ସୋନପୁର ଦୁର୍ଘଟଣା ନେଇ ଚାଞ୍ଚଲ୍ୟକର ତଥ୍ୟ : ବିନା ଡିଏଲରେ ଇନ୍ସପେକ୍ଟର ମାଡାମଙ୍କ ଗାଡ଼ି ଚଳାଉଥିଲା ଡ୍ରାଇଭର

ସୋନପୁର ଏସପି କହିଲେ, ଡ୍ରାଇଭରର ଡିଏଲ୍ ନ ଥିଲା

ବିନା ଡିଏଲରେ କିପରି ଗାଡ଼ି ଚଳାଉଥିଲେ ପୋଲିସ୍‌ ମାଡାମ୍‌ଙ୍କ ଡ୍ରାଇଭର୍‌ ?

ସୋନପୁର-ବଲାଙ୍ଗିର ବଡ଼ ବାହାଲି ନିକଟରେ ଇନ୍ସପେକଟର ସିଗ୍ଧାରାଣୀ ସୁନାଙ୍କ କାରରେ ଯେଉଁ ଦୁର୍ଘଟଣା ହୋଇଥିଲା, ତାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ପୋଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟଙ୍କର ଡିଏଲ୍‌ ନାହିଁ । ସୋନପୁର ଏସପି ଏସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିପାଇଁ ଡ୍ରାଇଭର ଅଜୟ ଜେଠୀ ନାଁରେ ମାମଲା ହୋଇଛି ।

ସେ ଗାଡ଼ି ଚଲାଉଥିବା ବେଳେ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଅଜୟ ଜେଠୀକୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି । ଏବେ ପ୍ରଶ୍ନ ଉଠୁଛି, ଯେଉଁ ବ୍ୟକ୍ତିର ଡିଏଲ୍ ନ ଥିଲା, ସେପରି ବ୍ୟକ୍ତିକୁ କିଭଳି ଡ୍ରାଇଭର ରଖିଥିଲେ ଇନ୍ସପେର ସିଗ୍ଧାରାଣୀ ସୁନା ।

ଗତ ୧୨ ତାରିଖ ପୁରୀରୁ ଫେରୁଥିବା ବେଳେ ଇନ୍ସପେକ୍ଟର ସୁନାଙ୍କ ଗାଡ଼ି ଏକ ଅଟୋକୁ ଧକ୍କା ଦେଇଥିଲା । ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ବଲାଙ୍ଗିର ଜିଲ୍ଲା ରାଘବପାଲିରୁ ଅଟୋରେ ପରିବା ଧରି ୮ ଜଣ ବ୍ୟବସାୟୀ ସୋନ୍‌ପୁର ହାଟକୁ ଆସୁଥିଲେ । ସେମାନେ ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଅଟକ ଜଣେ ବାଇକ୍‌ ଚାଳକ ସହିତ କଥା ହେଉଥିଲେ । ଠିକ୍‌ ଏହି ସମୟରେ ସମ୍ମୁଖରୁ ଆସୁଥିବା କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୬ ଜଣ ଗୁରୁତର ଆହତ ହୋଇଥିଲେ ।