Advertisment

ଥମୁନି ଜନନୀ ଯନ୍ତ୍ରଣା: ଏକ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତି

ଗାଁକୁ ଭଲ ରାସ୍ତା ନଥିବାରୁ ଏକ କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି....

ଅଦ୍ୟତନ ହୋଇଛି
Sans Road, Pregnant Woman Carried On Cot, Delivers Baby On Way To Hospital

Sans Road, Pregnant Woman Carried On Cot, Delivers Baby On Way To Hospital

Advertisment

ପୁଣି ଖଟିଆରେ ବୁହାହେଲେ ପ୍ରସୂତି । ଗାଁକୁ ଭଲ ରାସ୍ତା ନଥିବାରୁ ପ୍ରାୟ ଏକ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଞ୍ଚଳର ଠାକୁରମୁଣ୍ଡା ବ୍ଲକଠାରୁ ମାତ୍ର ୨ କିମି ଦୂର ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ଖମଡିହା ପୁରୁଣାପାଣି ସାହିକୁ ଭଲ ରାସ୍ତାଟିଏ ନାହିଁ । ଫଳରେ ସାଧାରଣ ଲୋକେ ଯିବା ଆସିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । 

Advertisment

ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ବ୍ଲକଠାରୁ ମାତ୍ର ୨ କିମି ଦୂର ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ଖମଡିହା ପୁରୁଣାପାଣି ସାହିର  ବିଜୟ ମୁଣ୍ଡୁରୀଙ୍କ ପତ୍ନୀ ନମିତାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସିଲା, ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଘରଠାରୁ ଗୋଟିଏ କିଲୋମିଟର ଦୂରରେ ଅଟକି ରହିଥିଲା । ଶେଷରେ ନମିତାଙ୍କୁ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା । 

ଏହାପରେ ସେଠାରୁ ତାଙ୍କୁ ଠାକୁରମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ଯିବା ରାସ୍ତାରେ ବାଟରେ ଏକ ଶିଶୁକୁ ଜନ୍ମ ଦେଇଥିଲେ ।  ହେଲେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । 

Advertisment
Pregnant Woman Pregnant Woman Carried On Cot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ