Advertisment

ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ପାଣି ପାଇପ୍‌

ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗୁଡ଼ିକୁ ଗଦା କରି ରଖାଯାଇଥିବା ବେଳେ ସେଗୁଡ଼ିକ ଜଳିଯାଇଛି।

Polymer Water Pipes

Polymer Water Pipes

Advertisment

ରାତି ଅଧରେ ନିଆଁ ଲାଗି ଜଳିଗଲା ଲକ୍ଷ୍ ଲକ୍ଷ ଟଙ୍କାର ପାଇପ୍ । ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗଦା ଜଳିଯାଇଛି । ଗତ ରାତିରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକର ତେଲିପାଲି ପଡ଼ିଆରେ ରହିଥିବା ପ୍ଲାଷ୍ଟିକ ପାଇପ୍‌ ଗୁଡିକ ଜଳିଯାଇଛି ।

Advertisment

ସୂଚନାନୁଯାୟୀ କୌଣସି କାରଣରୁ ରାତି ୨ରୁ ୩ଟା ଭିତରେ ପାଇପରେ ନିଆଁ ଲାଗିଯାଇଥିଲା । ଏହାପରେ ପାଇପ୍‌ ଗୁଡ଼ିକ ହୁତୁହୁତୁ ହୋଇ ଜଳିଥିଲା । ଖବର ପାଇ ଅଗ୍ନଶମ ବାହିନୀ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି ।

ତେବେ କେଉଁ କରଣରୁ ଅଗ୍ନିକାଣ୍ଡ ହେଲା ଓ ଲକ୍ଷ ଲକ୍ଷ ଟଙ୍କାର ପାଇପ୍ ଜଳିଗଲା, ସେନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ପାଇପଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଥିବାରୁ ଜଳ ଯୋଗାଣ ପ୍ରକଳ୍ପରେ ପାଇପ ବିଛା କାମ ବିଳମ୍ବ ହେବା ଆଶଙ୍କା ମଧ୍ୟ ଦେଖାଯାଇଛି ।

Advertisment
Catch Fire Polymer Water Pipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ