Advertisment

ପୋଖରୀରେ ବିଷ ପକାଇ ମାରିଦେଲେ ମାଛ !

ପୋଖରୀରେ ବିଷ ପକାଇ ମାରିଦେଲେ ମାଛ।  ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ମାଛ ଚାଷ କରିଥିଲେ।

ଅଦ୍ୟତନ ହୋଇଛି
Quintals Of Dead Fish Found Floating In Ponds In Kendrapara

Quintals Of Dead Fish Found Floating In Ponds In Kendrapara

Advertisment

ପୋଖରୀରେ ବିଷ ପକାଇ ମାରିଦେଲେ ମାଛ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅର୍ନ୍ତଗତ କୋରନ୍ଦ ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି। କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ଏଭଳି କରିଥିବା ଅଭିଯୋଗ ହୋଇଛି। 

Advertisment

ସୂଚନା ଅନୁସାରେ, କୋରନ୍ଦ ପଞ୍ଚାୟତର ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ମାଛ ଚାଷ କରିଥିଲେ। ହେଲେ ଗତ ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ମାଛ ମାରିଦେଇଥିବା ଅଭିଯୋଗ ହୋଇଛି।

Advertisment

ଗତକାଲି ସକାଳୁ ସକାଳୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପୋଖରୀ ପାଖକୁ ଯାଇଥିବା ବେଳେ ମାଛ ସବୁ ମରି ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରାଜକନିକା ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଆଉ ମାତ୍ର କିଛିଦିନ ମଧ୍ୟରେ ମାଛ ଧରା ହୋଇ ବିକ୍ରି ହୋଇଥାନ୍ତା। ହେଲେ ତା’ପୂର୍ବରୁ ଏଭଳି ଘଟଣା ଘଟିଛି। ବ୍ୟାଙ୍କରୁ ଋଣ ଆଣି ମାଛ ଚାଷ କରିଥିବାରୁ ଏବେ ଏହାକୁ କେମିତି ଶୁଝିବେ ସେନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ