Advertisment

ସବୁଠୁ ମହଙ୍ଗା ମଦ : ଦାମ ୩୦,୦୦୦ ଆମେରିକୀୟ ଡଲାର୍

ମଦ କଥା ଶୁଣିଲେ ଅନେକ ଭାରତୀୟ ହୁଏତ ନାକ ଟେକି ପାରନ୍ତି। କାରଣ ଭାରତରେ ମଦ୍ୟପାନକୁ ଏକ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ। ଏଭଳି କ୍ଷେତ୍ରରେ ଏମିତି ମଦ ଅଛି ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ଏହା ନାମ ହେଉଛି ସିଙ୍ଗଲ ମାଲ୍ଟ ହ୍ୱିସ୍କି। ଏହାକୁ ତିଆରି କହିବା ନେଇ ବହୁତ ପରିଶ୍ରମ ସାଙ୍ଗକୁ ଅନେକ ସମୟ ମଧ୍ୟ ଲାଗିଥାଏ। ଏହି କାରଣକୁ ଏହାକୁ ଚାରିଆଡେ ଅଧିକ ପସନ୍ଦ ମଧ୍ୟ କରାଯାଏ।

Single Malt Whisky

Single Malt Whisky

Advertisment

ମଦ କଥା ଶୁଣିଲେ ଅନେକ ଭାରତୀୟ ହୁଏତ ନାକ ଟେକି ପାରନ୍ତି। କାରଣ ଭାରତରେ ମଦ୍ୟପାନକୁ ଏକ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ। ଏଭଳି କ୍ଷେତ୍ରରେ ଏମିତି ମଦ ଅଛି ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ଏହା ନାମ ହେଉଛି ସିଙ୍ଗଲ ମାଲ୍ଟ ହ୍ୱିସ୍କି। ଏହାକୁ ତିଆରି କହିବା ନେଇ ବହୁତ ପରିଶ୍ରମ ସାଙ୍ଗକୁ ଅନେକ ସମୟ ମଧ୍ୟ ଲାଗିଥାଏ। ଏହି କାରଣକୁ ଏହାକୁ ଚାରିଆଡେ ଅଧିକ ପସନ୍ଦ ମଧ୍ୟ କରାଯାଏ। ସାରା ଦୁନିଆରେ ଏହାର ଅନେକ ପ୍ରକାର ମଧ୍ୟ ଅଛି। ଏହି ସବୁ ପ୍ରକାରର ମୂଲ୍ୟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ସିଙ୍ଗଲ ମାଲ୍ଟ ହ୍ୱିସ୍କିର ଗୋଟିଏ ବୋତଲର ଦାମ ଏତେ ଯେ ତାହାକୁ ସାଧାରଣ ଲୋକେ କିଣିବା ଅସମ୍ଭବ। ଏହାକୁ କେବଳ ଲକ୍ଷପତିମାନେ କିଣିବାରେ ସକ୍ଷମ ହୋଇପାରିବେ। ଏହାକୁ ତିଆରି କରିବା ନେଇ ଜଅ ବ୍ୟବହାର ହୋଇଥାଏ। ଏହି ହ୍ୱିସ୍କି ପ୍ରକ୍ରିୟାରେ ପ୍ରଥମେ ଜଅକୁ ମାଟି ଉପରେ ପାଣିରେ ମିଶାଯାଇଥାଏ। ପରେ ଏହା ୬୪ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ଗରମ କରାଯାଏ।

Advertisment

ତେବେ ଏହି ହ୍ୱିସ୍କିକୁ ତିଆରି କରିବା ଅନ୍ୟ ହ୍ୱିସ୍କି ଭଳି ସହଜ ନୁହେଁ। ଏହାକୁ ତିଆରି କରିବାରେ ବହୁ ସମୟ ଲାଗୁଥିବା ବେଳେ ପ୍ରଥମେ ଜଅକୁ ପାଣିରେ ମିଶାଇବା ପରେ ଏତେ ପରିମାଣରେ ଗରମ କରାଯାଏ ଯେ ଯେପର୍ଯ୍ୟନ୍ତ ଏହା ଚିନିରେ ପରିବର୍ତ୍ତନ ନ ହୋଇଛି। ମିଠା ତରଳ ପଦାର୍ଥରେ ପରିବର୍ତ୍ତନ ହେଲା ପରେ ଏହାକୁ ଥଣ୍ଡା କରାଯାଏ। ଏହାକୁ ଏକ ଧୁଆ ବ୍ୟାଗରେ ଢଳାଯିବା ପରେ ଡିଷ୍ଟିଲେସନ୍‌ ପାଇଁ କପର୍ ୱାଶ ଷ୍ଟିଲ୍‌ରେ ଗରମ କରାଯାଏ। ଏହା ପରେ ପୁନର୍ବାର ସ୍ପିରିଟ୍ ଷ୍ଟିଲ୍ ୱାଶ୍‌ରେ ଗରମ କରାଯାଏ।

Advertisment

ସିଙ୍ଗଲ୍‌ ମାଲ୍ଟ ହ୍ୱିସ୍କି ତିଆରି କରିବା ନେଇ ଦିନ କି ମାସ ନୁହେଁ ବର୍ଷ ବର୍ଷ ପରିଶ୍ରମ କରିବାକୁ ହୋଇଥାଏ। ଯଦି ଏହାର ମୂଲ୍ୟ କଥା କହିବା ତେବେ ଏହା ପାଖାପାଖି ୩୦,୦୦୦ ଆମେରିକୀୟ ଡଲାର୍ ପର୍ଯ୍ୟନ୍ତ ହୋଇପାରେ। ନିକଟରେ ସିଙ୍ଗଲ ମାଲ୍ଟ ମେକ୍‌ଲାନ୍ ୧୯୨୬ର ଏକ ବୋତଲ ୧.୫ ମିଲିୟନ ଡଲାରରେ ବିକ୍ରି ହୋଇଛି।

ଏହି ହ୍ୱିସ୍କି ପାଖାପାଖି ୩୦ ବର୍ଷର ପୁରୁଣା ହୋଇଥାଏ। ଏହି କାରଣରୁ ୩୦ରୁ ୪୦ ପ୍ରତିଶତ ଆଲ୍‌କହଲ ଏହି ସମୟରେ ବାଷ୍ପିଭୂତ ହୋଇଯାଇଥାଏ। ଏହି ହ୍ୱିସ୍କି ଯେତେ ପୁରୁଣା ହୋଇଥାଏ ଏହାର ମୂଲ୍ୟ ସେତେ ବଢିଥାଏ। ଏଭଳି ଏଞ୍ଜେଲ୍ସ ସେୟାର କାରଣରୁ ହୋଇଥାଏ। ଏଞ୍ଜେଲ୍ସ ସେୟାର ଲିକ୍ୱିଡ୍‌ର ଏଭଳି ପ୍ରାକୃତିକ ବାଷ୍ପିକରଣ ହୋଇଥାଏ ଯାହା ସମୟ ସହିତ ପର୍ଯ୍ୟାବରଣରେ ମଧ୍ୟ ମିଶିଯାଏ। ଫଳରେ ଏହି ହ୍ୱିସ୍କି ଯେତେ ପୁରୁଣା ହୁଏ ଏହା ସେତେ ଭଲ ହୋଇଥାଏ। ଏହି ହ୍ୱିସ୍କିର ଏଞ୍ଜେଲ୍ସ ସେୟାର ହିଁ ଏହାକୁ ସ୍ୱତନ୍ତ୍ର କରିଥାଏ।

Advertisment
Special Story Single Malt Whisky
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ