Advertisment

‘କଚ୍ଚା ବାଦାମ’ ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ

ଏବେ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ। ‘କଚ୍ଚା ବାଦାମ’ ଗୀତ ଗାଇ ପୁଣି ହେଉଛନ୍ତି ଭାଇରାଲ। କେହି କେହି ପସନ୍ଦ କରୁଥିବା ବେଳେ ଅନେକ ଟ୍ରୋଲ୍ ମଧ୍ୟ କରୁଛନ୍ତି।

ଅଦ୍ୟତନ ହୋଇଛି
Ranu Mondal sings trending Bengali song Kacha Badam

Ranu Mondal sings trending Bengali song Kacha Badam

Advertisment

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବଙ୍ଗଳା ଗୀତ ‘କଚ୍ଚା ବାଦାମ’ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବଡ୍ୟାକରଙ୍କ ଗୀତ ଇଣ୍ଟରନେଟ୍‌ରେ ଖୁବ ଜୋର୍‌ରେ ଟ୍ରେଣ୍ଡ୍ କରୁଛି। ଏହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ଅନେକ ରିଲ୍‌ କରୁଥିବା ଦେଖିବାକୁ ମିଳେ।

Advertisment

ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖିବାକୁ ବାଧ୍ୟ ହେଉଛନ୍ତି। ସେମାନେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି। ଏହାକୁ ସେମାନେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି।

ଏହାକୁ ଖାଲି ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟିମାନେ ମଧ୍ୟ ବୋଲୁଥିବା ଦେଖିବାକୁ ମିଳେ। ବର୍ତ୍ତମାନ ଇଣ୍ଟର୍‌ନେଟ୍ ସେନ୍ସେସ୍ ରାନୁ ମଣ୍ଡଳଙ୍କ ଦ୍ୱାରା ବୋଲାଯାଇଥିବା ଏହି ଗୀତ ଗାଇବାର ଏକ ଭିଡିଓ ଅନ୍‌ଲାଇନ୍‌ରେ ପଦାକୁ ଆସିଛ। ଏହା ସୋସିଆଲ୍ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ରାନୁ ମଣ୍ଡଳ ହେଉଛନ୍ତି ସେହି ମହିଳା ଯିଏ ୨୦୧୯ରେ ୧୯୭୨ ମସିହାର ଗୀତ ‘ଏକ ପ୍ୟାର୍‌ କା ନଗ୍‌ମା ହୈ’ ଗାଇ ଭାଇରାଲ୍ ହୋଇଥିଲେ। ଏହାପରେ ସେ ରାତାରାତି ସେଲିବ୍ରିଟି ବନିଯାଇଥିଲେ। ପ୍ରକାଶଥାଉ ଯେ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ତାଙ୍କୁ ଜଣେ ଯୁବ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ଦେଖିଥିଲେ। ସେ ରାନୁ ମଣ୍ଡଳଙ୍କ ଏହି ଗୀତ ଗାଇବାର ଏକ ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଦେଇଥିଲେ। ଏହାରେ ତାଙ୍କ ଲୋକପ୍ରିୟତା ଏତେ ବଢିଗଲା ଯେ ବଲିଉଡ ସଂଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କ ଫିଲ୍ମ ‘ହାପି ହାର୍ଡି’ ଏବଂ ‘ହୀର୍’ ପାଇଁ ମଧ୍ୟ ସେ ଗୀତ ଗାଇଥିଲେ।

ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମରେ Shiny_Girl78 ନାମକ ଏକ ପେଜ୍‌ରେ ସେୟାର ହୋଇଥିବା ଏକ ଭିଡିଓରେ ରାନୁ ମଣ୍ଡଳ ‘କଚ୍ଚା ବାଦାମ’ ଗୀତ ଗାଇବାର ନଜର ଆସିଛନ୍ତି। ଅନ୍‌ଲାଇନ୍‌ରେ ସେୟାର ହେବା ପରଠାରୁ ଭିଡିଓଟି ୪୮ ହଜାରରୁ ଅଧିକ ଭିୟୁ ପାଇ ସାରିଛି। ଏହି ଭିଡିଓଟି ଏବେ ଲୋକଙ୍କ ଭିତରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଏହା ପରେ ଲୋକମାନେ ରାନୁ ମଣ୍ଡଳଙ୍କୁ ତୀବ୍ର ଟ୍ରୋଲ୍‌ କରିବାରେ ଲାଗିଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି - "ଓମ୍ ଶାନ୍ତି ବାଦାମ।" ସେହିପରି ଅନ୍ୟ ଜଣେ ଲେଖିଛନ୍ତି- "ରିପ୍ ବାଦାମ ଗୀତ।" ଏହି ଭିଡିଓ ଦେଖିଲା ପରେ ଜଣେ ଥଟ୍ଟାକରି କହିଛନ୍ତି ଯେ, “ହିମେଶ ରେଶମିୟାଙ୍କ ବାରମ୍ବାର ଭୁଲ୍ ହେବ ନାହିଁ।”

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ