Ravana’s dead body is still there in the cave
ହିନ୍ଦୁ ମହାକାବ୍ୟ ରାମାୟଣ ଏମିତି ଏକ କାହାଣୀ ଯାହାକୁ ଜାଣିବା ନେଇ ସମସ୍ତଙ୍କର ଆଗ୍ରହ ଥାଏ। ଏହାକୁ ଯେତେ ଜାଣିଲେ ବି ପୂରା ହୁଏନି କାହାଣୀ। କୁହାଯାଏ ଯେ ରାମାୟଣ ଓ ଭଗବାନ ରାମଙ୍କ ସହ ଜଡିତ ଅନେକ ପ୍ରତୀକ ଓ ପ୍ରମାଣ ଆଜି ବି ଶ୍ରୀଲଙ୍କାରେ ରହିଛି, ଯାହା ବିଷୟରେ ଜାଣିବା ନେଇ ସମସ୍ତେ ଇଛା ପ୍ରକାଶ କରନ୍ତି। ଏହି ସ୍ଥାନଗୁଡିକ ଭଗବାନ ରାମ ଓ ରାବଣ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥାଏ।
ସୁରକ୍ଷିତ ହୋଇ ରହିଛି ରାବଣର ଶବଏକ ଅଧ୍ୟୟନ ଦ୍ୱାରା ଜଣାଯାଇଛି ଯେ ପାଖାପାଖି ଏମିତି ୫୦ଟି ସ୍ଥାନ ଅଛି ଯେଉଁଗୁଡିକର ସଂପର୍କ ରାମାୟଣ ସହିତ ରହିଛି। ଏହି ଅଧ୍ୟୟନ କହିଛି ଯେ ଶ୍ରୀଲଙ୍କାରେ ଏକ ପାହାଡ ରହିଛି ଓ ସେଥିରେ ଏକ ଗୁମ୍ପା ମଧ୍ୟ ଅଛି। ଏହି ଗୁମ୍ପାରେ ରାବଣର ଶବ ଅଛି। ଏହି ଗୁମ୍ଫା ଶ୍ରୀଲଙ୍କାର ରେଗଲାରେ ଥିବା ଏକ ଘଞ୍ଚ ଜଙ୍ଗଲରେ ଦେଖିବାକୁ ମିଳେ। ରାମାୟଣ କାବ୍ୟ ଅନୁସାରେ ଦଶମୀ ତିଥିରେ ଭଗବାନ ରାମ ଲଙ୍କେଶ୍ୱର ରାବଣକୁ ମାରିଥିଲେ। ଏହି ଦିନକୁ ବିଜୟାଦଶମୀ ନାମରେ ମଧ୍ୟ ଜଣାଯାଏ।
Also Read
କୁହାଯାଏ ଯେ ରାବଣ ମରିବାର ପ୍ରାୟ ୧୦ ହଜାର ବର୍ଷରୁ ଅଧିକ ହୋଇଯିବ। ଯେଉଁ ଗୁମ୍ପାରେ ରାବଣର ଶବ ରହିଛି ଏହା ରେଗଲା ଜଙ୍ଗଲର ୮ ଫୁଟ ଉଚ୍ଚରେ ରହିଛି। ଏଠାରେ ରାବଣର ଶବକୁ ମମୀ ରୂପରେ ଏକ କଫିନ୍ ଭିତରେ ରଖାଯାଇଛି। ଏହା ଉପରେ ଏକ ସ୍ୱତନ୍ତ୍ର ପ୍ରକାରର ଲେପ ଦିଆଯାଇଛି, ଯେଉଁ କାରଣରୁ ଏହା ସେ ସମୟରେ ଯେପରି ସତେଜ ଥିଲା କାଳ କାଳ ପାଇଁ ସେମିତି ହିଁ ରହିବ।
ରେଗଲାରେ ଥିବା ଏକ ଘଞ୍ଚ ଜଙ୍ଗଲରେ ଏକ କଫିନରେ ଅଛି ରାବଣର ଶବଏହି ଗବେଷଣା ଶ୍ରୀଲଙ୍କାର ଅନ୍ତର୍ଜାତୀୟ ରାମାୟଣ ଅଧ୍ୟୟନ କେନ୍ଦ୍ର ଦ୍ୱାରା କରାଯାଇଛି। ଗବେଷଣା ଅନୁସାରେ ୧୮ ଫୁଟ ଲମ୍ବା ଓ ୫ ଫୁଟ ଚଉଡାର ଏକ କଫିନ୍ ଭିତରେ ରାବଣର ଶବକୁ ରଖାଯାଇଛି। ଏହା ମଧ୍ୟ କୁହାଯାଉଛି ଯେ ଏହି କଫିନ୍ ତଳେ ରାବଣର ମୂଲ୍ୟବାନ ରତ୍ନ ଭଣ୍ଡାର ମଧ୍ୟ ରହିଛି। ଏହି ଭଣ୍ଡାରକୁ ଏକ ବିଷଧର ସାପ ଓ ଅନେକ ଭୟଙ୍କର ପଶୁ ଜଗି ରହୁଛନ୍ତି।
କାହାଣୀ ଅନୁସାରେ ଯେତେବେଳେ ଭଗବାନ ରାମ ରାବଣକୁ ବଦ୍ଧ କରିଥିଲେ ସେ ତା’ର ଶବକୁ ଅନ୍ତିମ ସଂସ୍କାର ପାଇଁ ବିଭୀଷଣ ହାତରେ ଦେଇଥିଲେ। କିନ୍ତୁ ତୁରନ୍ତ ରାଜଗାଦୀ ସମ୍ଭାଳିବାର ଲକ୍ଷରେ ବିଭୀଷଣ ରାବଣର ଅନ୍ତିମ ସଂସ୍କାର ନ କରି ଶବକୁ ସେହି ଅବସ୍ଥାରେ ଛାଡିଦେଇ ଯାଇଥିଲେ।
ଏହି ଗୁମ୍ପାରେ ଅଛି ରାବଣର ଶବକୁହାଯାଏ ଯେ ଏହା ପରେ ନାଗଲୋକ ସେଠାରେ ପହଞ୍ଚି ରାବଣର ଶବକୁ ସେମାନଙ୍କ ସହ ନେଇଯାଇଥିଲେ। କାରଣ ସେମାନେ ବିଶ୍ୱାସ କରୁଥିଲେ ଯେ ରାବଣର ମୃତ୍ୟୁ କ୍ଷଣ ମାତ୍ର, ସେ ପୁଣି ଥରେ ଜୀବିତ ହୋଇଯିବ। କିନ୍ତୁ ସେଭଳି ହେଲା ନାହିଁ। ଫଳରେ ସେମାନେ ରାବଣର ଶବକୁ ଏକ ମମୀ କରିଦେଲେ, ଯାହା ଫଳରେ ତାହା ହଜାର ହଜାର ବର୍ଷ ଧରି ସୁରକ୍ଷିତ ରହିବ। ଏହି ଗବେଷଣାରୁ ଏହା ମଧ୍ୟ ଜଣାଯାଇଛି ଯେ ରାବଣର ଅଶୋକ ବାଟିକା କେଉଁଠି ଥିଲା ଓ ତା’ର ପୁଷ୍ପକ ବିମାନ କେଉଁଠି ଓହ୍ଲାଉଥିଲା। ଏହାଛଡା ରାମଭକ୍ତ ହନୁମାନଙ୍କର ପାଦ ଚିହ୍ନକୁ ନେଇ ମଧ୍ୟ ଗବେଷଣା ଚାଲିଛି। କିନ୍ତୁ ଏ ସବୁର ପ୍ରମାଣ ଏପର୍ଯ୍ୟନ୍ତ ସିଦ୍ଧ ହୋଇ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635600298.jpg)


