Advertisment

ପୁଅ ହେବ ତ ଏମିତି : ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ଉଦ୍ଦେଶ୍ୟରେ ଗାଁଲୋକଙ୍କ ପାଇଁ ପାର୍କ ତିଆରି କଲେ ସଞ୍ଜିବ

ବାପା ବଞ୍ଚିଥିବା ବେଳେ ମଧ୍ୟ ଆଜିକାଲି ପୁଅମାନେ ପଚାରୁ ନାହାନ୍ତି । କିନ୍ତୁ ଢ଼େଙ୍କାନାଳର ଜଣେ ଯୁବକ ତାଙ୍କ ବାପାଙ୍କ ପାଇଁ ତିଆରି କରିଛନ୍ତି ଉଦ୍ୟାନ ।

ଅଦ୍ୟତନ ହୋଇଛି
Special story

Special story

Advertisment

ନିଜସ୍ଵ ଜାଗାରେ ଏକ ଗ୍ରାମୀଣ ଉଦ୍ୟାନ କରିବାକୁ ଇଛା ରଖିଥିଲେ ବାପା। ହେଲେ ତାହା ପୁରଣ ହେବା ଆଗରୁ ସେ ଆରପାରିକୁ ଚାଲିଗଲେ । ଏବେ ତାଙ୍କ ପୁଅ ସ୍ୱପ୍ନ ପୂରଣ ହୋଇଛି । ଏକ ଏକର ଜାଗାରେ ନଅ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁଅ ସଞ୍ଜିବ ବାପାଙ୍କ ନାଁରେ ତିଆରି କରିଛନ୍ତି ଆକର୍ଷଣୀୟ ଗ୍ରାମୀଣ ଉଦ୍ୟାନ। ଆଉ ତାହା ପୁଣି ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ । ବାପାଙ୍କ ସ୍ମୃତିକୁ ବଞ୍ଚାଇ ରଖିବାକୁ ପୁଅର ଏଭଳି ପ୍ରୟାସ ପାଇଁ ଏବେ ସବୁଠି ସାଉଁଟୁଛି ପ୍ରଶଂସା ।

Advertisment

ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ସରଖିଆ ଗାଁରେ ନିର୍ମାଣ ହୋଇଛି ଏକ ସୁନ୍ଦର ଉଦ୍ୟାନ । ବାପା ଜୟନ୍ତ ମିଶ୍ର ବଞ୍ଚିଥିବା ବେଳେ ସ୍ୱପ୍ନକୁ ବାସ୍ତବ ରୁପ ଦେବା ପୂର୍ବରୁ ସେ ଚାଲିଗଲେ ଆରପାରିକୁ । ଆଉ ସେହି ଅଧୁରା କାମକୁ ସମ୍ପୁର୍ଣ୍ଣ କରି କରିଛନ୍ତି ପୁଅ ସଞ୍ଜିବ ମିଶ୍ର। ପୈତୃକ ଜାଗାରେ ଏକ ଗ୍ରାମୀଣ ଉଦ୍ୟାନ କରିଛନ୍ତି । ପାର୍କରେ ମୋଟ ୯ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଆଉ ଏହାକୁ ସମ୍ପୂର୍ଣ୍ଣ କରିବାକୁ ପୁଅ ସଞ୍ଜିବ ମିଶ୍ରଙ୍କୁ ଲାଗି ଯାଇଥିଲା ପୁରା ଏକ ବର୍ଷ ।

Special storyବାପାଙ୍କ ଉଦ୍ଦେଶ୍ୟରେ ଉଦ୍ୟାନ

ବାପା ଜୟନ୍ତ ମିଶ୍ର ଥିଲେ ଜଣେ ବ୍ୟାଙ୍କ କର୍ମଚାରୀ ।ଗତବର୍ଷ ତାଙ୍କର ହଠାତ ଦେହାନ୍ତ ହୋଇଥିଲା । ଆଉ ତାପରେ ଗ୍ରାମବାସୀ ମାନଙ୍କ ପାଇଁ ଜୟନ୍ତ ଦେଖିଥିବା ଏହି ଅଧୁରା ସ୍ୱପ୍ନକୁ ପୁରା କରିବାକୁ ଲାଗିଥିଲେ ପୁଅ ସଞ୍ଜିବ, ଯାହା ଏବେ ସଫଳ ହୋଇପାରିଛି । ସରଖିଆ ଗ୍ରାମବାସୀଙ୍କ ନିମନ୍ତେ ଉତ୍ସର୍ଗୀକୃତ ଏହି ଉଦ୍ୟାନରେ କୁନି କୁନି ପିଲା ମାନଙ୍କ ପାଇଁ ଦୋଳି, ସ୍ଲାଇଡର , ସହିତ ସେଲଫି ପଏଣ୍ଟ ,ୱ।ଟର ଫାଉଣ୍ଟେନ ଯୁବବର୍ଗଙ୍କୁ ଆକର୍ଷିତ କଲାଭଳି ଫୁଲ ବଗିଚା ମଧ୍ୟ ରହିଛି । ସମ୍ପୁର୍ଣ୍ଣ ପାର୍କଟିକୁ ଆଲୋକିକରଣ ମଧ୍ୟ କରାଯାଇଛି ।

Advertisment
Special storyବାପାଙ୍କ ପାଇଁ ପୁଅ ତିଆରି କରିଛି ପାର୍କ

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନିତା ଏଠାକୁ ଆସି ସେଲଫି ନେବା ସହ ଅତ୍ୟାଧୁନିକ ପାର୍କର ମଜା ଉଠାଉଛନ୍ତି । ଆଗକୁ ଏହି ଗ୍ରାମୀଣ ଉଦ୍ୟାନର ଆହୁରି ସୌନ୍ଦର୍ଯ୍ୟ କରଣ କରାଯିବା ସହିତ ପିଲାଙ୍କ ଅବସର ବିନୋଦନ ପାଇଁ ନୁଆ ନୁଆ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁଅ ସଞ୍ଜିବ।ବାପାଙ୍କ ସ୍ମୃତିକୁ ସାଇତି ରଖିବାକୁ ପୁଅ ସଞ୍ଜିବ ମିଶ୍ରଙ୍କ ଏଭଳି ପଦକ୍ଷେପ ଆଜିର ଯୁବ ସମାଜକୁ ପ୍ରେରଣା ଯୋଗାଇବ ନିଶ୍ଚୟ। ଅବସର ବିନୋଦନ ପାଇଁ ଏବେ ହାତ ପାଆନ୍ତାରେ ଏହି ଗ୍ରାମୀଣ ଉଦ୍ୟାନକୁ ପାଇ ସରଖିଆ ଗ୍ରାମବାସୀଙ୍କ ଖୁସି କହିଲେ ନସରେ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ