Advertisment

ମହିଳାଙ୍କଠୁ ୨ ହଜାର ଟଙ୍କିଆ ନୋଟ୍‌ ନେଲେନି ଦୋକାନୀ, କାରଣ ଜାଣିଲେ ଆପଣ ବି ହସିବେ...

କିଛି ୟୁଜର୍ସ ସୋସିଆଲ୍‌ ମିଡିଆରେ ଏହା ମଧ୍ୟ କହିଛନ୍ତି ଯେ, କିଛି ପେଟ୍ରୋଲ ପମ୍ପ ଓ ଦୋକାନୀ ୨ ହଜାର ଟଙ୍କିଆ ନୋଟ୍‌ ନେବାକୁ ରୋକ୍‌ଠୋକ୍‌ ମନା କରି ଦେଉଛନ୍ତି। ଏସବୁ ଭିତରେ ୨ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ନେଇ ଏବେ ଚର୍ଚ୍ଚା।

ଅଦ୍ୟତନ ହୋଇଛି
Shopkeeper refuses to take Rs 2000 note from woman

Shopkeeper refuses to take Rs 2000 note from woman

Advertisment

୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି। ତେଣୁ ଯାହାଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି, ତାକୁ ସେମାନେ ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଡିପୋଜିଟ ମଧ୍ୟ କରିପାରିବେ। ସେପ୍ଟେମ୍ବର ୩୦ ଯାଏ ୨ ହଜାର ଟଙ୍କିଆ ନୋଟ୍‌କୁ ବଦଳା ଯାଇପାରିବ। ହେଲେ ଏହି ଖବର ଲୋକଙ୍କୁ ଏବେ ଏତେ ଚିନ୍ତାରେ ପକାଇଛି ଯେ, ଦୋକାନୀ ହୁଅନ୍ତୁ କି ଅନ୍ୟ ବ୍ୟବସାୟୀ କେହିବି ୨ ହଜାର ଟଙ୍କିଆ ନେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି।

Advertisment

କିଛି ୟୁଜର୍ସ ସୋସିଆଲ୍‌ ମିଡିଆରେ ଏହା ମଧ୍ୟ କହିଛନ୍ତି ଯେ, କିଛି ପେଟ୍ରୋଲ ପମ୍ପ ଓ ଦୋକାନୀ ୨ ହଜାର ଟଙ୍କିଆ ନୋଟ୍‌ ନେବାକୁ ରୋକ୍‌ଠୋକ୍‌ ମନା କରି ଦେଉଛନ୍ତି। ଏସବୁ ଭିତରେ ୨ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ନେଇ ଏବେ ଚର୍ଚ୍ଚା। ଜଣେ ମହିଳା କହିଛନ୍ତି, ଦୋକାନୀ ୨ ହଜାର ଟଙ୍କିଆ ନୋଟ୍‌ ନେବାକୁ ମନା କରିବାରୁ ଯୁକ୍ତିତର୍କ ହୋଇଥିଲା। ଯେତେବେଳେ ସେ ଏହାର କାରଣ କହିଲେ, ଏହା ଜାଣିଲେ ଆପଣଙ୍କର ମଧ୍ୟ ହସ କଣ୍ଟ୍ରୋଲ ରହିବନି।

ୟୁଜର dee ପକ୍ଷରୁ ଟ୍ୱିଟରରେ ଏହି ବାର୍ତ୍ତାଳାପର ଏକ ସ୍କ୍ରିନ୍‌ଶଟ୍‌ ଶେୟାର କରାଯାଇଛି। ଯେଉଁଥିରେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ମେସେଜ କରି କହିଛନ୍ତି, ‘ଆଜି ମୁଁ ଏସ୍ଥେଟିକ୍‌ ଲୁକିଂ ଲେଜ୍‌ ଗୋର୍‌ମେଟ୍‌ କିଣିବାକୁ ଯାଇଥିଲି। ହେଲେ ଦୋକାନୀ ୨ ହଜାର ଟଙ୍କିଆ ନୋଟ୍‌ ନେବାକୁ ମନା କରି ଦେଇଥିଲେ। ଏହାପରେ ମୋତେ ଏତେ ବିରକ୍ତି ଲାଗିଥିଲା ଯେ, ସେପ୍ଟେମ୍ବର ୩୦ ଯାଏ ଏହାକୁ ବଦଳା ଯାଇପାରିବ ବୋଲି ମୁଁ ତାଙ୍କୁ କହିଥିଲି। ପରେ ସେ କହିଥିଲେ, ଆପଣ ଯାହା କହୁଛନ୍ତି ଠିକ୍‌। ହେଲେ ଆପଣଙ୍କ ନୋଟ୍‌ ଚିରି ଯାଇଛି। ଶେଷେର ତାଙ୍କ କଥା ଶୁଣି ଚୁପ୍‌ଚାପ୍‌ ମୁଁ ୟୁପିଆଇରେ ଜରିଆରେ ପେ’ କରିଥିଲି’। 

Advertisment

୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ନେଇ ନିକଟରେ RBI ଗଭର୍ଣ୍ଣର କହିଥିଲେ, ନୋଟ୍‌ ବଦଳାଇବା ପାଇଁ ଲୋକଙ୍କ ପାଖରେ ୪ ମାସ ସମୟ ଅଛି। ତେଣୁ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ ଓ ବ୍ୟାଙ୍କକୁ ଯାଇ ନୋଟ୍‌ ବଦଳାଇବା ପାଇଁ ଭିଡ଼ କରନ୍ତୁ ନାହିଁ। ଆପଣମାନେ ସମୟ ବାହାର କରି ଏହି ୪ ମାସ ମଧ୍ୟରେ ବ୍ୟାଙ୍କକୁ ଯାଇ ନୋଟ୍‌ ବଦଳାଇ ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ