Advertisment

ଗଛ ମୂଳେ ଅଙ୍ଗନବାଡ଼ି କେନ୍ଦ୍ର, ୧୨ ବର୍ଷ ହେଲାଣି ପାଠପଢ଼ାଉଛନ୍ତି ରୋଷେୟା

କୁନି କୁନି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ଶିକ୍ଷା ପାଇଁ ଗାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଅଙ୍ଗନବାଡି କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ  ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ ଏବେବି ଏମିତି ଅନେକ ଗାଁ ରହିଛି ଯେଉଁଠି ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର।

ଅଦ୍ୟତନ ହୋଇଛି
Sans teacher for 12 years, kids get education from Anganwadi cook under tree in Odisha

Sans teacher for 12 years, kids get education from Anganwadi cook under tree in Odisha

Advertisment

ବରଗଛ ମୂଳରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ନା ଅଛି କୌଣସି କୋଠାଘର ନା ପିଲାଙ୍କ ପାଇଁ ଅଛି କୌଣସି ଆନୁସଙ୍ଗିକ ବ୍ୟବସ୍ଥା। କୁନି କୁନି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ଶିକ୍ଷା ପାଇଁ ଗାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଅଙ୍ଗନବାଡି କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ  ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ ଏବେବି ଏମିତି ଅନେକ ଗାଁ ରହିଛି ଯେଉଁଠି ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। କେଉଁଠି ଗଛ ତଳେ ପିଲା ପାଠ ପଢୁଛନ୍ତି ତ ଆଉ କେଉଁଠି କର୍ମଚାରୀ ଅଭାବ ଯୋଗୁ ପିଲାଙ୍କ ପାଠପଢ଼ା ବନ୍ଦ ରହିଛି। କଟକ ଜିଲ୍ଲା ବଡମ୍ବା ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି।

Advertisment

କଟକ ଜିଲ୍ଲା ବଡମ୍ବା ବ୍ଲକ୍‌ ଅନ୍ତର୍ଗତ କୈବତ୍ର ସାହିରେ ସରକାରଙ୍କ ମୋ ଅଙ୍ଗନବାଡ଼ି କେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି।  ଏହି କେନ୍ଦ୍ରରେ ଗୋପିନାଥପୁରର ୭ ଓ ୮ ନମ୍ବର ଓ୍ୱାର୍ଡର ପାଖାପାଖି ୩୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପାଖାପାଖି ୧୨ ବର୍ଷ ହେବ ଏହି କେନ୍ଦ୍ରରେ ଅଙ୍ଗନବାଡ଼ି ଶିକ୍ଷକ ନଥିବାରୁ ରୋଷେୟା ସମ୍ଭାଳି ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ବଡମ୍ବା ବ୍ଲକରେ ପାଖାପାଖି ୧୫ରୁ ୩୦ଟି ଅସ୍ଥାୟୀ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଥିବା ଅଭିଯୋଗ ହୋଇଛି। ଅନେକ ଶିକ୍ଷକ ଓ କର୍ମଚାରୀ ଅଙ୍ଗନବାଡ଼ି ନଆସି ଘରେ ରହି ଦରମା ନେଉଛନ୍ତି। ତେବେ ଅଭିଯୋଗକୁ ବଡ଼ମ୍ବା ସିଡିପିଓ ପ୍ରମିଳା ଦେଇ ଖଣ୍ଡନ କରିଛନ୍ତି।    

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଅଞ୍ଚଳରେ ମଧ୍ୟ ଶିକ୍ଷାର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଦୀର୍ଘ ୧୩ ବର୍ଷ ଧରି ବିନା କର୍ମଚାରୀରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଛି। କେବଳ ଭାତ, ଡାଲି ଖାଇବା ସମୟରେ ପିଲା ଆସୁଛନ୍ତି ଓ ଅଣ୍ଡା, ଛତୁଆ ନେଇ ଘରକୁ ଫେରୁଛନ୍ତି। ଅଙ୍ଗନବାଡ଼ି ଦିଦି ନଥିବାରୁ ଶିକ୍ଷା ବ୍ୟବସ୍ଥା ଏଠି କୋମାରେ ପଡ଼ିଛି।  ଏଠି ନା ଗର୍ଭବତୀ, ପ୍ରସୂତି ମହିଳା ସୁବିଧା ପାଉଛନ୍ତି ନା କୁନି କୁନି ପିଲାମାନେ ଶିକ୍ଷା ପାଉଛନ୍ତି। 

Advertisment

ସୂଚନା ଅନୁସାରେ, ୨୦୧୧ ମସିହା ପର୍ଯ୍ୟନ୍ତ ଅଙ୍ଗନବାଡ଼ି ହେଲ୍‌ପର୍‌ ଶାନ୍ତି ମୁର୍ମୁ ଏହି କେନ୍ଦ୍ରକୁ ଚଳାଇ ଆସୁଥିଲେ। ହେଲେ ପରେ ନିଜେ ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ଦାବିରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେହିଦିନଠାରୁ ବର୍ତ୍ତମାନ ଯାଏ ଅଙ୍ଗନବାଡ଼ି କେନ୍ଦ୍ରରେ କୌଣସି କର୍ମୀ ନିଯୁକ୍ତି ପାଇ ନାହାନ୍ତି। ଫଳରେ ଅନ୍ଧାରରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା। ତୁରନ୍ତ ନୂତନ ନିଯୁକ୍ତି ପାଇଁ ନୋଟିସ ଜାରି କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କାମାକ୍ଷାନଗର ଉପଜିଲ୍ଲାପାଳ କହିଛନ୍ତି।   

(ବଡ଼ମ୍ବାରୁ ସର୍ବେଶ୍ୱର ସ୍ୱାଇଁ ଓ କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ) 

Anganwadi Centres Anganwadi Kendra Anganwadi Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ