special video
ପୁଷ୍ପା ସିନେମାର ସୁପରହିଟ୍ ଗୀତ ସାମି ସାମିରେ ଜବରଦସ୍ତ ଡ୍ୟାନ୍ସ ମୁଭ୍ ଦେଖାଇଲେ ଯୁବକ । ଯୁବତୀଙ୍କ ପରି ପୋଷାକ ପିନ୍ଧି ରାସ୍ତାରେ ଝୁମିଲେ ଆଉ ଝୁମାଇଲେ । ‘ଗଙ୍ଗୁବାଇ’ ସିନେମାର ଝୁମେରେ ଗୋରୀ ପରେ ସାମି ସାମି ଗୀତରେ ନାଚି ପୁଣି ଚର୍ଚ୍ଚାରେ ଜୈନିଲ୍ ମେହେଟା । ଏକ ସୁନ୍ଦର ସ୍କର୍ଟ ପିନ୍ଧି ସେ ଏହି ନୃତ୍ୟ ପ୍ରଦର୍ଶନ କରିଛନ୍ତି ।
ସିନେମା ରିଲିଜ ହେବା ପରଠାରୁ ସାମି ସାମି ଗୀତର ଚାହିଦା ବଢ଼ିଯାଇଛି । ବର୍ତ୍ତମାନର ଯୁବପିଢ଼ି ଏହି ଗୀତରେ ରିଲ କରୁଥିବା ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ କୋରିଓଗ୍ରାଫର ଜୈନିଲ୍ ମେହେଟା ମଧ୍ୟ ଏହି ଗୀତରେ ନିଜ ନୃତ୍ୟର ନିପୁଣତା ପ୍ରଦର୍ଶନ କରିଛନ୍ତି । ଏବଂ ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଜୈନିଲ୍ ମେହେଟା ଜଣେ କୋରିଓଗ୍ରାଫର ହୋଇଥିବା ବେଳେ ଯୁବତୀଙ୍କ ଅଙ୍ଗଭଙ୍ଗୀ କରି ନାଚିବାରେ ସେ ମାହିର ।
ପୂର୍ବରୁ ଆମେରିକା ରାସ୍ତାରେ ସେ ଝୁମେରେ ଗୋରୀ ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଯୁବତୀ ପୋଷାକ ପିନ୍ଧି ନାଚୁଥିବାରୁ ତାଙ୍କର ସେହି ଭିଡିଓ ଭାଇରାଲ୍ ହୋଇଥିଲା । ଆଉ ଏବେ ସାମି ସାମିର ଭିଡିଓ ମଧ୍ୟ ଭାଇରାଲ ହେଉଛି । ତେବେ ଯୁବକ ହେଲେ ସୁଦ୍ଧା ଯୁବତୀଙ୍କ ପରି ନୃତ୍ୟ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଦେଖି ସମସ୍ତେ ଚକିତ ହୋଇ ଯାଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649932766.jpg)