ବାଟବଣା ସରକାରଙ୍କ ‘ଖୁସି’ଯୋଜନା : ଛାତ୍ରୀଙ୍କୁ ମିଳୁନି, ଖତ ଖାଉଛି ସାନିଟାରୀ ନାପକିନ୍

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୧୮ ଫେବୃୟାରୀରେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରାଯାଇଥିଲା ‘ଖୁସି’ଯୋଜନା । ଏହି ଯୋଜନା ମାଧ୍ୟମରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିଲା ମାଗଣା ସାନିଟାରୀ ନାପକିନ୍ ।

ଫେଲ୍ ମାରିଲାଣି ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ ଯୋଜନା

News Summary

ଯୋଜନା ଗଡୁଛି ଗୋଦାମରେ

ଫେଲ୍ ମାରିଲାଣି ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ ଯୋଜନା

ସାନିଟାରୀ ନାପକିନ୍ ଛାତ୍ରୀଙ୍କ ନିକଟରେ ପହଞ୍ଚିପାରୁନି

ବଣ୍ଟା ନହୋଇ ପଡ଼ିରହିଛି ନାପକିନ୍

ଭଦ୍ରକ(ପାର୍ଥ ସାରଥୀ ନାୟକ ) : ରାଜ୍ୟର ଷଷ୍ଠ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତରର ଛାତ୍ରୀଙ୍କୁ ଯୋଗାଇ ଦିଆଯିବ ମାଗଣା ସାନିଟାରୀ ନାପକିନ୍ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଖୁସି’ଯୋଜନା । ହେଲେ ଛାତ୍ରୀଙ୍କ ପାଖରେ ସାନିଟାରୀ ନାପକିନ୍ ପହଞ୍ଚିବା  ଦୂରର କଥା, ବର୍ଷ ବର୍ଷ ଧରି ନୋଡାଲ ସେଣ୍ଟରର ଗୋଦାମରେ ପଡି ଗଡୁଛି । ବାଟବଣା ହୋଇଛି ସରକାରଙ୍କ ଖୁସି ଯୋଜନା ।

ବିଦ୍ୟାଳୟକୁ ଆସୁଥିବା ଛାତ୍ରୀ ମାନଙ୍କ ମଧ୍ୟରେ ସ୍ୱଚ୍ଛତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର "ଖୁସି' ଯୋଜନା ମାଧ୍ୟମରେ ଛାତ୍ରୀ ମାନଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବଣ୍ଟନ କରାଗଲା । ହେଲେ ସାନିଟାରୀ ନାପକିନ୍, ଛାତ୍ରୀ ମାନଙ୍କ ନିକଟରେ ନପହଞ୍ଚି ବର୍ଷ ବର୍ଷ ଧରି ନୋଡାଲ ସେଂଟରର ଗୋଦାମରେ ଗଡୁଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୧୮ ଫେବୃୟାରୀରେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରାଯାଇଥିଲା ‘ଖୁସି’ଯୋଜନା । ଏହି ଯୋଜନା ମାଧ୍ୟମରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିଲା ମାଗଣା ସାନିଟାରୀ ନାପକିନ୍ ।

ବାସୁଦେବପୁର ବ୍ଲକ ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଡାଲ ସେଂଟର ଭାବେ ଚିହ୍ନଟ କରାଯାଇଥିଲା । ଏହି ନୋଡାଲ ସେଂଟରରୁ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଏହି ନାପକିନ୍ ଯୋଗାଇ ଦିଆଯିବାର ଯୋଜନା ରହିଥିଲା । ଯେଉଁଥିପାଇଁ ବାସୁଦେବପୁର ବ୍ଲକର ୧୬୫ଟି ବିଦ୍ୟାଳୟ ସମେତ ୭ଟି ମହାବିଦ୍ୟାଳୟର ଛାତ୍ରୀ ଏହାର ସୁଫଳ ପାଇବେ ବୋଲି ଲକ୍ଷ୍ୟ ରହିଥିଲା । ହେଲେ ଏହି ନାପକିନ୍ ନୋଡାଲ ସେଂଟରରେ ବର୍ଷେରୁ ଉର୍ଦ୍ଧ ସମୟ ଧରି ପଡି ରହିଥିଲେବି ଆଜିଯାଏ ବଂଟାଯାଇ ପାରୁନାହିଁ । ଏହି ନୋଡାଲ ସେଂଟରରୁ ଶେଷଥର ପାଇଁ ୨୦୨୦ମସିହାର ଜୁଲାଇ ମାସରେ ବଂଟା ଯାଇଥିଲା । ଆଉ ୧ଲକ୍ଷ ୪୦ହଜାର ୫୬୨ ଖଣ୍ଡ ବଂଟା ନଯାଇ ପାରି ରହି ଯାଇଥିଲା ।

ଚଳିତ ବର୍ଷ ଜାନୁଆରୀ ଓ ଫେବୃୟାରୀ ମାସରେ ଦୁଇଟି ପର୍ଯ୍ୟାୟରେ ୭ଲକ୍ଷ ୮୧ହଜାର ୧୧୦ଖଣ୍ଡ ନାପ୍କିନ୍ ଆସିଥିଲା । ଯାହା ବଣ୍ଟା ନଯାଇ ରହିଥିବା ବେଳେ, ଚଳିତ ନଭେମ୍ବର ମାସରେ ପୁଣି ୬ଲକ୍ଷ ୪ହଜାର ୮ଶହ ଖଣ୍ଡ ନୂଆ ନାପକିନ୍ ଆସିଛି । ବାସୁଦେବପୁର ନୋଡାଲ ସେଣ୍ଟରରେ ଏବେ ମୋଟ ୧୫ଲକ୍ଷ ୨୬ହଜାର ୪୭୨ଖଣ୍ଡ ନାପକିନ୍ ପଡି ରହିଛି ।

ତେବେ ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଆମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ଏକ କମିଟି କରିଛୁ । ବାଣ୍ଟିବା ପାଇଁ ଯେଉଁ ଆର୍ଥିକ ସହାୟତାର ଦ୍ଵନ୍ଦ ଥିଲା ତାହା ସମାଧାନ ହୋଇଯାଇଛି । ଖୁବଶୀଘ୍ର ଆମେ ବାଣ୍ଟିବାକୁ ଚେଷ୍ଟା କରାଯିବ । ତେବେ ସରକାରଙ୍କ ଏହି ଯୋଜନା କେବେ କାର୍ଯ୍ୟକାରୀ ହେଉଛି, ତାହାକୁ ଅପେକ୍ଷା ।