ସ୍ୱାଭିମାନ ଆଗରେ ସମ୍ପତ୍ତି ତୁଚ୍ଛ ! ସାମ୍ବାଦିକଙ୍କୁ ପେଟି ଫେରାଇ ସାଧୁତାର ଭିନ୍ନ ପରିଚୟ ଦେଲେ ଶେଷଦେବ

ପୁରୀକୁ ଆସିଥିବା ନ୍ୟାସନାଲ ଜର୍ଣ୍ଣାଲିଷ୍ଟ ଫେଡେରେସନର ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସିଥିଲେ ଭୋପାଲର ମିଥିଲେଷ ଓ ମୋହିନୀ ଜୈନ । ହେଲେ ନିଜ ସହ ଆଣିଥିବା ଏକ କାର୍ଟୁନ ପେଟିକୁ ଅଟୋରେ ଛାଡି ସଂସ୍କୃତି ଭବନ ପରିସର ସମ୍ମିଳନୀକୁ ଚାଲିଯାଇଥିଲେ

ଆଜି ବି ବଞ୍ଚିଛି ମାନବିକତା, ବଞ୍ଛିଛି ସାଧୁତା

ପୁରୀ : ଆଜି ବି ବଞ୍ଚିଛି ମାନବିକତା, ବଞ୍ଛିଛି ସାଧୁତା । ଲୋଭ ମୋହ ମାୟା ଠାରୁ ଉର୍ଦ୍ଧରେ ଅଛନ୍ତି ଅନେକ ମଣିଷ । ସ୍ୱାଭିମାନ ଆଗରେ ସବୁ ଧନ ସମ୍ପତ୍ତି ତୁଚ୍ଛ ବୋଲି ପରିଚୟ ଦେଇଛନ୍ତି ଅଟୋଚାଳକ ଶେଷଦେବ ଭୂୟାଁ । ଭୋପାଳରୁ ପୁରୀକୁ ଆସିଥିବା ସାମ୍ବାଦିକ ଅଟୋରେ ଛାଡ଼ି ଚାଲି ଯାଇଥିବା ପେଟିକୁ ଫେରାଇ ଦେଇଛନ୍ତି । ଏଥିପାଇଁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । 

ପୁରୀକୁ ଆସିଥିବା ନ୍ୟାସନାଲ ଜର୍ଣ୍ଣାଲିଷ୍ଟ ଫେଡେରେସନର ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସିଥିଲେ ଭୋପାଲର ମିଥିଲେଷ ଓ ମୋହିନୀ ଜୈନ । ହେଲେ ନିଜ ସହ ଆଣିଥିବା ଏକ କାର୍ଟୁନ ପେଟିକୁ ଅଟୋରେ ଛାଡି ସଂସ୍କୃତି ଭବନ ପରିସର ସମ୍ମିଳନୀକୁ ଚାଲିଯାଇଥିଲେ । ଅତିଥିମାନଙ୍କ ପାଇଁ ଭୋପାଲରୁ ଆଣିଥିବା ସମସ୍ତ ମୁମେଣ୍ଟୋ ସେହି ଅଟୋରେ ରହିଯାଇଥିଲା । ପରେ ବହୁତ ଖୋଜା ଖୋଜି କଲା ପରେ ନମିଳିବାରୁ ଓଟିଭି ପ୍ରତିନିଧିଙ୍କ ସହଯୋଗ ମାଗିଥିଲେ । ସମ୍ମିଳନୀର ଅତିଥି ମାନଙ୍କ ପାଇଁ ଆଣିଥିବା ମୁମେଣ୍ଟୋ ନପାଇ ସେମାନେ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ ।

ହେଲେ ତା’ପୂର୍ବରୁ ପୋଲିସ୍ ନିକଟରେ ପେଟିକୁ ଜମା ଦେଇ ସାରିଥିଲେ ଅଟୋଚାଳକ । ଅଟୋର ଫଛ ସିଟ୍‌ରେ ପେଟିକୁ ଦେଖିବା ପରେ ଅଟୋଚାଳକ ଅସଲ କଥା ଜାଣି ପାରିଥିଲେ । ସଂସ୍କୃତି ଭବନରେ ଛାଡ଼ିଥିବା ସାମ୍ବାଦିକ ମାନେ ହିଁ ପେଟିଟି ଛାଡି ଚାଲିଯାଇଥିବା ଜାଣିପାରିଥିଲେ । ଆଉ ତା’ପରେ ଜଗତଗୁରୁ ଶଙ୍କାରାଚାର୍ଯ୍ୟ ମଠ ଚକ ନିକଟ ଅଟୋ ଷ୍ଟାଣ୍ଡ ଏବଂ ସି ବିଚ୍ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସହଯୋଗରେ ଅତିଥିଙ୍କୁ ହସ୍ତାନ୍ତର କରାଯାଇଥିଲା ।

ତେବେ ଅଟୋଚାଳକଙ୍କ ଏହି ମହାନ୍ କାମ ପାଇଁ ତାଙ୍କୁ ମଧ୍ୟ ମୁମେଣ୍ଟୋ ଓ ବୁକେ ଦିଆଯାଇ ଫେଡରସନ ତରଫରୁ ସମ୍ମାନିତ କରାଯାଇଥିଲା । ସେପଟେ ହଜି ଯାଇଥିବର ପେଟି ଫେରିପାଇବା ପରେ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି ମୋହିନୀ ଜୈନ । ଅଟୋଚାଳକ ଶ୍ରବଣ କୁମାରଙ୍କ ପରେ ପୁରୀରେ ପୁଣି ଜଣେ ଅଟୋଚାଳକ ତାର ସାଧୁତାର ପରିଚୟ ଦେଇଛନ୍ତି ।  ଆଉ ପର୍ଯ୍ୟଟନ ସହର ପୁରୀ ପାଇଁ ସୁନାମ ଆଣିଛନ୍ତି ।