Advertisment

‘ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପରିଚାଳନା କମିଟି କହୁ’

ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରୁ ବୋଲି ଚିଠିରେ ଲେଖିଛନ୍ତି ସୁଦର୍ଶନ।

Sudarsan Pattnaik

Sudarsan Pattnaik

Advertisment

ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଚିଠି। ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରୁ ବୋଲି ଚିଠିରେ ଲେଖିଛନ୍ତି ସୁଦର୍ଶନ। ସେ ଲେଖିଛନ୍ତି ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପରିଚାଳନା କମିଟି କହୁ । ପରିଚାଳନା କମିଟିରେ ଏଜେଣ୍ଡା ଭାବେ ଏହା କାହିଁକି ଆଲୋଚନା ହେଉନି ବୋଲି ମଧ୍ୟ ସେ ଚିଠିରେ ଲେଖିଛନ୍ତି ।

Advertisment

ସୁରକ୍ଷା ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ କମିଟିରେ ଏହି ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ସେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି । ସେହିପରି ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିରର ସବୁ ଦ୍ୱାର ଶୀଘ୍ର ଖୋଲିବାକୁ ମଧ୍ୟ ନିବେଦନ କରିଛନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ ଅତି କମରେ ଗୋଟିଏ ଦ୍ୱାର ଖୋଲିବାକୁ ସେ ଅନୁରୋଧ କରିଛନ୍ତି।

Puri Gajapati Ratna Bhandar Sudarsan Pattnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ