‘ତୃପ୍ତିଙ୍କ ବିରୋଧରେ ମୁଁ ଲିଗାଲ ଆକ୍ସନ ନେବି’

‘ମୋତେ ଟର୍ଚର କଲେ, ମୋତେ ଫିଜିକାଲି ଆବ୍ୟୁଜ୍‌ କଲେ ’

ତାଙ୍କ ବାପା ଓ ଗୁଣ୍ଡାମାନେ ମୋତେ ବହୁତ ମିସବିହେବ୍‌ କରିଛନ୍ତି

ଓଲିଉଡ୍ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ହେବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ କହିଛନ୍ତି ‘ମୁଁ ଓ ମୋ କୋ-ଷ୍ଟାର ବାବୁସାନ୍‌ ଏକ ନୂଆ ସିନେମାର ଆନାଉନ୍ସମେଣ୍ଟ୍‌ ପାଇଁ ଯାଉଥିଲୁ । ବର୍ଷା ହେଉଥିବା ବେଳେ ଏକାସଙ୍ଗରେ ଗୋଟିଏ ସ୍ଥାନକୁ ଯିବାର ଥିବାରୁ ବାବୁସାନ୍‌ ମୋତେ ପିକ୍‌ କରିଥିଲେ । ଆଉ ଏହାରି ଭିତରେ ବାବୁସାନ୍‌ଙ୍କ ସ୍ତ୍ରୀ ଓ ତାଙ୍କ ଶ୍ୱଶୁର ସାତ ଆଠ ଜଣ ଗୁଣ୍ଡା ଧରି ପହଞ୍ଚିଥିଲେ ଓ ଆମକୁ ଅଟକାଇଥିଲେ ।

ପହଞ୍ଚିବା ପରେ ସେମାନେ ବାବୁସାନ୍‌ଙ୍କ ସାର୍ଟ ଭିଡ଼ିବା ଆରମ୍ଭ କରିଥିଲେ । କିଛି ଶୁଣିବା ଅବସ୍ଥାରେ ନଥିଲେ । ତାଙ୍କ ସ୍ତ୍ରୀଙ୍କୁ ବାରମ୍ବାର କହୁଥିଲି କଥା ହୁଅ, କଥା ହୁଅ । କିନ୍ତୁ ସେ କିଛି ଶୁଣିଲେନି । ସେ ଆଣିଥିବା ଗୁଣ୍ଡାମାନେ ମୋ ସହ ଦୁର୍ବ୍ୟବହାର କରିଛନ୍ତି । ବାବୁସାନଙ୍କ ଶ୍ୱଶୁର ମଧ୍ୟ ମୋର ଚୁଟି ଝିଙ୍କାଝିଙ୍କି କରିବା ସହ ଦୁର୍ବ୍ୟବହାର କରିଛନ୍ତି ।

ମୁଁ ସାହାଯ୍ୟ କରିବା ପାଇଁ ଚିତ୍କାର କରୁଥିଲି । କିନ୍ତୁ ସମସ୍ତେ ମୋର ଫଟୋ ଓ ଭିଡିଓ ନେଉଥିଲେ ସୁଦ୍ଧା କେହି ସାହାଯ୍ୟ କଲେନି । ବାବୁସାନ୍‌ଙ୍କ ସହ ମଧ୍ୟ ମାରପିଟ୍‌ କରିଛନ୍ତି । ତାଙ୍କ ଶରୀରରେ ଦାଗ ମଧ୍ୟ ରହିଛି । ଏହି ଘଟଣା ପରେ ମୁଁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି ।

ମୁଁ ତାଙ୍କ ବିରୋଧରେ ଆଇନ୍‌ର ଆଶ୍ରୟ ନେବି । ବାବୁସାନ୍‌ଙ୍କ ସ୍ତ୍ରୀ ବିରୋଧରେ ମାନହାନୀ ମୋକଦ୍ଦମା କରିବି । ଆମେ ପିଲାବେଳୁ ବେଶ୍‌ ଭଲ ସାଙ୍ଗ । ତାଙ୍କ ବ୍ୟକ୍ତିଗତ ଭୁଲ ବୁଝାମଣା ପାଇଁ ମୁଁ ଆଦୌ ଦାୟୀ ନୁହେଁ । ମୋ ସହ ଯାହା ଘଟିଛି, ତାହା କେବେ ଭୁଲି ପାରିବି ନାହିଁ । ସେ ତାଙ୍କ ଷ୍ଟାଣ୍ଡାର୍ଡ ଦେଖାଇଲେ । ମୁଁ ଏବେ ମୋ କାମ କରିବି । ବାବୁସାନ୍‌ ଓ ମୋ ଫ୍ୟାନ୍‌ ମାନେ ସମସ୍ତେ ସବୁକିଛି ଜାଣନ୍ତି । ସେମାନେ କେବେ ଭୁଲ ବୁଝିବେନି । ଏଥିପାଇଁ ମୁଁ ନିହାତି ଆକ୍ସନ୍‌ ନେବି ।’

ସୂଚନାଯୋଗ୍ୟ ଅଭିନେତା ବାବୁସାନ ଏବଂ ପ୍ରକୃତିଙ୍କ ସହ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି । ରାସ୍ତା ଉପରେ କାରରେ ବସିଥିବା ବାବୁସାନଙ୍କ ସହ ତାଙ୍କ ପତ୍ନୀ ତୃପ୍ତି ଝଗଡ଼ା କରୁଥିବା ଦୃଶ୍ୟରେ ଦେଖିବାକୁ ମିଳିଛି । ଅତ୍ୟଧିକ ଝଗଡ଼ା ପରେ ଗାଡିରୁ ଓହ୍ଲାଇ ଚାଲିଯାଉଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।