Advertisment

PM Kisan: ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ଚାଷୀଙ୍କ ଆକାଉଣ୍ଟକୁ ପିଏମ୍ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି। ଡିବିଟି ଜରିଆରେ ଦେଶର ସବୁ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା।

ଅଦ୍ୟତନ ହୋଇଛି
PM Kisan

PM Kisan

Advertisment

ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ଟଙ୍କା। ବାରଣାସୀରୁ ଦେଶର ସବୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି। ଡିବିଟି ଜରିଆରେ ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା। ଆଜି ପିଏମ୍ କିଷାନର ୨୦ଶ କିସ୍ତି ପଠାଇଛନ୍ତି ମୋଦି ସରକାର।

Advertisment

ବାରଣାସୀରେ ଆୟୋଜିତ  ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଟ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର ୫ଶହ କୋଟି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଓଡ଼ିଶାର ୩୪ ଲକ୍ଷ ୮୫ ହଜାର ଚାଷୀ ଉପକୃତ ହୋଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜାନାରେ ଚାଷୀଙ୍କୁ ବର୍ଷକୁ ୩ଟି କିସ୍ତିରେ କେନ୍ଦ୍ର ସରକାର ୬ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି। ଏହାଛଡ଼ା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜାନା ବାବଦରେ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ।

ଏପଟେ ପିଏମ୍ କିଷାନ ଟଙ୍କା ବଣ୍ଟନ ଲାଗି ରାଜଧାନୀ ଭୁବନେଶ୍ବରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭୁବନେଶ୍ବର CIFA ଠାରେ ଆୟୋଜିତ ହୋଇଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଓଡ଼ିଶାର ୩୪ ଲକ୍ଷ ୮୫ ହଜାର ଚାଷୀଙ୍କୁ ୨୦ତମ କିସ୍ତିରେ ୬୯୭ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ସରକାର। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ଏହି ଅବସରରେ ମୋଦି ସରକାର ସବୁବେଳେ ଚାଷୀଙ୍କ ସହ ରହିଛନ୍ତି ବୋଲି କହିବା ସହ ରାଜ୍ୟ ସରକାର ଚାଷୀଙ୍କର ସବୁ ସୁଖ-ଦୁଃଖର ସାଥି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

PM-Kisan Samman Nidhi Yojana Odisha Govt PM KISAN Scheme Mohan Charan Majhi Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ