Advertisment

ବଚ୍ଚନ ପାଣ୍ଡେ ଭୂମିକାରେ ସହଦେବ ଦିର୍ଦୋ, ଲୋକେ କଲେ ପ୍ରଶଂସା

ଦିନେ 'ବଚପନ୍‌ କା ପ୍ୟାର୍'କୁ ନେଇ ରାତାରାତି ସୋସିଆଲ ମିଡିଆ ସେନ୍ସସର ହୋଇଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଏକ ଅପଡେଟ୍ ଭିଡିଓ ବହୁତ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ସେ 'ବଚ୍ଚନ ପାଣ୍ଡେ'ର ସଂଳାପରେ ଲିପ୍-ସିଙ୍କ୍ କରୁଥିବା ଦେଖିବାକୁ ମିଳୁଛି।

ଅଦ୍ୟତନ ହୋଇଛି
Sahdev of childhood love has become bachchan pandey

Sahdev of childhood love has become bachchan pandey

Advertisment

'ବଚପନ୍‌ କା ପ୍ୟାର୍' ସହଦେବ ଦିର୍ଦୋଙ୍କୁ କିଏ ବା ନ ଜାଣେ। ଇଣ୍ଟର୍‌ନେଟ୍ ସେନ୍ସେସ୍ ସହଦେବ ଖାଲି ଭାରତ ନୁହେଁ, ଭାରତ ବାହାରେ ବି ଜଣାଶୁଣା। ସେ ବର୍ତ୍ତମାନ ଅକ୍ଷୟ କୁମାର ଏବଂ କୃତି ସାନନ୍ ଅଭିନୀତ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ'ର କପି କରିବା ଆରମ୍ଭ କରିଛନ୍ତି। ସହଦେବ ଦିର୍ଦୋ ମଧ୍ୟ ଏହି ଚଳଚ୍ଚିତ୍ରର ସଂଳାପ ଧାରାକୁ ଲମ୍ଫ ପ୍ରଦାନ କରିଛନ୍ତି।

Advertisment

ବର୍ତ୍ତମାନ ତାଙ୍କର ଏକ ଅପଡେଟ୍ ଭିଡିଓ ବହୁତ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ସେ 'ବଚ୍ଚନ ପାଣ୍ଡେ'ର ସଂଳାପରେ ଲିପ୍-ସିଙ୍କ୍ କରୁଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ତାଙ୍କର ଏହି ଜବରଦସ୍ତ ନୂଆ ଲୁକ୍‌କୁ ଲୋକମାନେ ମଧ୍ୟ ପସନ୍ଦ କରୁଛନ୍ତି।

ଆଜିକାଲି ସୋସିଆଲ ମିଡିଆ ଦୁନିଆରେ ବଚ୍ଚନ ପାଣ୍ଡେଙ୍କ ସଂଳାପ ଟ୍ରେଣ୍ଡ୍‌ରେ ରହିଛି। ଲୋକମାନେ ଏହି ସଂଳାପରେ ଲିପ୍-ସିଙ୍କ୍ କରି କଣ୍ଟେଟ୍ ତିଆରି କରୁଛନ୍ତି। ଲୋକମାନେ ସହଦେବ ଦିର୍ଦୋଙ୍କ ଏହି ପ୍ରଦର୍ଶନକୁ ମଧ୍ୟ ବହୁତ ପସନ୍ଦ କରିଛନ୍ତି। ଏନେଇ ସହଦେବ ସୋସିଆଲ ମିଡିଆରେ ପୂରା ଛାଇ ଗଲେଣି। ଇଣ୍ଟରନେଟର ଲୋକମାନେ ତାଙ୍କ ଏହି ଭିଡିଓକୁ ବହୁତ ଲାଇକ୍ କରୁଛନ୍ତି ଓ କମେଣ୍ଟ ମଧ୍ୟ୍ ଦେଉଛନ୍ତି।

Advertisment

ସହଦେବ ଦିର୍ଦୋ ଏହି ଭିଡିଓକୁ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍‌ କରିଛନ୍ତି। ଖବର ଲେଖା ହେବା ବେଳକୁ ଏହି ଭିଡିଓକୁ ୪ ହଜାର ୬ଶହରୁ ଅଧିକ ଲାଇକ୍ ମିଳିସାରିଥିଲା। ସେହିପରି ଏହି ଭିଡିଓରେ ଅନେକ ଲୋକଙ୍କ ମତ ମଧ୍ୟ ଦେଖିବାକୁ ମିଳେ।

Advertisment

ଛତିଶଗଡ ସୁକମା ଜିଲ୍ଲାର ସହଦେବ ପଞ୍ଚମ ଶ୍ରେଣୀରେ'ବଚପନ୍‌ କା ପ୍ୟାର୍' ଗାଇଥିବା ବେଳେ ତାହା ସପ୍ତମ ଶ୍ରେଣୀରେ ଭାଇରାଲ୍ ହୋଇଥିଲା। ସ୍କୁଲରେ ଶିକ୍ଷକଙ୍କ ଆଗରେ ସହଦେବ ଗାଇଥିବା ବଚପନ୍ କା ପ୍ୟାର୍ ଗୀତକୁ ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣେଇବାକୁ ଲାଗିଲେ। ୨ ବର୍ଷ ତଳର ଭିଡିଓ ପାଇଁ ହଠାତ୍ ରାତାରାତି ସୋସିଆଲ୍ ମିଡିଆ ଷ୍ଟାର୍ ପାଲଟିଗଲେ ଉରମପାଲ୍ ଗାଁର ସହଦେବ ଦିର୍ଦୋ। ।

ମାଓପ୍ରବଣ ସୁକମା ଆଦିବାସୀ ଛାତ୍ର ସହଦେବ ଏହି ଗୀତଟିକୁ ୨୦୧୯ ମସିହାରେ ସ୍କୁଲରେ ଗାଇଥିଲେ। ସେତେବେଳେ ସେ ଜାଣି ନଥିଲେ, ତାଙ୍କର ଏହି କେଇ ସେକେଣ୍ଡର ଛୋଟିଆ ଭିଡିଓଟି ଏଭଳି ଚହଳ ପକାଇଦେବ। ତାଙ୍କର ଏହି ଭିଡିଓ ଭାଇରାଲ୍ ହେବା ପରେ, ବଲିଉଡ୍ ରାପର୍ ବାଦଶାହ ଏହି ଭିଡିଓକୁ ରିମିକ୍ସ କରି ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କଲେ।

ଖାଲି ଭିଡିଓ ନୁହେଁ, ବାଦଶାହ ସହଦେବଙ୍କ ସହ ଫୋନରେ କଥା ହେବା ସହ ଚଣ୍ଡୀଗଡ଼ ବି ଡାକିଥିଲେ । ସହଦେବ ତାଙ୍କୁ ଭେଟିବା ପରେ ତାଙ୍କ ସହ ମିଶି ଗୀତ ବି ରେକର୍ଡ କରିଥିଲେ। ଚଣ୍ଡୀଗଡ଼ରୁ ସହଦେବ ଫେରିବା ପରେ ତାଙ୍କୁ ସୁକମାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ସେତେବେଳେ ତାଙ୍କୁ ସୁକମାର ଗର୍ବ ବୋଲି କହିବା ସହ ତାଙ୍କ ସାଙ୍ଗରେ ସେଲ୍ଫି ନେବାକୁ ଭିଡ଼ ଲାଗି ଯାଇଥିଲା। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ ମଧ୍ୟ ସହଦେବଙ୍କୁ ଭେଟି ବଧାଇ ଜଣାଇଥିଲେ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ