Advertisment

କିମିଆ କଲା କୁନି ଝିଅର ଶାଶୂ-ବୋହୂ ଅଭିନୟ

ଶାଶୂ-ବୋହୂ କଳିକୁ ନେଇ ଅନେକ ଯାତ୍ରା, ନାଟକ, ଫିଲ୍ମ ଆଦି ରହିଛି। କିନ୍ତୁ ଏବେ ସୋସିଆଲ୍ ମିଡିଆରେ ଏ ସଂପର୍କିତ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୃଦୟ ଚୋରି କରିନେବ। ଗୋଟିଏ କୁନି ଝିଅ ଉଭୟ ଶାଶୂ ଓ ବୋହୂର ଅଭିନୟ କରି ଲୋକଙ୍କ ହୃଦୟରେ ରାଜ୍ କରିଛି। ଆପଣ ବି ଏହି ଭିଡିଓ ଦେଖିଲେ ତା ପ୍ରେମରେ ପଡିଯିବେ।

ଅଦ୍ୟତନ ହୋଇଛି
Same girl acted as sister in law and mother in law

Same girl acted as sister in law and mother in law

Advertisment

ଶାଶୁ ବୋହୂ କଳି ପ୍ରାୟ ସମସ୍ତଙ୍କ ଘରେ ଦେଖାଯାଏ। ଅଧିକାଂଶଙ୍କ ଘରେ ବୋହୂ ଉପରେ ଶାଶୂର ରାଜ ଚାଲେ। ଆପଣ ନିଶ୍ଚୟ ଶୁଣିଥିବେ ଯେ ଯଦି ଗୋଟିଏ ଘରେ ଗୁଡାଏ ବାସନ ଗଦା ହୋଇଛି ତେବେ ଶାଶୂ ବୋହୂ ଭିତରେ ଟକରା ଟକରି ହେବା ନିଶ୍ଚିତ। ଶାଶୂ କେବେ ବି ତାଙ୍କ ବୋହୂର କାର୍ଯ୍ୟରେ ସନ୍ତୁଷ୍ଟ ନ ଥାନ୍ତି। ବୋହୂ ବି ଶାଶୂର କଥା ଶୁଣି ଶୁଣି ଥକିଯାଏ। ଯଦି ଶାଶୂ କୌଣସି କାମ କରିବାକୁ କୁହନ୍ତି, ତେବେ ବୋହୂ ଏହା କରିବା ପୂର୍ବରୁ ନିଶ୍ଚିତ ମୁହଁ ମୋଡିବା ଥୟ। ଯଦିଓ, ଏଭଳି ସମାନ ଘଟଣା ସମସ୍ତଙ୍କ ଘରେ ଦେଖାଯାଏ ନାହିଁ, କିନ୍ତୁ ଏହିଭଳି ଆଉ କିଛି ଘଟଣା ନିଶ୍ଚିତ ଭାବରେ ଦେଖାଯାଏ।

Advertisment

ସୋସିଆଲ ମିଡିଆରେ ଶାଶୂ-ବୋହୂକୁ ନେଇ ଝଗଡା ହେବାର ଅନେକ ଭିଡିଓ ଦେଖିବାକୁ ମିଳେ। ଏହାକୁ ଦେଖି ଲୋକେ ଜମେଇକି ହସୁଥିବା ଦେଖାଯାଏ। ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏକାକୀ ଜଣେ କୁନି ଝିଅ ଉଭୟ ଶାଶୂ ବୋହୂର ଅଭିନୟ କରୁଥିବା ଦେଖିବାକୁ ମିଳେ। ଏହି ଭିଡିଓଟି ବହୁତ କମ ସମୟର ହୋଇଥିବା ବେଳେ ବହୁତ ଚମତ୍କାର ହୋଇଛି। କୁନି ଝିଅଟି ମଜାଳିଆ ଭାବେ ଶାଶୂ ଓ ବୋହୂ ମଧ୍ୟରେ ହେଉଥିବା ଝଗଡାକୁ ନିଜ ଢଙ୍ଗରେ ପରିବେଷଣ କରୁଛି।

Advertisment

ଏହି ଭିଡିଓରେ ଶାଶୂ ଯେତେବେଳେ ତାଙ୍କ ବୋହୂକୁ ଖେଚୁଡି ତିଆରି କରିବାକୁ କୁହନ୍ତି, ସେ ପ୍ରଥମେ ମନା କରିଦେଏ। ଶାଶୁ ତା’ପରେ ଖେଚୁଡି କିପରି ତିଆରି ହୁଏ ତାଙ୍କ ବୋହୂକୁ ବୁଝାନ୍ତି। ଯେତେବେଳେ ବୋହୂ ତାଙ୍କ ଶାଶୂଙ୍କ କଥା ମାନିନେଲେ ତେବେ ସେ ଯାହା ବୁଝିଲେ ତାହା ନିଜ ଢଙ୍ଗରେ କଲେ। ବୋହୂ ରୋଷେଇ ଘରେ ଏମିତି କାମ କଲେ ଯାହା ଦେଖିବା ପରେ ଆପଣ ବି ମୁଣ୍ଡରେ ହାତ ଦେବେ। ବୋହୂ ଗୋଟିଏ କୁକରରେ ମସୁର, ଚାଉଳ ଓ ପାଣି ରଖି ଗୋଟିଏ ଏହାକୁ ଗ୍ୟାସରେ ରଖିବାକୁ ଯାଉଥିଲେ, କିନ୍ତୁ ଏହାପୂର୍ବରୁ ସେ ଶାଶୁଙ୍କୁ ଦେଖାଇଥିଲେ। ଶାଶୁ ଏହା ଦେଖି ମୁଣ୍ଡରେ ହାତ ଦେଇଥିଲେ। ଏହି ପୂରା ଆକ୍ଟଟିକୁ କେବଳ ଗୋଟିଏ ଝିଅ ଦ୍ୱାରା କରାଯାଇଥିଲା, ଯାହାକୁ ଖୁବ୍ ପସନ୍ଦ କରାଯାଇଛି।

Advertisment

ଏହି ଭିଡିଓ ଇନ୍‌ଷ୍ଟାଗ୍ରାମ ରିଲ୍‌ରେ ଜୟ ଶ୍ରୀ ବାଙ୍ଗଡ ନାମକ ଏକ ଆକାଉଣ୍ଟ ଦ୍ୱାରା ଅପ୍‌ଲୋଡ୍ ହେବା ମାତ୍ରେ ଲୋକମାନେ ଏହାକୁ ଲାଇକ୍ କରିବାକୁ ଲାଗିଥିଲେ। ଅନେକ ଉପଭୋକ୍ତା ମଧ୍ୟ ଏହି ଭିଡିଓ ଉପରେ ସେମାନଙ୍କର ମତାମତ ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, 'ମୋ ସ୍ନେହୀ ପିଲାକୁ ବହୁତ ବହୁତ ଭଲ ପାଇବା'। ସେହିପରି ଆଉ ଜଣେ ଉପଭୋକ୍ତା, ହା… ହା... ଏତେ ସୁନ୍ଦର ବୋଲି କହିଛନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ