Advertisment

୭ ମାସର ପୁଅର ଅପରେସନ୍‌ ପାଇଁ ୧୫ ଲକ୍ଷ ଦରକାର, କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ...

୭ ମାସର ପୁଅକୁ ବଞ୍ଚାଇବାକୁ ଦରକାର ୧୫ ଲକ୍ଷ ଟଙ୍କା। ଆଭାସ୍‌ର ଅପରେସନ୍‌ ନହେଲେ ଜୀବନ ପ୍ରତି ବିପଦ ଥିବା କହୁଛନ୍ତି ଡାକ୍ତର। ପୂର୍ବରୁ ଦୁଇ ପୁଅଙ୍କୁ ହରାଇଥିବା ସଞ୍ଜୀବଙ୍କ ପାଖରେ ଏଇ ପୁଅର ଚିକିତ୍ସା ପାଇଁ ଟଙ୍କା ବି ନାହିଁ। କୁନି ପୁଅକୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଏମିତି ପ୍ରାର୍ଥନା କରୁଛି ମାଆ…

Special Story | 7-month-old boy in Jajpur needs Rs 25 lakh to get new life, family pleads for help

Special Story | 7-month-old boy in Jajpur needs Rs 25 lakh to get new life, family pleads for help

Advertisment

ଆଜଣା ରୋଗରେ ପୀଡିତ ଅଛି ୭ ମାସର ଶିଶୁ ପୁତ୍ର । ଚିକିତ୍ସା ପାଇଁ ଆବଶ୍ୟକ ୧୫ ଲକ୍ଷ ଟଙ୍କା । ଯାହାକୁ ନେଇ ମାଆ ଆଖିରୁ ଲୁହ ଶୁଖୁନି। କୁନି ପୁଅକୁ କୋଳରେ ଧରି ହାତଯୋଡ଼ି ସାହାଯ୍ୟ ମାଗୁଛି ମାଆ। ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତ୍ୟୁ ସହ ସଂଗ୍ରାମ କରୁଥିବା କୁନି ପୁଅର ଜୀବନ ବଞ୍ଚାଇ ଦେବା ପାଇଁ କାକୁତିମୀନତି ହେଉଛି ଜନ୍ମଦାତ୍ରୀ।

Advertisment

କୁନି ପୁଅଟି ମାରାତ୍ମକ ୱିସ୍କଟ୍ ଆଲଡ୍ରିଚ୍ ସିଣ୍ଡ୍ରୋମ (Wiskott Aldrich Syndrome) ରୋଗରେ ପୀଡିତ ଅଛି। ଆଉ ରୋଗରୁ ବଞ୍ଚିବାକୁ ହେଲେ ଅସ୍ଥି ମଜ୍ଜା ପ୍ରତ୍ୟାରୋପଣ କରିବା ନିହାତି ଆବଶ୍ୟକ। ଆଉ ଏଥି ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଦରକାର। ପାଖରେ ଏତେ ଟଙ୍କା ନଥିବାରୁ ପୁଅର ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗୁଛନ୍ତି ପରିବାର ।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସିଆରିଆ ଗ୍ରାମର ସଞ୍ଜୀବ ମହାନ୍ତଙ୍କ ୭ ମାସର ଶିଶୁ ପୁତ୍ର ଆଭାସ୍ ରଞ୍ଜନ ମହାନ୍ତ। ଆଭାସ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଦିନକୁ ଦିନ ବଢୁଛି କଷ୍ଟ, ଆଉ କଷ୍ଟରୁ ଉପଶନ ପାଇଁ ଦରକାର ଅସ୍ଥି ମଜ୍ଜା ପ୍ରତ୍ୟାରୋପଣ ବା Bone Marrow Transplant। ଏହି ବିରଳ ଅସ୍ତ୍ରୋପଚାର କରିବାକୁ ୧୫ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ।

Advertisment

ଜନ୍ମ ବେଳେ ଆଭାସ୍ ସୁସ୍ଥ ଥିଲା । ହେଲେ ଜନ୍ମର ୨୦ ଦିନ ପରେ ଝାଡାରେ ରକ୍ତ ପଡ଼ିବାକୁ ଲାଗିଲା। ଔଷଧ ଦେବା ପରେ ବି କୌଣସି ଲାଭ ମିଳିନଥିଲା। ପରେ ଏମ୍ସରେ ଆଭାସ ଭର୍ତ୍ତି ହୋଇଥିଲା। ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ,ଆଭାସକୁ ମାରାତ୍ମକ ୱିସ୍କଟ୍ ଆଲଡ୍ରିଚ୍ ସିଣ୍ଡ୍ରୋମ (Wiskott Aldrich Syndrome) ରୋଗ ହୋଇଛି । ତେଣୁ ଅପରେସନ୍‌ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ଟଙ୍କାର ଅଭାବ ପାଇଁ ଏବେବି ଆଭାସର ଅପରେସନ୍‌ ହୋଇପାରିନି। ଘରେ ଜୀବନ ମୃତ୍ୟୁ ସହ କରୁଛି ସଂଗ୍ରାମ। ପୁଅର କଷ୍ଟ ଦେଖି ହେଉନି, କି କିଛି କରିହେଉନି ।

ସେପଟେ ଅର୍ଥ ଯୋଗାଡ଼ କରିବାରେ ବାପା ସଞ୍ଜୀବ ମହାନ୍ତ ଲାଗିପଡିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଜଣା ରୋଗରେ ସଞ୍ଜୀନ ପୂର୍ବରୁ ନିଜର ଦୁଇ ସନ୍ତାନଙ୍କୁ ହରାଇଛନ୍ତି। ଏବେ ପୁଣି ଥରେ ଆଭାସଙ୍କୁ ଏହି ବିରଳ ରୋଗ ହୋଇଛି। ପୁଅର ଏମିତି କଷ୍ଟ ଦେଖି ବାପା-ମାଆ ସହି ପାରୁନାହାନ୍ତି । ଶୀଘ୍ର ଟଙ୍କା ଯୋଗାଡ଼ ହେଲେ ପୁଅ କେମିତି ଭଲ ହେବ ସେନେଇ ଚିନ୍ତାରେ ଆଭାସ୍‌ର ମାଆ ଓ ପରିବାର ।

Advertisment

ଯାଜପୁରରୁ ଜନ୍ମେଜୟ ଦାସଙ୍କ ରିପୋର୍ଟ, ଓଟିଭି

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ