Advertisment

ସ୍ୱାଭିମାନୀ ଅଟୋ ଚାଳକ : ହଜିଥିବା ଜିନିଷକୁ ଯାତ୍ରୀଙ୍କୁ ଫେରାଇ ଦେଲେ

ଜଣେ ଅଟୋ ଚାଳକ ସନ୍ଧ୍ୟାରେ ନିଆଁ ଜାଳିବା ପାଇଁ କାଠ ଖୋଜିବା ସମୟରେ ବ୍ୟାଗଟିକୁ ପାଇଥିଲେ।ତାକୁ ଖୋଲି ଦେଖିବାରୁ ତା ଭିତରେ କିଛି ଟଙ୍କା ଓ ସିଗାରେଟ ଓ ପରିଚୟ ପତ୍ର ଥିବା ଜାଣିବାକୁ ପାଇଥିଲେ...

ଅଦ୍ୟତନ ହୋଇଛି
Auto Driver

Auto Driver

Advertisment

ଆଜି ବି ବଞ୍ଚିଛି ମାନବିକତା। ବଞ୍ଚିଛି ସାଧୁତା। ଲୋଭ,ମୋହମାୟାଠାରୁ ଉର୍ଦ୍ଧ୍ୱରେ ଅଛନ୍ତି ଅନେକ ମଣିଷ । ସ୍ୱାଭିମାନ ଆଗରେ ସବୁ ଧନ ସମ୍ପତ୍ତି ତୁଚ୍ଛ ବୋଲି ପରିଚୟ ଦେଇଛନ୍ତି ଅଟୋ ଚାଳକ ଅନିରୁଦ୍ଧ ସାମନ୍ତରାୟ। ପୁରୀରେ ସିଗାରେଟ ବ୍ୟବସାୟ କରୁଥିବା ସତ୍ୟବାଦୀର ଜଣେ କ୍ଷୁଦ୍ର ବ୍ୟବସାୟୀ ତାଙ୍କର ଏକ ବ୍ୟାଗ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ପାଖରେ ଥିବା ଅଟୋ ଷ୍ଟାଣ୍ଡରେ ହଜାଇ ଦେଇଥିଲେ। ଆଉ ସେହି ବ୍ୟାଗରେ ପ୍ରାୟ ଅଠର ହଜାର ଟଙ୍କା ସହ କିଛି ସିଗାରେଟ ପ୍ୟାକେଟ ଓ ତାଙ୍କର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ରହିଥିଲା।ତେବେ ଏହିସବୁ ସାମଗ୍ରୀ ସେ ଗତକାଲି ସନ୍ଧ୍ୟାରେ ହଜାଇ ଦେଇଥିଲେ।

Advertisment

ଜଣେ ଅଟୋ ଚାଳକ ସନ୍ଧ୍ୟାରେ ନିଆଁ ଜାଳିବା ପାଇଁ କାଠ ଖୋଜିବା ସମୟରେ ବ୍ୟାଗଟିକୁ ପାଇଥିଲେ । ତାକୁ ଖୋଲି ଦେଖିବାରୁ ତା ଭିତରେ କିଛି ଟଙ୍କା ଓ ସିଗାରେଟ ଓ ପରିଚୟ ପତ୍ର ଥିବା ଜାଣିବାକୁ ପାଇଥିଲେ। ରାତିରେ ହଜିଯାଇଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ।ଆଜି ସେହି ବ୍ୟବସାୟୀ ଜଣଙ୍କ ଦକ୍ଷିଣଦ୍ୱାର ମା ବଟେଶ୍ୱରୀ ଅଟୋ ଚାଳକ ସଂଘ ଠାରେ ପହଞ୍ଚିଥିଲେ।ସେଠାରେ ତାଙ୍କ ସହ କଥାବାର୍ତ୍ତା ହେବା ପରେ ତାଙ୍କ ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସକୁ ମେଳ କରାଯାଇଥିଲା।ମେଳ ଖାଇବା ପରେ ଅଟୋ ଚାଳକ ସଂଘ ପକ୍ଷରୁ ତାଙ୍କ ବ୍ୟାଗକୁ ହସ୍ତାନ୍ତରିତ କରାଯାଇଥିଲା।

ସାଧାରଣ ମଣିଷ ଲୋଭ ମୋହ ମାୟା ଭିତରେ ଛନ୍ଦି ହୋଇଥାଏ। କିନ୍ତୁ ଆଜି ବି ଅନେକ ମଣିଷ ଏହି ସମାଜରେ ଅଛନ୍ତି ସେମାନେ ଲୋଭ ମୋହ ମାୟା ଠାରୁ ଉର୍ଦ୍ଧରେ। ସ୍ୱାଭିମାନ ଆଗରେ ସେମାନଙ୍କ ପାଇଁ ସବୁ ଧନ ସମ୍ପତ୍ତି ତୁଚ୍ଛ ହୋଇଛି। ଯାହାର ଭିନ୍ନ ପରିଚୟ ଦେଇଛନ୍ତି ଅନିରୁଦ୍ଧ। ନିଜର ବ୍ୟାଗ ପାଇବା ସହ ତାଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି ସତ୍ୟବାଦୀର କ୍ଷୁଦ୍ର ବ୍ୟବସାୟୀ।

Advertisment

ମାଆ ବଟେଶ୍ୱରୀ ଅଟୋଚାଳକ ସଂଘ ପକ୍ଷରୁ ପୁଣି ଜଣେ ଅଟୋଚାଳକ ତାର ସାଧୁତାର ପରିଚୟ ଦେଇଛନ୍ତି। ପର୍ଯ୍ୟଟନ ପୁରୀ ସହରର ସୁନାମ ଆଣିଛନ୍ତି।ପର୍ଯ୍ୟଟନ ସହର ପୁରୀରେ ଆତିଥ୍ୟତାର ସ୍ୱତନ୍ତ ପରିଚୟ ଦେଇଛନ୍ତି ଅନିରୁଦ୍ଧ।

ପୁରୀରୁ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ...

Puri Auto Driver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ