Advertisment

ଭଗବାନଙ୍କ ଚମତ୍କାର ! ୨୬ ବର୍ଷ ପରେ ମା’ କୋଳକୁ ଫେରିଲା ନିଖୋଜ ପୁଅ

କଥାରେ ଅଛି, ଭଗବାନ ଯଦି ଚାହିଁବେ ତା’ହେଲେ ଅସମ୍ଭବ ଜିନିଷ ବି ସମ୍ଭବପର ହୋଇପାରିବ। ଏମିତି କିଛି ଚମତ୍କାର ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ୨୬ ବର୍ଷ ପରେ ମା’ କୋଳକୁ ଫେରିଛି ନିଖୋଜ ପୁଅ।

ଅଦ୍ୟତନ ହୋଇଛି
Son Returns Home After 26 Yrs

Son Returns Home After 26 Yrs

Advertisment

ସୋର(ନିରଞ୍ଜନ ବେହେରା): ଭଗବାନଙ୍କ ଚମତ୍କାର। କଥାରେ ଅଛି, ଭଗବାନ ଯଦି ଚାହିଁବେ ତା’ହେଲେ ଅସମ୍ଭବ ଜିନିଷ ବି ସମ୍ଭବପର ହୋଇପାରିବ। ଏମିତି କିଛି ଚମତ୍କାର ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଧୁଆପଡା ଗାଁରେ। ୨୬ ବର୍ଷ ପରେ ମା’ କୋଳକୁ ଫେରିଛି ନିଖୋଜ ପୁଅ। ଆଉ ନିଖୋଜ ପୁଅକୁ ପାଇ ମା’ର ଖୁସି କହିଲେ ନସରେ। 

Advertisment

ସାଧୁଆପଡା ଗାଁର ସତ୍ୟାନନ୍ଦ ନାୟକଙ୍କ ପୁଅ ସନିଆ ୨୬ ବର୍ଷ ପୂର୍ବେ ହଜି ଯାଇଥିଲେ। ଏହାପର ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା। କିନ୍ତୁ ଦୀର୍ଘ ୨୬ ବର୍ଷ ପରେ ଗତକାଲି ସେ ଗାଁକୁ ଫେରିଛନ୍ତି। 

ସୂଚନା ଅନୁସାରେ, ୨୬ ବର୍ଷ ପୂର୍ବେ ସନିଆ ଗାଁର କିଛି ସାଙ୍ଗଙ୍କ ସହିତ ଭୋଜି କରିବାକୁ ଯାଇଥିଲେ। ହେଲେ ସେବେଠୁ ସେ ଘରକୁ ଆଉ ଫେରିନଥିଲେ। ସନିଆକୁ ଚାହିଁ ଚାହିଁ ମା’ ବାସନ୍ତୀଙ୍କ ଆଖିରୁ ଲୁହ ଶୁଖି ଯାଇଥିଲା। ଗତକାଲି ସନିଆଙ୍କ ମା’ ବାସନ୍ତୀ ଘରେ କାମ କରୁଥିବା ବେଳେ ହଠାତ୍‌ ଏହି ସମୟରେ ସନିଆ ଆସି ଘରେ ପହଁଞ୍ଚିଥିଲେ। ପୁଅକୁ ସଙ୍ଗେସଙ୍ଗେ ଚିହ୍ନି ବାସନ୍ତୀଙ୍କ ଆଖିରୁ ଖୁସିର ଲୁହ ଆସି ଯାଇଥିଲା। ଏହାପରେ ସେ ସନିଆଙ୍କୁ ଖାଇବାକୁ ଦେଇଥିଲେ। ୨୬ ବର୍ଷ ପରେ ନିଖୋଜ ପୁଅକୁ ପାଇ ବାସନ୍ତୀ ଓ ପରିବାର ଲୋକଙ୍କ ଖୁସି କହିଲେ ନ ସରେ। ସନିଆଙ୍କୁ ଦେଖିବା ପାଇଁ ଘରେ ଗାଁ ଲୋକଙ୍କ ଭିଡ଼ ଜମିଥିଲା। 

Advertisment

ଦୀର୍ଘ ୨୬ ବର୍ଷ ହେଲା ସନିଆ ମୁମ୍ବାଇରେ ରହି ଗ୍ୟାସ ୱେଲଡିଂ କାମ କରୁଥିଲେ। ହେଲେ ସେଠାରେ ମାଲିକ ତାଙ୍କୁ କୌଣସି ଟଙ୍କା ପଇସା ଦେଉନଥିଲେ ବୋଲି ସନିଆ କହିଛନ୍ତି। 

Homecoming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ