Advertisment

ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ମା ଓ ସ୍ତ୍ରୀ, ହେଲେ ପୁଅ..

ପୁଅର ମୃତ୍ୟୁକୁ ଭୁଲି ପାରୁନି ମାଆ। କହୁଛି, ଭାତ ବାଢିଥିଲି ଖାଇକି ଗଲା ଯେ ଆଉ ଫେରିଲାନି। ସେପଟେ ସ୍ତ୍ରୀ କହୁଛି, ଥଣ୍ଡା ପିଉଥିବା ବେଳେ ଫୋନ୍‌ କରିଥିଲେ। ୩୦ ମିନିଟ୍‌ରେ ପହଞ୍ଚିବେ ବୋଲି ଫୋନ୍‌ ବି କଲେ, ହେଲେ ଆଉ ଫେରିଲେନି। ପୁଅ କହୁଛି, ବାପାଙ୍କ ହତ୍ୟାକାରୀକୁ ଦିଆଯାଉ କଠୋର ଦଣ୍ଡ । ଜାଣନ୍ତୁ କଣ ଥିଲା ପୂରା ଘଟଣା..

Suspence Death

Suspence Death

Advertisment

ଭେଣ୍ତିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମାଆ । ଯାହାକୁ ୧୦ ମାସ ୧୦ ଦିନ ଗର୍ଭରେ ରଖି ଜନ୍ମ ଦେଇଥିଲା, ଆଜି ସିଏ ଚାଲିଗଲା । ଏ ଦୁଃଖକୁ କେମିତି ବା ସହିବ ମାଆ? ୧୨ଟା ବେଳେ ପୁଅ ଘରକୁ ଫେରିଥିଲା। ଭାତ ଖାଇକି ବି ଗଲା, ହେଲେ ଗଲା ଯେ, ଆଉ ଫେରିଲାନି।

Advertisment

ଦିନେ ସାଙ୍ଗ ବାହାଘରରେ ଡିଜେର ତାଳେ ତାଳେ  ନାଚୁଥିଲେ। ଦିନେ ସମୁଦ୍ରର ଢେଉରେ ପୂରା ପରିବାର ସହ ମସ୍ତି କରୁଥିଲେ । ରଙ୍ଗଅବିରରେ ଖେଳି ପରିବାର ଓ ପ୍ରିୟଜନଙ୍କ ସହ ଖୁସି ବି ମନାଉଥିଲେ। ହେଲେ କିଏ ବା ଜାଣିଥିଲା ଏ ହୋଲିର ରଙ୍ଗ ଲାଲ ହୋଇ ରକ୍ତ ପାଲଟିଯିବ । ପରିବାରର କାହାରି ଆଖିରୁ ଲୁହ ଶୁଖୁନି। ଭେଣ୍ଡିଆ ପୁଅ ଲୋକନାଥକୁ ହରାଇ ଭୋ ଭୋ ହୋଇ କାନ୍ଦୁଛି ମାଆ । ଛାତି ବାଡେଇ କାନ୍ଦୁଛି ସ୍ତ୍ରୀ । ଯିଏ ଦିନେ ଲାଲ ରଙ୍ଗର ଅବିର ମୁଣ୍ଡରେ ବୋଳି ଦେଉଥିଲା ଆଜି ସେଇ ଲାଲ ରଙ୍ଗର ସିନ୍ଦୂର ତା ମଥାରୁ ପୋଛି ହୋଇଗଲା।

ସ୍ୱାମୀ ହରାଇବାର ଆଘାତ ଏତେ ମାତ୍ରାରେ ଲାଗିଛି ଯେ, କଥା କହିବାକୁ ଆଉ ମନରେ ଜୁ ବି ନାହିଁ।  ସ୍ୱାମୀକୁ ଯିଏ ମାରିଛି, ତାକୁ ଦଣ୍ଡ ଦିଆଯାଉ କହିବା ସହ ଆଉ କିଛି ଭାଷା ପାଟିରୁ ବାହାରୁନାହିଁ । କାରଣ ସାତ ଜନ୍ମର ସାଥୀ ହେବା ପାଇଁ ଯିଏ କଥା ଦେଇଥିଲା ସିଏ ଗୋଟିଏ ଜନ୍ମର ସାଥୀ ବି ହେଲାନି । ଆଉ ବାପାଙ୍କୁ ହରାଇ ପୁଅ ପାଟିରୁ ଭାଷା ବାହାରୁନି । ଖାଲି ଏତିକି କହୁଛି ଯେ, ବାପାଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ।

Advertisment

କଟକ ଚୌଦ୍ୱାର ଅଞ୍ଚଳର ଅଟୋ ଡ୍ରାଇଭର ଲୋକନାଥଙ୍କ ମୃତ୍ୟୁକୁ ନେଇ ବଢିବାରେ ଲାଗିଛି ସସ୍‌ପେନ୍ସ । ଗତ ୩୧ ତାରିଖରେ ଅଟୋରେ ମାଲ ନେଇ ଯାଉଥିଲେ। ଆଉ ରାତି ପ୍ରାୟ ୧୦ଟାରେ ସ୍ତ୍ରୀଙ୍କୁ ଫୋନ୍‌ ବି କରିଥିଲେ। । ଆଉ କହିଥିଲେ ଦୋକାନରେ ଥଣ୍ଡା ପିଉଛି । ୩୦ ମିନିଟ୍‌ ଭିତରେ ଘରେ ପହଞ୍ଚିବି। ହେଲେ ଘରକୁ ଫୋନ୍‌ ଆସିଲା ଲୋକନାଥଙ୍କ ଗାଡ଼ି ଆକ୍ସିଡେଣ୍ଟ ହୋଇଛି ।

ଖବର ପାଇ ପରିବାର ଲୋକ ଘଟଣାସ୍ଥଳକୁ ଯାଇ ଦେଖିଲା ବେଳକୁ ସିଏ ନଥିଲେ ବରଂ ତାଙ୍କୁ ମେଡ଼ିକାଲ ନିଆଯାଇଥିଲା କୁହାଗଲା । କିନ୍ତୁ ଲୋକନାଥଙ୍କୁ ମେଡ଼ିକାଲରେ ବି ପରିବାର ଲୋକ ପାଇନଥିଲେ। ହେଲେ ସକାଳୁ ସେଇ ଦୁର୍ଘଟଣା ସ୍ଥାନରେ ଲୋକନାଥଙ୍କ ମୃତ ଦେହ ପଡ଼ିବା ଜଣାପଡ଼ିବା ପରେ ସନ୍ଦେହ ବଢିଥିଲା । ତେବେ ଲୋକନାଥଙ୍କୁ ମାରିଦିଆଯାଇଛି ନା ତାଙ୍କର ପ୍ରକୃତରେ ଦୁର୍ଘଟଣାରେ ହିଁ ମୃତ୍ୟୁ ହୋଇଛି।

Advertisment

ଯଦି ଦୁର୍ଘଟଣାରେ ମୃତ୍ୟୁ ହେଲା ତେବେ ପରିବାର ଲୋକ ସେଠାରେ କାହାକୁ ଦେଖିପାରିଲେନି କେମିତି? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ସତ ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି । ତେବେ କେବେ ଲୋକନାଥଙ୍କ ପରିବାରକୁ ନ୍ୟାୟ ମିଳିବ ଏବଂ ପ୍ରକୃତରେ ଘଟଣା କଣ ଥିଲା ସେନେଇ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିବ ତାହାକୁ ଅପେକ୍ଷା ରହିଛି ।

ରିପୋର୍ଟର- ପ୍ରକାଶ ନାୟକ

Special Story Suspence Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ