Advertisment

କାହା ପାଇଁ ମହାପ୍ରୟାଣ ସେବା ? ଶବ ନେବାକୁ ମନା କରିଦେଲା ସରକାରୀ ଆମ୍ବୁଲାନ୍ସ, ଶେଷରେ ଟ୍ରଲିରେ ବୁହା ହେଲା...

ଟ୍ରଲିରେ ବୁହା ହେଲା ଶବ। ଆମ୍ବୁଲାନ୍ସ ସେବା କିମ୍ବା ମହାପ୍ରୟାଣ ସେବା ସବୁ କିଛି କେବଳ ପ୍ରହସନ ସାଜିଥିବା ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Reality of Odisha Mahaprayan hearse scheme: Man carries deceased wife’s body on trolley in Soro

Reality of Odisha Mahaprayan hearse scheme: Man carries deceased wife’s body on trolley in Soro

Advertisment

ଟ୍ରଲିରେ ବୁହା ହେଲା ଶବ। ସରକାରଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବାର ଡିଣ୍ଡିମ ପିଟା ଯାଉ ଥିବାବେଳେ ଏହି ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ସେବା କିମ୍ବା ମହାପ୍ରୟାଣ ସେବା ସବୁ କିଛି କେବଳ ପ୍ରହସନ ସାଜିଥିବା ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁସାରେ, ସୋର ବ୍ଲକ ଦହିସଡା ପଞ୍ଚାୟତ ଛପୁଲିଆ ଗାଁର ଗୁରୁବା ସିଂ ଙ୍କ ସ୍ତ୍ରୀ ମମତା ସିଂ ଙ୍କର ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରେ ପରିବାର ଲୋକେ ସରକାରୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ସେମାନେ ଶବ ନେବେ ନାହିଁ ବୋଲି ମନା କରିଥିଲେ। ଘରୋଇ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରୁ ୧୫୦୦ ଟଙ୍କା ଭଡ଼ା ଲାଗିବ ବୋଲି କହିଥିଲେ।

Advertisment

ମମତାଙ୍କ ପରିବାର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଯୋଗାଡ କରିନପାରି ଶେଷରେ ନିରାଶ ହୋଇ ରାତି ୧୦ଟା ପରେ ନିଜ ଟ୍ରଲିରେ ୫ କିଲୋମିଟର ପର୍ଯ୍ୟନ୍ତ ମମତାଙ୍କ ଶବକୁ ବୋହିଥିଲେ। ଖବର ଲେଖାଯିବା ସୁଦ୍ଧା ଏନେଇ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ କାହାରି ପ୍ରତିକ୍ରିୟା ମିଳିପାରିନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ