Advertisment

ସାଣ୍ଟାର ମହତ କାମ; କରୋନା ଆକ୍ରାନ୍ତ ପିଲାଙ୍କ ମୁହଁରେ ଭରିଲା ହସ

ଖ୍ରୀଷ୍ଟମାସ ଅବସରରେ ସାଣ୍ଟା ଦେଖେଇଲା ତା’ର ମହତପଣିଆ। ସେହି ପିଲାମାନଙ୍କ ମୁହଁରେ ହସ ଭରିଲା ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ବିଚ୍ଛିନ୍ନ ହୋଇ ଅଛନ୍ତି। ବିଷାଦରେ ରହୁଥିବା ଏହି ପିଲାଙ୍କୁ ଖୁସି କରିଛି ସାଣ୍ଟା।

Santa visits sick children on fire fighters

Santa visits sick children on fire fighters

Advertisment

ଖ୍ରୀଷ୍ଟମାସ ଅବସରରେ ସମସ୍ତଙ୍କ ଭିତରେ ଖୁସିର ମାହୋଲ୍ ତିଆରି କରିବା ନେଇ ସାଣ୍ଟା କ୍ଲଜ ଏକ ବିଶେଷ ଭୂମିକା ନିଏ। ବିଶେଷକରି ପିଲାମାନେ ସାଣ୍ଟା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। କାରଣ ଖ୍ରୀଷ୍ଟମାସରେ ସେମାନେ ସାଣ୍ଟାଠାରୁ ଅନେକ ଉପହାର ପାଆନ୍ତି। ବର୍ତ୍ତମାନ ଖ୍ରୀଷ୍ଟମାସ ଅବସରରେ ସାଣ୍ଟା ପିଲାମାନଙ୍କ ପାଖରେ ପହଞ୍ଚୁଛି। କିନ୍ତୁ ଯେଉଁ ପିଲାମାନେ କୋଭିଡ୍‌ ସହ ସଂଗ୍ରାମ କରୁଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ଖ୍ରୀଷ୍ଟମାସ ରଙ୍ଗହୀନ ହେବାକୁ ଯାଉଥିଲା। କିନ୍ତୁ ସାଣ୍ଟା ଏହି କ୍ଷେତ୍ରରେ ଏକ ବିଶେଷ ଭୂମିକା ନେଇଥିବା ଦେଖାଯାଏ। ଏହି ପିଲାମାନଙ୍କୁ ସାଣ୍ଟା ଉପହାର ଦେଇ ସେମାନଙ୍କ ମନରେ ଖୁସି ଭରିଛି। ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି।

Advertisment

ଏକ ରିପୋର୍ଟ ଅନୁଯାୟୀ, ପେରୁର ଲିମାଠାରେ ସାଣ୍ଟା କ୍ଲଜ୍ ପିଲାମାନଙ୍କୁ ଉପହାର ବାଣ୍ଟୁଥିଲେ। କିନ୍ତୁ ସବୁଠାରୁ ବଡ କଥା ହେଲା ସାଣ୍ଟା ଯେଉଁ ପିଲାମାନଙ୍କୁ ଉପହାର ଦେଉଥିଲା ସେମାନେ ସମସ୍ତେ କରୋନା ସଂକ୍ରମିତ ହୋଇଥିଲେ। ସେଥିପାଇଁ ଏଥର ସାଣ୍ଟା କ୍ଲଜ୍‌ ଫାୟାର ଫାଇଟରଙ୍କ ସହାୟତାରେ ପିଲାମାନଙ୍କ ପାଖରେ ଉପହାର ପହଞ୍ଚେଇ ଥିଲା। ପିଲାମାନଙ୍କୁ ଉପହାର ଦେବା ପାଇଁ ସାଣ୍ଟା ଅଗ୍ନିଶମ ବିଭାଗର ସିଡ଼ିର ସାହାଯ୍ୟ ନେଇଲା। ଏହି ପୂରା ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଯାହା ବର୍ତ୍ତମାନ ଖୁବ ଭାଇରାଲ୍ ହେଉଛି।

ଏହି ମହତ କାମ ପାଇଁ ସାଣ୍ଟା କ୍ଲଜ୍ ଅଗ୍ନିଶମ ବିଭାଗର ସିଡ଼ି ବାଛିଥିଲେ। କାରଣ କରୋନା ହେତୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଡାକ୍ତରଖାନାର ଆଇସୋଲେସନ ଜାଗାକୁ କାହାରିକୁ ଯିବାକୁ ଅନୁମତି ନ ଥିଲା। ଏହା ସହିତ ସାମାଜିକ ଦୂରତାକୁ ମଧ୍ୟ ଅନୁସରଣ କରିବାକୁ ହେବ। ତେଣୁ ସାଣ୍ଟା କ୍ଲଜ୍‌ ଓ ଅଗ୍ନିଶମ ବାହିନୀ ଏକତ୍ରିତ ହୋଇ ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେମାନଙ୍କୁ ଏକ ବିଶେଷ ଉପାୟରେ ଉପହାର ପ୍ରଦାନ କରିଛନ୍ତି।

Advertisment

ସୋସିଆଲ ମିଡିଆରେ ରଏଟର୍ସ ଦ୍ୱାରା ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ଡାକ୍ତରଖାନାର ଝରକା ପାଖରେ ଠିଆ ହୋଇଥିବା ପିଲାମାନେ ସାଣ୍ଟାକୁ 'ମେରୀ ଖ୍ରୀଷ୍ଟମାସ' କାମନା କରି ଉପହାର ନେଉଥିବା ଦେଖାଯାଏ। ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ତଳେ ଠିଆ ହୋଇ ନାଚୁଥିବା ଦେଖାଯାଏ। ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଅଗ୍ନିଶମ କର୍ମଚାରୀ ଓ ସାଣ୍ଟା କ୍ଲଜ୍‌କୁ ପ୍ରଶଂସା କରିବାରେ ଟିକେ ବି ମନ ଉଣା କରି ନାହାନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ