Advertisment

ଶ୍ରାବଣ ଗଲା ଭାଦ୍ରବରେ ଚାଷୀଙ୍କ ଚିନ୍ତା ବଢାଇଲା ବର୍ଷା

ଧାରା ଶ୍ରାବଣରେ ଲୁଚକାଳି ଖେଳିଲା, ଭାଦ୍ରବ ଆରମ୍ଭରୁ ପୁରା ଉଭାନ ହୋଇଗଲା। ବର୍ଷା ଅଭାବରୁ ଧାନ ଜମିର ଚିତ୍ର ଗମ୍ଭୀର ହେଲାଣି। ନୂଆପଡ଼ା କାଶୀପଲାରେ ଠିଆ ଜଳିଯାଉଛି ଧାନ ଗଛ। ଫାଟି ଆଁ କରିଥିବା ଜମିରେ ଗୋରୁ ଚରୁଛନ୍ତି। ଏପଟେ ବାଲେଶ୍ୱର ସୋରରେ ଫସଲ ବଞ୍ଚାଇବାକୁ ପୋଖରୀରେ ଅହରହ ପମ୍ପ ଲାଗିଛି। ଯେଉଁ ସମୟରେ ରୁଆ-ବେଉଷଣ ସମ୍ପୂର୍ଣ୍ଣ ସରି ଯିବା କଥା ସେତେବେଳେ ଚାଷୀ ଦୋଦୋ ପାଞ୍ଚ ହେଉଛି

Drought

Drought

Advertisment

ଭୁବନେଶ୍ୱର: ଧାରା ଶ୍ରାବଣରେ ଲୁଚକାଳି ଖେଳିଲା, ଭାଦ୍ରବ ଆରମ୍ଭରୁ ପୁରା ଉଭାନ ହୋଇଗଲା। ବର୍ଷା ଅଭାବରୁ ଧାନ ଜମିର ଚିତ୍ର ଗମ୍ଭୀର ହେଲାଣି। ନୂଆପଡ଼ା କାଶୀପଲାରେ ଠିଆ ଜଳିଯାଉଛି ଧାନ ଗଛ। ଫାଟି ଆଁ କରିଥିବା ଜମିରେ ଗୋରୁ ଚରୁଛନ୍ତି। ଏପଟେ ବାଲେଶ୍ୱର ସୋରରେ ଫସଲ ବଞ୍ଚାଇବାକୁ ପୋଖରୀରେ ଅହରହ ପମ୍ପ ଲାଗିଛି। ଯେଉଁ ସମୟରେ ରୁଆ-ବେଉଷଣ ସମ୍ପୂର୍ଣ୍ଣ ସରି ଯିବା କଥା ସେତେବେଳେ ଚାଷୀ ଦୋଦୋ ପାଞ୍ଚ ହେଉଛି। ଆକାଶରେ ମେଘ ମୁହଁ ଦେଖାଉଛି ହେଲେ ବର୍ଷୁ ନଥିବାରୁ ସବୁଠି ଏସନ ଫସଲ ଆଶା ଛାଡ଼ି ସାରିଲେଣି ଅନ୍ନଦାତା। ଅଗଷ୍ଟ ପ୍ରଥମ ସପ୍ତାହରୁ ମୌସୁମୀ ପୁରା ଗାଏବ, ଏବେ ଡହ ଡହ ଖରା ହେଉଛି। ତେଣୁ ନିଶ୍ଚିତ ମରୁଡ଼ି ଆଶଙ୍କା କରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ନୂଆପଡ଼ା କୃଷି ବିଭାଗ ହିସାବ କହୁଛି-ଜିଲ୍ଲାର ୭୬ ହଜାର ୭ଶହ ହେକ୍ଟର ଜମିରେ ବର୍ଷା ଅଭାବରୁ ଚାଷ ହୋଇନଥିବାବେଳେ ୧୦ ହଜାର ୯ଶହ ହେକ୍ଟ ଜମି ପଡ଼ିଆ ପଡିଛି।

Advertisment

ସେପଟେ ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିର ମୁକାବିଲା ନେଇ ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍। ଆଜିର ସମୀକ୍ଷାରୁ ଜଣାପଡିଛି ଏଥର ମୋଟ୍ ବର୍ଷା ଋତୁରେ ୨୮ ପ୍ରତିଶତ କମ୍ ବର୍ଷା ହୋଇଛି ଓ ଅଗଷ୍ଟରେ ଗତବର୍ଷ ତୁଳନାରେ ୫୦ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି। ୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱଳ୍ପ ବର୍ଷା ଯୋଗୁଁ ସ୍ଥିତି ମରୁଡ଼ି ମୁହାଁ ହୋଇଛି। ତେଣୁ ସ୍ଥିତିକୁ ଦେଖି ଆପଦକାଳୀନ ଯୋଜନା କରିବା ସହ ପ୍ରଭାବିତ ବ୍ଲକ ମାନଙ୍କରେ ଅଣଧାନ ଚାଷ ଉପରେ ଗୁରୁତ୍ୱ ଦେବା ସହ ଆବଶ୍ୟକ। ବିହନ ଓ ମଂଜି ଯୋଗାଇବାକୁ ରାଜ୍ୟ ବିହନ ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ତାସହ କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ଯେଉଁଭଳି ସାମିଲ କରିହେବ ସେ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଜ୍ୟରେ ଆସନ୍ନ ମରୁଡି ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏ ନେଇ ଖବର ଅଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ତାସହ ସ୍ଥିତିକୁ କୁ ଗମ୍ଭୀରତାର ସହ ନେଇ ଟାସ୍କ ଫୋର୍ସ ଗଠନ କରିବାକୁ ଦାବି କରିଛନ୍ତି ବିଜେପି ପ୍ରତିନିଧି ଦଳ। ରାଜ୍ୟର ବିଭିନ୍ନ ମରୁଡି ପ୍ରବଣ ଅଞ୍ଚଳ ବୁଲିବେ ନେତା। ଏଥିପାଇଁ ସାଂସଦ ବସନ୍ତ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ନେତୃତ୍ୱରେ ୪ଟି କମିଟି ଗଠନ ହୋଇଥିବା ସୂଚନା ଦେଇଛନ୍ତି ସମୀର। ସେପଟେ ବିଜେଡି ଏନେଇ ଜବାବ ରଖିଛି।

Odisha News Rain Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ