Astrospeak
  • Live TV
  • Read In English

ଆନ୍ଦୋଳନକାରୀଙ୍କୁ ମରଣାନ୍ତକ ଆକ୍ରମଣ ! ଚମ୍ପୁଆ ବିଧାୟିକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଚମ୍ପୁଆ ବିଧାୟିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଧାୟିକା ମିନାକ୍ଷୀ ମହାନ୍ତ ଲୋକ ଲଗାଇ ମାଡ଼ ମାରିବା ଭଳି ଅଭିଯୋଗ ଆଣିଛି ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ । ଏନେଇ ବମେବାରୀ ଥାନାରେ ପୃଥକ ଭାବେ ୪ଟି ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଗୋଟିଏ ଏତଲା ଗ୍ରହଣ କରିଥିବା ଅଭିଯୋଗ ହୋଇଛି

Keonjhar
ଆନ୍ଦୋଳନକାରୀଙ୍କୁ ଲୋକ ଲଗାଇ ମରଣାନ୍ତକ ଆକ୍ରମଣ ଅଭିଯୋଗ

News Summary

ଅଭିଯୋଗ ଆଣିଲା ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ

ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ

ସମସ୍ତ ଅଭିଯୋଗକୁ ବିଧାୟିକାଙ୍କ ଖଣ୍ଡନ

କେନ୍ଦୁଝର( ପ୍ରଣୟ କୁମାର ପାଣି) : ଚମ୍ପୁଆ ବିଧାୟିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଧାୟିକା ମିନାକ୍ଷୀ ମହାନ୍ତ ଲୋକ ଲଗାଇ ମାଡ଼ ମାରିବା ଭଳି ଅଭିଯୋଗ ଆଣିଛି ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ । ଏନେଇ ବମେବାରୀ ଥାନାରେ ପୃଥକ ଭାବେ ୪ଟି ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଗୋଟିଏ ଏତଲା ଗ୍ରହଣ କରିଥିବା ଅଭିଯୋଗ ହୋଇଛି । ବିଧାୟିକାଙ୍କ ଚାପର ବଶବର୍ତ୍ତୀ ହୋଇ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟିକା ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନୀ ମଣ୍ଡଳୀର ଚର୍ଚ୍ଚିତ ବିଧାୟିକାଙ୍କ ବିରୋଧରେ ଅଭିଯୋଗ । ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜ ବ୍ୟବସାୟ ବଢେଇବାକୁ ଯାଇ ଗୁଣ୍ଡାଗିରି କରୁଥିବା ଅଭିଯୋଗ ଆଣିଛନ୍ତି ବାଂଶପାଣି ସ୍ଥିତ ମାଇନିଂ ଏରିଆ ଟ୍ରକ ମାଲିକ ସଂଘ । ଏ ନେଇ ସଂଘ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଟ୍ରକ ମାଲିକ ସଙ୍ଘର କାର୍ଯ୍ୟକାର୍ତ୍ତା ।

ଯାଜଙ୍ଗ ସ୍ଥିତ ଜେଏସଡବ୍ଲ୍ୟୁ ଖଣିରୁ ଟଣ୍ଟୋ ସ୍ଥିତ ବିଆରପିଏଲକୁ ଖଣିଜ ପଦାର୍ଥ ପରିବହନ ଦରକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପୂର୍ବରୁ ପରିବହନ ମୂଲ୍ୟ ୩୮୩ ଟଙ୍କା ଥିବା ବେଳେ ଏହାକୁ ୩୨୦ ଟଙ୍କାକୁ ହ୍ରାସ କରାଯାଇଥିଲା । ମୂଲ୍ୟ ହ୍ରାସକୁ ବିରୋଧ କରି ଟ୍ରକ ମାଲିକ ସଂଘ ପକ୍ଷରୁ ଖଣି ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ମାତ୍ର ବିଧାୟିକାଙ୍କ ଇଙ୍ଗିତରେ କିଛି ଲୋକେ ଆନ୍ଦୋଳନକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏନେଇ ଟ୍ରକ ମାଲିକ ସଂଘ ପକ୍ଷରୁ ବମେଵାରୀ ଥାନାରେ ପୃଥକ ପୃଥକ ୪ଟି ଏତଲା ଦୟାର କରାଯାଇଥିଲା । ଥାନା ପକ୍ଷରୁ ମାତ୍ର ଗୋଟିଏ ଏତଲା ଗ୍ରହଣ କରିଥିବା ବେଳେ ଅନ୍ୟ ଏତଲା ଗ୍ରହଣ କରାଯାଇ ନାହିଁ । ଏଭଳି ସ୍ଥିତିରେ ଟ୍ରକ୍ ମାଲିକ ସଂଘ ଆଗକୁ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛି । ବିଧାୟିକାଙ୍କୁ ବ୍ୟବସାୟ ନିଶା ଏପରି ଘରିଛି ଯେ ଲୋକେ ଯାହାଙ୍କୁ ନିଜର ସେବା ନିମନ୍ତେ ନିଜର ବହୁମୂଲ୍ୟ ଭୋଟ ଦେଇ ନିର୍ବାଚିତ କରିଥିଲେ ସେହି ବିଧାୟିକା ଟ୍ରକ ମାଲିକଙ୍କ ପେଟରେ ଲାତ ମାରୁଥିବା ଅଭିଯୋଗ ଆଣିଛନ୍ତି ଟ୍ରକ ମାଲିକ । ହେଲେ ବିଧାୟିକା ଏହାକୁ ଖଣ୍ଡନ କରିବା ସହ ଏହା ତାଙ୍କ ବିରୋଧରେ ଚକ୍ରାନ୍ତ ବୋଲି କହିଛନ୍ତି ।