Advertisment

ଅବସର ପରେ ମାଗଣାରେ କରୁଛନ୍ତି ରୋଗୀଙ୍କ ସେବା

ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏହାର ଏକ ଅଂଶ ହେବା ପାଇଁ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସଠାରୁ ଏହି ଡାକ୍ତର ମାଗଣା ଚିକିତ୍ସା ଆରମ୍ଭ କରିଛନ୍ତି।

ଅଦ୍ୟତନ ହୋଇଛି
 Free Medical Treatment To The Patient

Free Medical Treatment To The Patient

Advertisment

ଚାକିରିରୁ ଅବସର ଗ୍ରହଣ କରିବା ପରେ ସମ୍ବଲପୁରର ଜଣେ ଡାକ୍ତର ମାଗଣା ଚିକିତ୍ସା ଆରମ୍ଭ କରିଛନ୍ତି। ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏହାର ଏକ ଅଂଶ ହେବା ପାଇଁ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସଠାରୁ ସେ ମାଗଣା ଚିକିତ୍ସା ଆରମ୍ଭ କରିଛନ୍ତି। ସକାଳ ୧୦ଟାରୁ ଦିନ ୧୨ଟା ଯାଏ ୨ ଘଣ୍ଟା ପାଇଁ ସେ ରୋଗୀମାନଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପାଇଁ ପରାମର୍ଶ ଦେଉଛନ୍ତି।

Advertisment

ସମ୍ବଲପୁର ସହରର ଚର୍ଚ୍ଚ ଛକ ନିକଟରେ ମାଗଣାରେ ରୋଗୀ ଦେଖୁଥିବା ଏହି ଡାକ୍ତର ହେଲେ ପଞ୍ଚାନନ ନାୟକ। ଚଳିତ ସ୍ୱାଧୀନତା ଦିବସଠାରୁ ମାଗଣାରେ ସେ ରୋଗୀ ଦେଖା ଆରମ୍ଭ କରିଛନ୍ତି। ମାଗଣାରେ ସେ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ସରକାରୀ ଚାକିରିରୁ ଅବସର ଗ୍ରହଣ କରିବା ପରେ ଡାକ୍ତର ପଞ୍ଚାନନଙ୍କ ମାଗଣା ରୋଗୀ ଦେଖା ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା।ଏଥିପାଇଁ ତାଙ୍କ ପତ୍ନୀ ତାଙ୍କୁ ଉତ୍ସାହିତ କରିଥିଲେ।

ଏଥିପାଇଁ ସେ ଉପଯୁକ୍ତ ସ୍ଥାନଟିଏ ପାଉ ନଥିଲେ। ଚର୍ଚ୍ଚ ଛକ ନିକଟରେ ଜଣେ ବ୍ୟକ୍ତି ଜେନେରିକ ମେଡିସିନ ଦୋକାନଟିଏ ଖୋଲିବା ପରେ ସେହି ଦୋକାନ ପଛପଟେ ଥିବା ଘରେ କ୍ଲିନିକ୍ ଖୋଲିବା ପାଇଁ ପ୍ରସ୍ତାବ ଆସିଥିଲା। ନିଜର ଦୀର୍ଘ ବର୍ଷର ଚାକିରି ଜୀବନର ଅଭିଜ୍ଞତା ଓ ଅନୁଭୂତିକୁ ଏବେ ଲୋକଙ୍କ ସେବାରେ ଲଗାଇବାର ସମୟ ଆସିଛି ବୋଲି ଡାକ୍ତର ପଞ୍ଚାନନ କହିଛନ୍ତି।

Advertisment

ଡାକ୍ତର ପଞ୍ଚାନନ ଦିନକୁ ୨ ଘଣ୍ଟା ମାଗଣାରେ ରୋଗୀଙ୍କୁ ଦେଖୁଥିବାରୁ ରୋଗୀ ମଧ୍ୟ ବେଶ୍ ଖୁସିବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ଗରିବ ଲୋକ ଉପକୃତ ହେଉଛନ୍ତି। ଜଣେ ଅଭିଜ୍ଞ ଡାକ୍ତରଙ୍କ ପାଖରୁ ମାଗଣାରେ ସେବା ପାଉଥିବାରୁ ପ୍ରତିଦିନ ଦୂର ଦୂରାନ୍ତରୁ ବହୁ ରୋଗୀ ମଧ୍ୟ ଆସୁଛନ୍ତି। ଆଗକୁ ରୋଗୀମାନଙ୍କ ପାଇଁ ରିହାତି ଦରରେ ପରୀକ୍ଷା ପାଇଁ ଏକ ଲ୍ୟାବ୍‌ ଖୋଲିବା ପାଇଁ ସେ ଯୋଜନା କରିଛନ୍ତି।

(ରିପୋର୍ଟ- ସଞ୍ଜୟ କୁମାର ଜେନା,ସମ୍ବଲପୁର)

Free Medical Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ