Advertisment

ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଅଭିଯୋଗକାରିଣୀଙ୍କ ନାମରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଗତ ବର୍ଷ ମେ’ ମାସରେ ସଦର ଥାନାରେ ଏହି ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ଯୁବତୀ ଜଣଙ୍କ ନିଜେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରିଥିଲା। ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ୧୬୪ ସିଆର୍‌ପିସିରେ ମଧ୍ୟ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

ଅଦ୍ୟତନ ହୋଇଛି
rape

rape

Advertisment

ଫୁଲବାଣୀ(ତ୍ରିନାଥ ସାହୁ) : ମିଛ କହି ଫସିଗଲେ ଅଭିଯୋଗକାରିଣୀ । ଅଭିଯୁକ୍ତ ବାହାରିଗଲେ,ଅଭିଯୋଗକାରିଣୀଙ୍କ ବିରୋଧରେ ରୁଜୁ ହେଲା ମାମଲା ।  ଏଣିକି ମିଛ ମାମଲା ରୁଜୁ କଲେ ମିଳିବ କଠୋର ଦଣ୍ଡ । ଏଭଳି ଏକ ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି ଫୁଲବାଣୀର Fast track special court ର ମାନ୍ୟବର ବିଚାରପତି । ଗଣଦୁଷ୍କର୍ମ ମାମଲାରେ ଅଭିଯୋଗକାରିଣୀ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Advertisment

ଗତ ବର୍ଷ ମେ’ ମାସରେ ସଦର ଥାନାରେ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକାରିଣୀ ପୂର୍ବରୁ ୪ ଜଣଙ୍କ ବିରୋଧରେ ଗଣଦୁର୍ଷ୍କମ ଅଭିଯୋଗ ଆଣିଥିଲେ । ୪ ଜଣ ପାଶବିକ ଅତ୍ୟାଚାର କରିଥିବା ଏତାଲାରେ ଦର୍ଶାଇଥିଲେ । ଘଟଣା ବାବଦରେ ସେହି ସମୟରେ ବିଚାରପତିଙ୍କ ପାଖରେ ୧୬୪ ଧାରରେ ବୟାନ ଦେଇଥିଲେ । ହେଲେ କୋର୍ଟରେ ମାମଲାର ବିଚାର ବେଳେ ନିଜେ ଦେଇଥିବା ବୟାନ ସହିତ ଏତଲାରେ ଲେଖା ଯାଇଥିବା ଘଟଣା ଓହରି ଯାଇଥିଲେ । ତାଙ୍କ ସହିତ କୌଣସି ଗଣବଳାତ୍କାର ହୋଇନି ବୋଲି କହିଥିଲେ ।

ତା ସହିତ ଅନ୍ୟାନ୍ୟ ସାକ୍ଷ ପ୍ରମାଣକୁ ଭିତ୍ତି କରି ମାନ୍ୟବର କୋର୍ଟ ମାମଲାର ୪ ଜଣ ଅଭିଯୁକ୍ତ ମାନଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ! କିନ୍ତୁ ପୀଡ଼ିତା ଯୁବତୀ ଜଣକ ମିଥ୍ୟା ଏତଲା ରୁଜୁ କରିବା ସହିତ ମିଥ୍ୟା ବୟାନ ଦେଇଥିବାରୁ ତାଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟ ୧୯୩ ଧାରାରେ ମାମଲା ରୁଜୁ କରିବା ପାଇଁ ରାୟ ଦେଇଛନ୍ତି ।ଏହାସହ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତାକୁ ବର୍ତମାନ ପାଇଁ ନଦେବା ପାଇଁ ମାନ୍ୟବର କୋର୍ଟ DLSA କୁ ନିର୍ଦେଶ ଦେଇଛନ୍ତି ।

Advertisment

ତେବେ ମାମଲାରେ ଅଭିଯୁକ୍ତ ମାନଙ୍କ ପକ୍ଷରୁ କୋର୍ଟରେ ଲଢ଼େଇ କରୁଥିବା ଓକିଲ ବିଜୟ ମହାନ୍ତି କହିଛନ୍ତି, ମାମଲାରେ ସାକ୍ଷ ପ୍ରମାଣକୁ ଭିତ୍ତି କରି ମାନ୍ୟବର କୋର୍ଟ ରାୟ ଶୁଣାଇଛନ୍ତି । ଆଉ ସେଥିରେ ତାଙ୍କ ମୁଦାଲାମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । କିନ୍ତୁ ଏଥିରେ ଅଭିଯୋଗକାରିଣୀଙ୍କ ନାମରେ ମାମଲା ରୁଜୁ କରାଯିବା କଥା ନୁହଁ । ମାମଲାରେ ସଦର ଥାନା ପୋଲିସର ଦୋଷ ତ୍ରୁଟି ରହିଥିବାରୁ ଏପରି ହୋଇଥିବା ଜଣାପଡ଼ୁଛି ।

Fast Track Special Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ