Advertisment

ଏଣିକି ଗ୍ରାମାଞ୍ଚଳରେ ହାତ ପାହାନ୍ତାରେ ମିଳିବ ସହରୀ ସୁବିଧା

ପଞ୍ଚାୟତର ବିକାଶ ପାଇଁ ନବ ର୍ନିବାଚିତ ସରପଞ୍ଚ ଶିକ୍ଷାଲାଭ କରୁଛନ୍ତି। ର୍ନିବାଚନ ପରେ ପଞ୍ଚାୟତ ସ୍ତରରେ ଉନ୍ନୟନମୂଳକ କାମ କିଭଳି ହେବ ସେଥିପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହେଉଛି।

ଅଦ୍ୟତନ ହୋଇଛି
Sarpanch Training Programme

Sarpanch training programme in Dhenkanal

Advertisment

ମୋ ପଞ୍ଚାୟତ ହେବ ଶ୍ରେଷ୍ଠ ପଞ୍ଚାୟତ। ଆଉ ଗ୍ରାମାଞ୍ଚଳରେ ହାତ ପାହାନ୍ତାରେ ମିଳିବ ସହରୀ ସୁବିଧା। ଏଥିପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।  ଏହି ପରିପ୍ରେକ୍ଷୀରେ ପଞ୍ଚାୟତର ବିକାଶ ପାଇଁ ନବ ର୍ନିବାଚିତ ସରପଞ୍ଚ ଶିକ୍ଷାଲାଭ କରୁଛନ୍ତି। ର୍ନିବାଚନ ପରେ ପଞ୍ଚାୟତ ସ୍ତରରେ ଉନ୍ନୟନମୂଳକ କାମ କିଭଳି ହେବ ସେଥିପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହେଉଛି। 

Advertisment

ଏଥିପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତି ରାଜ ପ୍ରତିଷ୍ଠାନ ଓ ଜିଲ୍ଲା ପରିଷଦର ମିଳିତ ଆନୁକୂଲ୍ୟରେ ସରପଞ୍ଚଙ୍କ ପାଇଁ ତାଲିମ ଶିବିର ଆରମ୍ଭ ହୋଇଛି।ଢେଙ୍କାନାଳ ଜିଲ୍ଲା ରେ ଏହି ୫ ଦିନିଆ ତାଲିମ ଶିବିରରେ ସଦର ବ୍ଲକର ସମସ୍ତ ୩୦ଟି ପଞ୍ଚାୟତର ନବ ର୍ନିବାଚିତ ସରପଞ୍ଚ ଓ କାମାକ୍ଷାନଗର ବ୍ଲକର ୨୨ଟି ପଞ୍ଚାୟତର ସରପଞ୍ଚ ମାନେ ତାଲିମ ନେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ସଦର ବ୍ଲକର ଆଦର୍ଶ ପଞ୍ଚାୟତ ଭାବେ ପରିଚିତ ଚାଉଳିଆ ଗ୍ରାମ ପଞ୍ଚାୟତର କ୍ଷେତ୍ର ପରିଦର୍ଶନ କରିଛନ୍ତି ୨ଟି ବ୍ଲକର ୫୨ ଜଣ ଉଭୟ ମହିଳା ଓ ପୁରୁଷ ର୍ନିବାଚିତ ସରପଞ୍ଚ। ଚାଉଳିଆ ପଞ୍ଚାୟତରେ ହୋଇଥିବା ସମସ୍ତ ଉନ୍ନୟନମୂଳକ କାମ, ରୁରାଲ ପାର୍କ , କଲ୍ୟାଣ ମଣ୍ଡପ , ଆଦର୍ଶ ପୋଖରୀ ୫ଟି ଅନ୍ତର୍ଭୁକ୍ତ ହାଇସ୍କୁଲ ଏସବୁ ଗୁଡ଼ିକ ଦେଖି ସମସ୍ତେ ବେଶ୍‌ ଅନୁପ୍ରାଣିତ ହୋଇଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ନବ ର୍ନିବାଚିତ ଲୋକ ପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏହି ତାଲିମ ଶିବିର ଆୟୋଜନ କରାଯାଇଛି।

Advertisment
Sarpanch Training Programme Training To Sarpanch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ