Advertisment

ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି, ପିଇଓଙ୍କୁ ମାଡ଼ ମାରିଲେ

ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି।

ଅଦ୍ୟତନ ହୋଇଛି
ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି, ପିଇଓଙ୍କୁ ମାଡ଼ ମାରିଲେ

ପିଇଓ ରାମଚନ୍ଦ୍ର ନାୟକ

Advertisment

ଆନନ୍ଦପୁର: ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି।

Advertisment

ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ ପଞ୍ଚାୟତର କାର୍ଯ୍ୟରତ ପିଇଓ ରାମଚନ୍ଦ୍ର ନାୟକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପିଇଓ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହ ବିଡିଓଙ୍କୁ ମଧ୍ୟ ଦାବିପତ୍ର ଦେଇଛନ୍ତି ପିଇଓ।  ଏହି ଘଟଣାରେ ବିଧାୟକଙ୍କ ପୁଅ ଦେବାଶିଷ ପାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି କଂଗ୍ରେସ। ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବାଶିଷ।

ଘଟଣାକୁ ନେଇ ପିଇଓ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରର ଯାଞ୍ଚ ଆମେ ଯେଉଁ କରୁଛୁ, ତାହାକୁ ନେଇ ସରପଞ୍ଚମାନେ ବାଧ୍ୟ କରୁଛନ୍ତି ଯାହାର ପକ୍କା ଘର ତାକୁ କଚ୍ଚା ଘର ଦିଆଯାଉ।ଖାଳିଆମେଣ୍ଟା ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁଙ୍କ ଘର ପାଖେ ଏକ ପକ୍କା ଘର ଅଛି। ସେଇ ପକ୍କା ଘରକୁ କଚ୍ଚା ଘର କରିବା ପାଇଁ ଏଲିଜିବଲ୍‌ କରାଯାଉ ବୋଲି ସେ କହିଥିଲେ। ତେବେ ପକ୍କା ଘରକୁ ନଦିଆଯିବା ପାଇଁ ଆମ ଗାଇଡ୍‌ଲାଇନ୍‌ ନାହିଁ ବୋଲି କହିଥିଲି। ଏହାପରେ ସେ ମୋତେ ମାଡ଼ ମାରିଥିଲେ। ସଙ୍ଗେସଙ୍ଗେ ଏକଥା ମୁଁ ବିଡିଓଙ୍କୁ ଜଣାଇଥିଲି। 

Advertisment

କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଛନ୍ତି, ଖାଳିଆମେଣ୍ଟା ପଞ୍ଚାୟତର ପିଇଓ ରାମଚନ୍ଦ୍ର ନାୟକଙ୍କୁ ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ ଓ ସ୍ଥାନୀୟ ବିଧାୟକଙ୍କ ପୁଅ ଉଭୟ ମିଶି ଅପହରଣ କରି ନେଇଥିଲେ। ତାଙ୍କୁ ମନବୁତାବକ କାମ କରିବାକୁ ଦେଲେ ନାହିଁ। ତେଣୁ ଶାସକ ଦଳ ଗୁଣ୍ଡାଗର୍ଦ୍ଦି କରିଥିଲା। ଏହାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଉଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ହିଂସା ଓ ଗୁଣ୍ଡାଗର୍ଦ୍ଦିକୁ ବିଶେଷ କରି ଘସିପୁରା ନିର୍ବାଚନମଣ୍ଡଳୀରେ ଦୃଢ଼ ନିନ୍ଦା କରିଛନ୍ତି’।

Advertisment

ବିଧାୟକଙ୍କ ପୁଅ ଦେବାଶିଷ କହିଛନ୍ତି, ‘ପିଇଓଙ୍କୁ ଉଠାଇ ଆଣିବା କଥା ମିଛ। କିନ୍ତୁ କମ୍ପ୍ରମାଇଜ୍‌ କରିବା କଥା ସତ। ମୁଁ କୌଣସି ବେଆଇନ୍‌ କାର୍ଯ୍ୟକଳାପରେ ଲିପ୍ତ ନାହିଁ। ମୋର ତାଙ୍କ ସହ ଭଲ ସମ୍ପର୍କ। ତେଣୁ ମୁଁ ସମାଧାନ କରିବାକୁ ଚାହୁଁଛି।’

Odisha Sarpanch Attack On Peo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ