରେ ଅସମ୍ଭବ। ଭେଣ୍ଡିଆ ପୁଅକୁ ହରାଇ ବାପା କେତେ ମର୍ମାହତ ତାହା ମଧ୍ୟ କହିହେବନାହିଁ ।

Advertisment

ମୃତ ଯବାନ ଚନ୍ଦ୍ରକାନ୍ତ ସେଜପଡାଙ୍କ ବାପାଙ୍କ ଗୋଟିଏ ଇଚ୍ଛା, ପୁଅକୁ ଯିଏ ମାରିଛି ତାକୁ ଦଣ୍ଡ ମିଳୁ। କେବଳ ବାପା ନୁହେଁ ମାଆ ବି ରାହା ଛାଡ଼ି କାନ୍ଦୁଛି। ଭାଇକୁ ହରାଇ ଭଉଣୀ ବି ବାକଶୂନ୍ୟ। ଯାହାର ବାହାଘରକୁ ଆସିଥିଲେ ସିଏ କିଛି କହିବା ପରିସ୍ଥିତିରେ ନାହାନ୍ତି । କେବଳ ଭଉଣୀ ଗୋଟିଏ କଥା ବାରମ୍ବାର କହୁଛି, ମୋ ଭାଇକୁ କିଏ ମାରିଦେଇଛି ?

ଏଭଳି କିଛି ଜୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଖାନୁଆ ଗାଁରେ । ଗାଁର ପୁଅ ଛୁଟି ପରେ ସେନା ବାହିନୀରେ ପୁଣି ଯୋଗ ଦେବାକୁ ଫେରୁଥିଲେ। ହେଲେ ମୃତ୍ୟୁ ଯେମିତି ତାଙ୍କୁ ଅନାଇ ବସିଥିଲା। ଭଉଣୀ ବାହାଘର ସାରି କର୍ମକ୍ଷେତ୍ରକୁ ଫେରୁଥିବା ଭାଇର ଆସିଲା ମୃତ୍ୟୁ ଖବର। ଆଉ ହରିଆଣା ବାହାଦୁର ଗଡ଼ ନିକଟରେ ମିଳିଥିବା ମୃତ ଯବାନଙ୍କ ଶବ ଯେତେବେଳେ ଜନ୍ମମାଟିରେ ପହଞ୍ଚିଲା। ସେ ଦୃଶ୍ୟ ଅତି ହୃଦୟବିଦାରକ ଥିଲା।

Advertisment

ଚନ୍ଦ୍ରକାନ୍ତ ଭାରତୀୟ ସେନାବାହିନୀର ଜଣେ ସୁବେଦାର । ଗତ ଦୁଇ ସପ୍ତାହ ତଳେ ନିଜ ସାନ ଭଉଣୀର ବାହାଘରକୁ ଘରକୁ ଆସିଥିଲେ। ଗଲାବେଳେ ମାଆକୁ କହିଯାଇଥିଲେ ଆର ଥରକୁ ଆସିଲେ ନୂଆ ଘର କରିବା। ହେଲେ ଆର ଥରକୁ ଫେରିଲ ତ ନିଶ୍ଚୟ। କିନ୍ତୁ ଜୀବନ୍ତ ନୁହେଁ ବରଂ ଶବ ହୋଇ। କିଏ କାହାକୁ ସାନ୍ୱନା ଦେବ ବୁଝାପଡ଼ୁନି।

ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ହୋଇଛି। ତେବେ ମୃତ ଯବାନଙ୍କୁ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ବେତନଟୀ ଏସଡ଼ିପିଓ ରହି ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକାସନ୍ତପ୍ତ ପରିବାରକୁସମବେଦନା ଜଣାଇଛନ୍ତି । ଯାହା ବି ହେଉ, ମୃତ ଯବାନଙ୍କ ମୃତ୍ୟୁର ତଦନ୍ତ ସଠିକ୍‌ ଭାବରେ କରାଯାଇ ପରିବାରକୁ ନ୍ୟାୟ ମିଳୁ ବୋଲି ଗାଁ ଲୋକେ ଏବଂ ପରିବାର ସମ୍ପର୍କୀୟ ଦାବି କରିଛନ୍ତି ।

Advertisment

ରିପୋର୍ଟର- ମାନିକଲାଲ ପାଣି

Special Story Body Of Odia Jawan Mystery Shrouds Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ