Advertisment

ଛେଳି ଚୋରି ଅଭିଯୋଗରେ ପୋଲିସ ASI ସସପେଣ୍ଡ୍

ସସପେଣ୍ଡ୍ ହେଲେ ଛେଳି ଚୋରି କରିଥିବା ପୋଲିସ ବାବୁ । ମାଲିକଙ୍କ ଅଭିଯୋଗ କ୍ରମେ ଛେଳି ଚୋର ଏଏସଆଇଙ୍କୁ ସସପେଣ୍ଡ୍ କରିଛନ୍ତି ବଲାଙ୍ଗିର SP ।

ଅଦ୍ୟତନ ହୋଇଛି
asi suspend

asi suspend

Advertisment

ଛେଳି ଚୋରି କଲେ ସସପେଣ୍ଡ୍ ହେଲେ ପୋଲିସ୍ ବାବୁ । ଚୋରି ଅଭିଯୋଗରେ ସିନ୍ଧିକେଲା ଥାନା ASI ସୁମନ ମଲ୍ଲିକଙ୍କୁ ସସପେଣ୍ଡ୍ କରାଯାଇଛି । ASI ସୁମନ ମଲ୍ଲିକଙ୍କୁ ସସପେଣ୍ଡ୍ କରିଛନ୍ତି ବଲାଙ୍ଗିର SP । ଛେଳି ଚୋରି କରି ଭୋଜି କରିବା ଅଭିଯୋଗରେ ତାଙ୍କ ବିରୋଧରେ କନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ପୋଲିସ୍ ଛେଳି ଚୋରି କରି ନେଇଥିବା ନେଇ ସ୍ଥାନୀୟ ଲୋକେ ସିନ୍ଧିକେଲା ଥାନା ଘେରାଉ କରିଥିଲେ ।

Advertisment

ସୂଚନାଯୋଗ୍ୟ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନାର ଏଏସ୍ଆଇ ସୁମନ ମଲ୍ଲିକ ଓ ଅନ୍ୟ କର୍ମଚାରୀଙ୍କ ନାଁରେ ସିନ୍ଧେକେଲା ଗାଁର ଯୁବକ ସଂକୀର୍ତ୍ତନ ଗୁରୁ ଛେଳି ଚୋରି ଅଭିଯୋଗ ଆଣିଥିଲେ । ଛେଳି ଚୋରି କରିବା ପରେ ତାକୁ ଭୋଜି କରି ଖାଇ ଦେଇଥିବା ଅଭିଯୋଗ କରିଥିଲେ । ଦୁଇଟି ଛେଳି ନେଇ ପୋଲିସ ଭୋଜି କରିଦେଇଥିବା ଅଭିଯୋଗ କରିଥିଲେ ସଂକୀର୍ତ୍ତନ । ଏହି ଘଟଣାକୁ ନେଇ ଗତକାଲି ଲୋକେ ଥାନା ଘେରାଉ କରିଥିଲେ ଏବଂ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

ହେଲେ ପରିସ୍ଥିତି ବିଗୁଡିଥିବା ଦେଖି ସଂପୃକ୍ତ ଏଏସଆଇ ସୁମନ ମଲ୍ଳିକକୁ ଫେରାର କରାଇଦେଲେ ଅନ୍ୟ ସହଯୋଗୀ । ବିଳମ୍ବିତ ରାତି ଯାଏ ଥାନାକୁ ଘେରାଉ କରି ରଖିଥିଲେ ସିନ୍ଧେକେଲାର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସାଧାରଣ ଲୋକେ । ଶେଷରେ ଅଟକ ଛେଳି ମାଳିକ ସଂକୀର୍ତ୍ତନ ଗୁରୁଙ୍କୁ ଥାନାରୁ ଛାଡିଦେଲା ପୋଲିସ ।  

Advertisment
ASI Suspended
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ