Advertisment

ଓଡ଼ିଶାର ଅନାଥ ଶିଶୁକୁ କୋଳେଇ ନେଲେ ସ୍ପେନୀୟ ମହିଳା

ଅନାଥ ଶିଶୁକୁ ମିଳିଗଲା ନୂଆ ମା’ କୋଳ। ଜଣେ ସ୍ପେନୀୟ ମହିଳା ଗଜପତିର ଏକ ଅନାଥ ଶିଶୁକୁ କୋଳେଇ ନେଇଛନ୍ତି।

Spain Woman Adopted Orphan Girl Of Odisha

Spain Woman Adopted Orphan Girl Of Odisha

Advertisment

ଗଜପତିର ଆଉ ଏକ ଅନାଥ ଶିଶୁ ବିଜୟଲକ୍ଷ୍ମୀଙ୍କୁ ମିଳିଗଲା ନୂଆ ମା’ କୋଳ। ମାରିଆ ତେରିସା ନାମକ ଜଣେ ସ୍ପେନୀୟ ମହିଳା ଛୁଆଟିକୁ କୋଳେଇ ନେଇଛନ୍ତି । ବିଜୟଲକ୍ଷ୍ମୀଙ୍କୁ ବର୍ତ୍ତମାନ ନୂଆ ପରିଚୟ ମିଳିଥିବାରୁ ସମସ୍ତେ ବେଶ୍ ଖୁସି ପ୍ରକାଶ କରିଛନ୍ତି । ହେଲେ ହସ୍ତାନ୍ତର ପ୍ରକ୍ରିୟା ଚାଲିଥିବା ସମୟରେ ଗତ ଦୁଇବର୍ଷ ହେବ ଏହି ଝିଅକୁ ଲାଳନ ପାଳନ କରୁଥିବା ସୁକାନ୍ତି ଶବର ଏବଂ ବିଜୟଲକ୍ଷ୍ମୀ ବେଶ୍ ଭାବୁକ ହୋଇପଡିଥିଲେ ସୁକାନ୍ତି।

Advertisment

ଝିଅକୁ ଛାଡିବା କଷ୍ଟଦାୟକ କିନ୍ତୁ ସେ ତାର ନୂଆ ଭବିଷ୍ୟତ ଗଢିବାକୁ ଯାଉଥିବାରୁ ବେଶ୍ ଖୁସି ବୋଲି କହିବା ବେଳେ ତାଙ୍କ ଆଖି ଜକେଇ ଆସିଥିଲା । ସେପଟେ ଝିଅକୁ ପାଇ ବେଶ୍ ଖୁସିଥିବା କହିଛନ୍ତି ବିଦେଶୀ ମହିଳା । ଗତ ଦୁଇ ବର୍ଷ ତଳେ ଅସହାୟ ଅବସ୍ଥାରେ ଥିବା ଜଣେ ୧୦ ବର୍ଷର ଝିଅ ବିଜୟଲକ୍ଷ୍ମୀଙ୍କୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡ ଲାଇନ୍ ଉଦ୍ଧାର କରିଥିବା ବେଳେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖିଥିଲା ପ୍ରଶାସନ। ତେବେ ଏହି ଶିଶୁକୁ ବର୍ତମାନ ସ୍ପେନର ଜଣେ ମହିଳା ପୋଷ୍ୟ ସନ୍ତାନ ଭାବେ କୋଳେଇ ନେଇଛନ୍ତି । 

ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୦ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ସ୍ପେନର ୫୦ ବର୍ଷୀୟ ଏକ ଅବିବାହିତା ମହିଳା ମାରିଆ ତେରିସାଙ୍କୁ ହସ୍ତାନ୍ତର କରିଛନ୍ତି । ବିଜୟଲକ୍ଷ୍ମୀଙ୍କୁ ଉଦ୍ଧାର ପରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ମାଧ୍ୟମରେ ଝିଅଟିକୁ ପୋଷ୍ୟ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟ।ଲରେ ଅପଲୋ଼ଡ କରାଯାଇଥିଲା । ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତି ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟ।ଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । 

Advertisment

ପରବର୍ତ୍ତୀ ମୁହର୍ତ୍ତରେ ଚାରି ବର୍ଷ ଧରି ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଏହି ସ୍ପେନୀୟ ମହିଳାଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ପରେ ପରେ ମହିଳା ଜଣକ ଭିଡିଓ ମାଧ୍ୟମରେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟ ପ୍ରସ୍ତୁତ କରିଥିଲେ ।

ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ସୋମବାର ଶିଶୁଟିକୁ ମହିଳାଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,ଜଣେ ଅନାଥଙ୍କୁ ମା’ କୋଳ ମିଳିବା ନିଶ୍ଚିତ ଭାବେ ଖୁସିର କଥା। ଝିଅଟିକୁ ପୋଷ୍ୟ ଦିଆଯାଇଥିବା ବେଳେ ତାର ଲାଳନପାଳନ କିଭଳି ହେଉଛି ତାହାର ତଦାରଖ ମଧ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। 

Advertisment

ସେପଟେ ଝିଅକୁ ପୋଷ୍ୟ ଭାବେ ସହାୟତା କରିଥିବା ନୂଆଦିଲ୍ଲୀର ଆଫା ଅନୁଷ୍ଠାନର ମାତି ମେତାନିହେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ ଜଣେ ଅନାଥ ଶିଶୁକୁ ମା’ କୋଳ ମିଳିଛି। ଏହା ଶିଶୁର ଭବିଷ୍ୟତ ଗଠନରେ ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି । ପ୍ରାୟ ୫ ବର୍ଷ ତଳେ ଏହି ଝିଅଟିକୁ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଥିବା ବେଳେ ତା’ର ସମସ୍ତ ଯତ୍ନ ଏବଂ ସୁରକ୍ଷା ଗଜପତି ଜିଲ୍ଲା ପ୍ରଶାସନ ଦେଇ ଆସୁଥିଲା। ଝିଅଟିର କେହି ନଥିବା ଜାଣିବା ପରେ ଗଜପତି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ । 

ଦୀର୍ଘ ଦିନର ଅପେକ୍ଷା ପରେ ଶିଶୁଟିକୁ ପାଇଥିବା ସ୍ପେନର ମହିଳା ଜଣକ ବେଶ୍‌ ଖୁସି ଥିବା କହିଛନ୍ତି । ଭାରତ ଗୋଟିଏ ସୁନ୍ଦର ଦେଶ ଏବଂ ଭାରତର ସଂସ୍କୃତି ଓ ପରମ୍ପରା ମୋତେ ବହୁତ ଭଲ ଲାଗେ । ତେଣୁ ଭାରତରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ସଂପୃକ୍ତ ମହିଳା ଜଣକ କହିଛନ୍ତି । ଏହି ସମୟରେ ଝିଅଟିର ଦେଖାଶୁଣା କରୁଥବା ପ୍ରାଉଡ ଅନୁଷ୍ଠାନର ମଦର ସୁକାନ୍ତି ଶବର ଏବଂ ଶିଶୁ ବିଜୟଲକ୍ଷ୍ମୀ ଝିଅକୁ ଛାଡ଼ିବା ବେଳେ ବେଶ୍ ଭାବୁକ ହୋଇପଡିଥିଲେ । ଏହି ଅବସରରେ ନିଜ ପ୍ରତିକ୍ରିୟା ଦେବା ବେଳେ କାନ୍ଦି ପକାଇଥିଲେ ସୁକାନ୍ତି । ସେ କହିଥିଲେ ଯେ, ମୁଁ ବିଜଲକ୍ଷ୍ମୀଙ୍କୁ କେବେ ଭୂଲିପାରିବି ନାହିଁ  । ଝିଅ ଭବିଷ୍ୟତରେ ଜଣେ ଭଲ ମଣିଷ ହେଉ। ଏହା ହିଁ ମୋର ଆଶୀର୍ବାଦ।

(ପାରଳାଖେମୁଣ୍ଡିରୁ ଆଦର୍ଶ ଦାଶଙ୍କ ରିପୋର୍ଟ)

Adopted Orphan Child
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ