Rath Dismantling
ଆଜିଠାରୁ ଆରମ୍ଭ ହେଲା ରଥଭଙ୍ଗା କାମ । ବିଳମ୍ୱରେ ହେଲେ ବି ତିନି ରଥକୁ ଭାଙ୍ଗିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆଜି ଠାରୁ ତିନି ରଥଭଙ୍ଗା କାମ ବିଧିବଦ୍ଧ ଭାବେ ଅରମ୍ଭ ହୋଇଛି । ରଥ ଭଙ୍ଗାଯିବା ପରେ ସିଂହାସନ, ପ୍ରଭା, ନାଟଗୋଡ଼, ଗୁଜ ଓ ଚକକୁ ନେଇ ରଖିବା ପାଇଁ ସ୍ବତନ୍ତ୍ର ଗୋଦାମ ଗୃହ ନିର୍ମାଣ ହୋଇଛି ।
ପରମ୍ପରା ଅନୁସାରେ ଆଜିଠାରୁ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା ଆରମ୍ଭ ହୋଇଛି । ଏହା ପରେ ତାଳଧ୍ୱଜ ରଥ ଭଙ୍ଗାଯିବ । ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବ । ଭୋଇ ସର୍ଦ୍ଦାର ଅନୁକୂଳ କରିବା ପରେ ପଥମେ କଳସରୁ ଆରମ୍ଭ ହୋଇଥିଲା ରଥ ଭଙ୍ଗାକାମ । ଏହା ପରେ ପାରାଭାଡ଼ି, ଦ୍ୱାରବେଢ଼ା ଭଙ୍ଗାଯାଇଛି । ଏହା ପରେ ରଥର ସବୁ ଅଂଶକୁ ଭଙ୍ଗାଯିବ ।
ରଥ ଭଙ୍ଗା ସମୟରେ ଯେପରି କିଛି ଅଘଟଣ ନଘଟେ ସେନେଇ ପଦକ୍ଷେପ ନିଆଯାଇଥିବା ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ କହିଛନ୍ତି । ତେବେ ରଥର ବିଭିନ୍ନ ଅଂଶ ଗୁଡ଼ିକୁ ରଖାଯିବା ପାଇଁ ସ୍ବତନ୍ତ୍ର ଗୋଦାମ ଗୃହ ନିର୍ମାଣ ହୋଇଛି । ସେହି ଗୋଦାମ ଗୃହରେ ତିନି ରଥର ଭଗ୍ନାଂଶ ଗୁଡ଼ିକୁ ରଖାଯିବା ପାଇଁ ବ୍ୟବସ୍ଥା ହୋଇଛି । ତିନି ରଥକୁ ଭାଙ୍ଗିବା ପାଇଁ ଭୋଇ ସେବକମାନଙ୍କୁ ପ୍ରାୟ ୧୫/୨୦ ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755865152.jpg)