Advertisment

ଜାଲରେ ପଡ଼ିଲା ବିରଳ ମାଛ : ଦେହ ସାରା ଚିତ୍ରବିଚିତ୍ର, ପେଟ ପଟେ ପାଟି

ସବୁଦିନ ଭଳି ଗତକାଲି ମଧ୍ୟ ପୋଖରିକୁ ମାଛ ଧରିବାକୁ ଜାଲ ପକାଇଥିଲେ ପୁରୀ ନିମାପଡ଼ା ବ୍ଲକ ତେରୁଣ୍ଡିଆ ଗାଁର ସୁବାସ ନାୟକ..ହେଲେ ଜାଲରେ ପଡ଼ିଲା ୟେ ଅଜବ ମାଛ.

Rare Suckermouth Catfish Found At A Pond In Nimapada

Rare Suckermouth Catfish Found At A Pond In Nimapada

Advertisment

ଜାଲରେ ପଡ଼ିଲା ଅଜବ ମାଛ । ସାଧାରଣ ମାଛ ଠାରୁ ଦେଖିବାକୁ ପୂରାପୁରି ଭିନ୍ନ । ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତେରୁଣ୍ଡିଆ ଗ୍ରାମର ଏକ ପୋଖରୀରେ ଅଜବ ପ୍ରକାରର ମାଛ ଦେଖାଯାଇଛି । ଏହି ମାଛକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଯେତିକି ଉତ୍କଣ୍ଠା ରହିଛି ,ସେତିକି ଭୟ ମଧ୍ୟ ଦେଖାଯାଇଛି । ତେବେ ଏହା Sucker catfish ବା ornamental catfish ବୋଲି କୁହାଯାଉଛି ।

Advertisment

ତେରୁଣ୍ଡିଆ ଗ୍ରାମର ସୁବାଷ ନାୟକ ଗତକାଲି ନିଜ ବଗିଚାରେ ଥିବା ଏକ ପୋଖରୀରେ ମାଛ ମାରିବା ପାଇଁ ଜାଲ ପକାଇଥିଲେ । ଜାଳରେ ଏହି ବିରଳ ମାଛ ପଡ଼ିଥିଲା । ଆଗରୁ କେବେ ଏଭଳି ମାଛ ଦେଖିନଥିବା ସୁବାଷ ଏହି ମାଛ ଦେଖି ଭୟଭୀତ ହୋଇଯାଇଥିଲେ । ମାଛ ସମ୍ପର୍କରେ ଖବର ପ୍ରଚାର ପରେ ମାଛ ଦେଖିବାକୁ ଆଖପାଖ ଗାଁଲୋକଙ୍କ ଭିଡ଼ ଲାଗିଥିଲା । ମାଛଟିର ଲମ୍ବ ୬ ରୁ ୮ ଇଞ୍ଚ ହୋଇଥିବା ବେଳେ ଦେହ ସାରା ଚିତ୍ରିତ ଚିହ୍ନ ରହିଛି ଓ ପେଟ ପଟେ ତାର ପାଟି ରହିଛି ।

ଗତ ବନ୍ୟା ରେ ଏଭଳି ମାଛ କେଉଁଆଡ଼ୁ ଚାଲି ଆସିଥିବା ସନ୍ଦେହ କରାଯାଉଛି । ତେବେ ଏହି ମାଛ ଖାଇବା ଯୋଗ୍ୟ ନୁହେଁ। ଏହାକୁ ଆକ୍ୱାରିୟମ୍ ରଖାଯାଇଥାଏ ବୋଲି ଜଣାପଡ଼ିଛି ।

Advertisment
Rare Suckermouth Catfish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ