Advertisment

ଘରେ କି ମସ୍‌ଜିଦ୍‌ରେ ନୁହେଁ; ମନ୍ଦିରରେ ଭାଙ୍ଗୁଛନ୍ତି ରୋଜା

ବିଭିନ୍ନତାରେ ବି ଏକତା । ରମ୍‌ଜାନ୍‌ ବ୍ରତ ଭାଙ୍ଗିବାକୁ ମୁସଲମାନଙ୍କୁ ମନ୍ଦିର ଆମନ୍ତ୍ରଣ କଲେ ହିନ୍ଦୁ ପୁରୋହିତ ।

ଅଦ୍ୟତନ ହୋଇଛି
Setting Example Of Unity, Famous Gujarat Temple Invites Muslims To Break Ramzan Fast

Setting Example Of Unity, Famous Gujarat Temple Invites Muslims To Break Ramzan Fast

Advertisment

ବିଭିନ୍ନତାରେ ବି ଏକତା । ରମ୍‌ଜାନ୍‌ ବ୍ରତ ଭାଙ୍ଗିବାକୁ ମୁସଲମାନଙ୍କୁ ମନ୍ଦିର ଆମନ୍ତ୍ରଣ କଲେ ହିନ୍ଦୁ ପୁରୋହିତ । ଯାହା ପରେ ମନ୍ଦିରରେ ଉପବାସ ଭାଙ୍ଗିଲେ ମୁସଲମାନ ଭାଇ । ଗୁଜୁରାଟ ବନାସ୍କାନ୍ତ ସ୍ଥିତ ଏକ ଗାଁରେ ଦେଖିବାକୁ ମିଳିଛି ଏହି ଭିନ୍ନ ଘଟଣା । ଭାରାଣ୍ଡା ଭିର ମହାରାଜ ନାମକ ଏକ ହିନ୍ଦୁ ମନ୍ଦିରରେ ପାଖାପାଖି ୧୦୦ ଜଣ ମୁସଲମାନ ନିଜ ଉପବାସ ଭାଙ୍ଗିଛନ୍ତି ।

Advertisment

ମନ୍ଦିର ପୁରୋହିତଙ୍କ ଦ୍ୱାରା ଆୟୋଜିତ ‘ଇଫତାର’

ମନ୍ଦିର କର୍ତ୍ତୁପକ୍ଷ ଦ୍ୱାରା ଏହି ଇଫତାର (ବ୍ରତ ଭାଙ୍ଗିବା) କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି ମନ୍ଦିରଟି ଗାଁ ଲୋକଙ୍କ ପାଇଁ ବିଶେଷ ମହତ୍ୱ ରଖେ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ ରଖିଥାନ୍ତି ।

Setting Example Of Unity, Famous Gujarat Temple Invites Muslims To Break Ramzan Fast(ଉପବାସ ଭାଙ୍ଗୁଛନ୍ତି ମୁସଲମାନ ଭାଇ)

ନ୍ୟୁଜ୍‌ ଏଜେନ୍ସି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ମୁସଲମାନଙ୍କ ପାଇଁ ହିନ୍ଦୁ ମନ୍ଦିର ଖୋଲାଯାଇଛି ।

Advertisment

ଏନେଇ ମନ୍ଦରର ଜଣେ ପୁରୋହିତ କହିଛନ୍ତି ଯେ, ‘ଚଳିତ ବର୍ଷ ଉପବାସ ଭାଙ୍ଗିବାକୁ ମୁସଲମାନଙ୍କୁ ମନ୍ଦିରକୁ ନିମନ୍ତ୍ରଣ କରିବାକୁ ନିଷ୍ପତି ନିଆଯାଇଛି । ଗାଁର ପ୍ରାୟ ୧୦୦ରୁ ଅଧିକ ମୁସଲମାନ ବ୍ରତ ପାଇଁ ପ୍ରାୟ ୫ ରୁ ୬ ପ୍ରକାରର ଫଳ ଓ ସରବତର ଆୟୋଜିତ କରାଯାଇଛି ।’

ସାମ୍ପ୍ରଦାୟିକ ‘ଇଫୋନି’ ପାଇଁ ଗାଁ ଜଣାଶୁଣା

ଘଟଣାକୁ ନେଇ ସ୍ଥାନୀୟ ମୁସଲମାନ ବ୍ୟବସାୟୀ ୱାସିମ ଖାନ କହିଛନ୍ତି ଯେ, ଗାଁର ଲୋକମାନେ ସମନ୍ୱୟ ରକ୍ଷା କରନ୍ତି ଏବଂ ଅତି ଉତ୍ସାହର ସହ ସେମାନଙ୍କର ପର୍ବ ପାଳନ କରିଥାନ୍ତି ।

Advertisment

ଏହାସହ ସେ କହିଛନ୍ତି ଯେ, ଗ୍ରାମ ପଞ୍ଚାୟତ ଉଭୟ ହିନ୍ଦୁ ଏବଂ ମୁସଲମାନମାନଙ୍କ ସହ ଯୋଗାଯୋଗ କରି ଶୁକ୍ରବାର ଦିନ ମନ୍ଦିରରେ ମୁସଲମାନମାନେ ଉପବାସ କରିବାର ଏକ ପ୍ରସ୍ତାବ ଦେଇଥିଲେ । ଯାହା ପରେ ଆମେ ମନ୍ଦିରକୁ ଉପବାସ ଭାଙ୍ଗିବାକୁ ଯାଇଥିଲୁ । ’

ରମଜାନ ମାସକୁ ମୁସଲମାନମାନେ ପବିତ୍ର ବୋଲି ବିବେଚନା କରନ୍ତି। ସେମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କରିଥାନ୍ତି ଏବଂ ତା’ପରେ ଇଫତାର ସମୟରେ ଉପବାସ ଭାଙ୍ଗନ୍ତି ।

Example Of Unity Ramzan Fast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ