Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୈତିକ ବିବାଦ; ମତ ରଖିଲେ ବିଧାୟକ-ଅଭିନେତ୍ରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୈତିକ ବିବାଦ। ଲୋକମାନେ ନିଜ ସ୍ୱାର୍ଥ ତ୍ୟାଗ କରିଛନ୍ତି, ମନ୍ଦିରର ବିକାଶ ପାଇଁ ନିଜ ଜାଗା ଛାଡିଛନ୍ତି। ବର୍ଷାଦିନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେଲେ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି ହେବ ବୋଲି କହିଲେ ପୁରୀ ବିଧାୟକ। ସେହିପରି ଏହାକୁ ନେଇ ଅପରାଜିତା ସଡଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ବର୍ଷା ପ୍ରିୟଦର୍ଶୀନୀ।

Political controversy over the temple's circular project

Political controversy over the temple's circular project

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୈତିକ ବିବାଦ ଭିତରେ ଆଜି ପୁରୀ ବିଧାୟକ ମତ ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଶି ପ୍ରକଳ୍ପ କାମ ସାରିଦିଅନ୍ତୁ । ଏହି ସ୍ଥିତିରେ ପ୍ରକଳ୍ପ କାମ ଛାଡିଦେଲେ ଜଗନ୍ନାଥ ମନ୍ଦିର ପ୍ରତି ବିପଦ। ପ୍ରକଳ୍ପ କାମକୁ ନେଇ ରାଜନୀତି ନ କରି ସମସ୍ତେ ମିଶି ସମାଧାନର ବାଟ କାଢନ୍ତୁ। ଆଉ ଭାବିଲେ ଫେରିବନି, ଯାହା ହୋଇଗଲା ହୋଇଗଲା। ଏବେ କେମିତି ସମସ୍ତେ ମିଶି ତାକୁ ଗଢିବେ ସେହି ଚିନ୍ତା କରିବାକୁ ପଡିବ।

Advertisment

ଲୋକମାନେ ନିଜ ସ୍ୱାର୍ଥ ତ୍ୟାଗ କରିଛନ୍ତି, ମନ୍ଦିରର ବିକାଶ ପାଇଁ ନିଜ ଜାଗା ଛାଡିଛନ୍ତି। ବର୍ଷାଦିନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେଲେ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି ହେବ। ତେଣୁ ବର୍ତ୍ତମାନ ସ୍ଥିତିରେ ଆମେ ଯଦି ଏହାକୁ ବିରୋଧ କରି ବନ୍ଦ କରିବାକୁ ଚେଷ୍ଟା କରିବା ତେବେ ତାହା ଶୁଭଙ୍କର ହେବନି ବୋଲି ବିଧାୟକ ଜୟନ୍ତ ଷ଼ଡ଼ଙ୍ଗୀ କହିଛନ୍ତି।

ଅନ୍ୟପଟେ ବିବାଦୀୟ ହୋଇପଡ଼ିଥିବା ଶ୍ରୀମନ୍ଦିର ଐତିହ୍ୟ କରିଡର କାମ ସଂପର୍କରେ ଟୁଇଟ୍ କରି ବର୍ଷା ପ୍ରିୟଦର୍ଶିନୀ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି। ଟ୍ୱିଟ୍ କରି ସାଂସଦଙ୍କୁ ବିରୋଧ କରିବା ସହ, ନିଜ ସମସ୍ୟାକୁ କୋଟି କୋଟି ଭକ୍ତଙ୍କ ସହ ଯୋଡ଼ିଛନ୍ତି, ଆଉ ପଚାରିଛନ୍ତି, ଐତିହ୍ୟ କରିଡର୍‌ରେ ଯଦି ଟଏଲେଟ୍ ହୁଏ ତେବେ ଅପରାଜିତାଙ୍କର ଅସୁବିଧା କଣ?

Advertisment

ଟୁଇଟ୍‌ରେ ବର୍ଷା ଲେଖିଛନ୍ତି- ‘ମୁଁ ଜଣେ ଓଡ଼ିଆ ଝିଅ । ଯେତେବେଳେ ମୁଁ ପୁରୀ ଶ୍ରୀମନ୍ଦିର ଯାଏ, ନିକଟରେ ମହିଳାଙ୍କ ପାଇଁ କୌଣସି ଟଏଲେଟ ପାଏ ନାହିଁ । ଏହି ସମାନ ଅଭିଯୋଗ ମୁଁ ମହିଳା ଭକ୍ତଙ୍କଠାରୁ ମଧ୍ୟ ଶୁଣିଛି । ଯଦି ସରକାର ଭକ୍ତଙ୍କ ପାଇଁ ପୁରୀରେ ସୁବିଧା ସୁଯୋଗ କରୁଛନ୍ତି, ଏଥିରେ ଆପଣଙ୍କର ଅସୁବିଧା କ’ଣ’?

ବର୍ଷା ଆହୁରି ଲେଖିଛନ୍ତି ଯେ, ଦୟାକରି ଏଥିରେ ରାଜନୀତି କରନ୍ତୁ ନାହିଁ । ଗୋଟିଏ ପଟେ ବଦ୍ରିନାଥ ଓ କାଶୀ ବିଶ୍ୱନାଥର ବିକାଶ ହୋଇଛି । କିନ୍ତୁ ଆପଣ ପୁରୀ ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତିକରଣର ବିରୋଧ କରୁଛନ୍ତି ।

Advertisment

ଅପରାଜିତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ବର୍ଷା ଲେଖିଛନ୍ତି- ଯେତେବେଳେ ଆପଣ ରାଜନୀତିକୁ ଆସିଲେ ଆମେ ଭାବିଥିଲୁ ଆପଣ ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରିବେ, କିନ୍ତୁ ଏବେ ଆମେ ଆପଣଙ୍କୁ ନେଇ ଗଭୀର ଭାବେ ନିରାଶ ହୋଇଛୁ। ମୁଁ ଆଶା କରୁଛି, ଆପଣ ଭକ୍ତଙ୍କ ସମସ୍ୟାକୁ ବୁଝି ପାରୁଥିବେ।

ତେବେ ବର୍ଷାଙ୍କର ଏହି ଟୁଇଟ୍ ସଂପର୍କରେ ଅପରାଜିତା କୌଣସି ପ୍ରତିକ୍ରିୟା ଦେବାକୁ ଉଚିତ ମଣି ନାହାଁନ୍ତି। ଏବେ ରାଜନୈତିକ ପଣ୍ଡିତଙ୍କ ଭିତରେ ପ୍ରଶ୍ନ- ରୂପେଲି ପରଦାର ଅଭିନେତ୍ରୀ ହଠାତ ଏ ପାଇଖାନା ବିବାଦ ଭିତରେ ପଶିଲେ କାହିଁକି? ଏଥିପାଇଁ ତାଙ୍କୁ କିଏ ପ୍ରେରିତ କରିଛି ନା ଏହାକୁ ମାଧ୍ୟମ କରି ସେ ବିଜେଡିରେ ନିଜର ଜାଗା ସୁରକ୍ଷିତ କରିବାକୁ ଚାହୁଁଛନ୍ତି?

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ