Advertisment

ଯିଏ ଦିନେ ଲୋକଙ୍କୁ ସାହା ହେଉଥିଲେ, ଆଜି ତାଙ୍କ ଜୀବନ ନେଇଗଲା ଗଛ

ଯିଏ ଦିନେ ଶହଶହ ଲୋକଙ୍କୁ ଉଦ୍ଧାର କରୁଥିଲେ...ବନ୍ୟା ହେଉ କି ବାତ୍ୟା କି ଘରପୋଡ଼ି..ଖବର ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଉଥିଲେ ଆଉ ପ୍ରାଣ ରକ୍ଷା କରୁଥିଲେ...ରାସ୍ତା ଉପରେ ଗଛ ନେଇଗଲା ତାଙ୍କ ଜୀବନ। ରାସ୍ତାରେ ଯାଉ ଯାଉ ବିରାଟ ଡାଳ ପଡ଼ିଲା କିନ୍ତୁ ବଂଚିବାକୁ ସଂଘର୍ଷ କରୁଥିଲେ..ହେଲେ ଉଦ୍ଧାର ତ ହୋଇଗଲେ କିନ୍ତୁ ଜୀବନ ଫେରିପାରଲେନି ବାହାଦୁର ଅଗ୍ନିଶମ କର୍ମଚାରୀ

Tree Branch Falls Fire Personel Dead

Tree Branch Falls Fire Personel Dead

Advertisment

ସତରେ ମୃତ୍ୟୁ କଣ ଏମିତି ଆସେ? ଏମିତି ଏକ ଘଟଣା ଆପଣଙ୍କୁ ବିଚଳିତ କରିପାରେ କିନ୍ତୁ ଦୃଶ୍ୟ ପଛର ଥିବା ଘଟଣା ଜାଣିଲେ ଆପଣ ବି ସ୍ତବ୍ଧ ହୋଇଯିବେ। ଆଉ କହିବେ, କେମିତି ରାସ୍ତା ଉପରେ ଗଛ କଟା ଚାଲିଛି ଆଉ ଗଛ ତଳେ ଜଣେ ମଣିଷ ଚାପି ହୋଇ ରହିଥିବାରୁ ତାଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି । ଆଉ ଗଛ ଉପରେ ପଡ଼ିଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବ୍ୟକ୍ତି ଜଣକ।

Advertisment

ଦିନେ ଯିଏ ଅନ୍ୟ ମାନଙ୍କୁ ବିପଦରୁ ଉଦ୍ଧାର କରୁଥିଲେ ଆଜି ନିଜେ ବିପଦରେ ପଡ଼ିଲେ। ରାସ୍ତାରେ ଯାଉ ଯାଉ ଏଇ ବିରାଟ ଗଛ ତାଙ୍କ ଉପରେ ଏମିତି ଭାବରେ ପଡ଼ିଲା ସେ ପାଦେ ହଲି ବି ପାରିଲେନି । ଆଉ ବିରାଟ ଗଛ ଗଣ୍ଡି ତଳେ ଚାପି ହୋଇ ରହିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ବଂଚିବା ପାଇଁ ସଂଘର୍ଷ କରୁଥିଲେ। ଆଉ ତାଙ୍କୁ ବଂଚାଇବା ପାଇଁ ପୂରା ଦମ୍‌ରେ ଲାଗି ପଡ଼ିଥିଲା ଅଗ୍ନିଶମ ଟିମ୍‌ ସହ ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟା ।

ଏଭଳି ଘଟଣା ଘଟିଛି ବାରିପଦା ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ। ସବୁ କିଛି ସ୍ୱାଭାବିକ ଥିଲା, ଗାଡ଼ି ମାଟର ବି ଠିକ୍‌ଠାକ୍‌ ଚାଲୁଥିଲା। ହେଲେ ହଠାତ୍‌ କଡମଡ କରି ଭାଙ୍ଗିପଡ଼ିଥିଲା ଏକ ବିରାଟ ଗଛ। ତାହା ପୁଣି ଜଣେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଉପରେ। ଆଉ ଗଛ ଏତେ ଜୋରରେ ତାଙ୍କ ଉପରେ ମାଡ଼ ହେଲା ଯେ, ଗାଡ଼ିର ଚାପି ହୋଇ ଚୁରମାର ହୋଇଗଲା । ଗୋଟିଏ ପଟେ ଉଦ୍ଧାର ଚାଲୁଥିଲା, ଅନ୍ୟପଟେ ମହୁମାଛିଙ୍କ ଆତଙ୍କରେ ଛଟପଟ ହେଉଥିଲେ ଉଦ୍ଧାରକାରୀ ଦଳ। ହେଲେ ଜାନ୍‌ ଲଗାଇ ଅଗ୍ନିଶମ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

Advertisment

ଅଂଟା ତଳକୁ ଗଭୀର ଆଘାତ ଲାଗିଥିବାରୁ ଜୀବନ ବଂଚିଯିବ ବୋଲି ସମସ୍ତେ ଭାବୁଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ଉଦ୍ଧାର ତ ପାଇଗଲେ, ହେଲେ ଜୀବନ ବଞ୍ଚିଲାନି । ଗଛ ପଡ଼ି ଏତେ ଆଘାତ ପାଇଥିଲେ ଯେ, ମେଡ଼ିକାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ଅଗ୍ନିଶମ କର୍ମଚାରୀ ।

କେବଳ ଏଇ ଗୋଟିଏ ଜୀବନ ଗଲା ତାହା ନୁହେଁ ବରଂ ଠିକ୍‌ ବର୍ଷେ ପୂର୍ବରୁ ଏହି ସ୍ଥାନରେ ଗଛ ପଡ଼ିବାରୁ ଜଣଙ୍କର ପ୍ରାଣ ଯାଇଥିଲା। ଆକାଶ ଉଚ୍ଚା ହେଲାଣି ଗଛ। ହେଲେ ଚେଇଁ ଶୋଇଛି ପ୍ରଶାସନ। ଗଛ ଡାଳ କାଟୁନି, କି ବିପଦସଂଙ୍କୁଳ ଅବସ୍ଥାରେ ଥିବା ଗଛ ଗୁଡ଼ିକ ହାଣୁନି। ଏହି ରାସ୍ତା ଦେଇ ନିଇତି ଶହଶହ ସଂଖ୍ୟାରେ ଗାଡ଼ି ମଟର ଓ ଲୋକ ଯାଉଛନ୍ତି। ହେଲେ ନିଦାବିଷ୍ଣୁ ସାଜିଛି ଜିଲ୍ଲା ପ୍ରଶାସନ। ସତେ ଯେମିତି ପୁଣି ଗୋଟିଏ ଜୀବନ ଯିବାକୁ ଅପେକ୍ଷା କରିଛନ୍ତି ସରକାରୀ ବାବୁ ।

Advertisment

ରିପୋର୍ଟର- ମାନିକଲାଲ ପାଣି

Special Story Tree Branch Falls Fire Personel Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ