Advertisment

ଗାଡି ଧକ୍କାରେ ଆଉ ହାତୀଙ୍କ ଜୀବନହାନି ହେବନି : ବିନା ଦ୍ୱିଧାରେ ଜାତୀୟ ରାଜପଥ ପାରିହେବେ ଗଜରାଜ

ହାତୀ ପଲ ଯେତେବେଳେ ରାସ୍ତା ପାର ହେବେ ଏହି ସ୍ୱୟଂଚାଳିତ ଯନ୍ତ୍ରରେ ରେଡ ଲାଇଟ ଜଳିବା ସହ ଘାଇଁ ଘାଇଁ ହୋଇ ସାଇରନ ମଧ୍ୟ ବାଜିବ

elephant

elephant

Advertisment

ଗାଡି ଧକ୍କାରେ ଆଉ ହାତୀଙ୍କ ଜୀବନହାନି ହେବନି । ବିନା ଦ୍ୱିଧାରେ ଜାତୀୟ ରାଜପଥ ପାରିହେବେ ହାତୀପଲ । ଆସିଲା ନୂଆ ପାଇଲଟ ପ୍ରୋଜେକ୍ଟ । ହାତୀପଲ ରାସ୍ତା ପାର ହେଉଥିବା ବେଳେ ଘାଇଁ ଘାଇଁ ବାଜିବ ସାଇରନ, ଜଳିବ ନାଲିବତୀ । ଏପରିକି ଅଧିକାରୀଙ୍କ ମୋବାଇଲକୁ ଏସଏମଏସ ମଧ୍ୟ ଯିବ ।

Advertisment

ଜାତୀୟ ରାଜପଥରେ ହାତୀଙ୍କ ସୁରକ୍ଷିତ ଯାତାୟତ ପାଇଁ  ଆରମ୍ଭ ହୋଇଛି ନୁଆ ପାଇଲଟ ପ୍ରୋଜେକ୍ଟ ଅଟୋମେଟିକ ସାଇରନ ମେସିନ । ରାଜ୍ୟରେ ପ୍ରଥମ କରି ପରୀକ୍ଷାମୁଳକ ଭାବେ ଏହି ପ୍ରୋଜେକ୍ଟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଏହାକୁ ଢେଙ୍କାନାଳ ଜିଲ୍ଲାର ସଦର ରେଞ୍ଜ ଅନ୍ତର୍ଗତ ମେରାମଣ୍ଡଳୀ ସେକସନର ହାତୀ ପ୍ରବଣ ସ୍ଥାନ ରସାସିଂହ ଓ ହଳଦିଆବାହାଳ ନିକଟରେ ଲଗାଯାଇଛି। ଜାତୀୟ ରାଜପଥ ୫୫ ନିକଟରେ ଲଗାଯାଇଛି ଏହି ସାଇରନ ମେସିନ ।

କଣ ଏହି ଯନ୍ତ୍ର ?

ଏଥିରେ ରହିଛି ସେନସର, ସାଇରନ, ରେଡ ଲାଇଟ ଓ ଚାର୍ଜିଂ ପାଇଁ ସୋଲାର ପ୍ଲେଟ । ହାତୀ ପଲ ଯେତେବେଳେ ରାସ୍ତା ପାର ହେବେ ଏହି ସ୍ୱୟଂଚାଳିତ ଯନ୍ତ୍ରରେ ରେଡ ଲାଇଟ ଜଳିବା ସହ ଘାଇଁ ଘାଇଁ ହୋଇ ସାଇରନ ମଧ୍ୟ ବାଜିବ । ଏହା ଏକ କିଲୋମିଟର ବ୍ୟାପି ଶୁଭିବା ସହିତ ତୁରନ୍ତ ଏକ ଏସଏମଏସ ଅଧିକାରୀଙ୍କ ନିକଟକୁ ମଧ୍ୟ ପଳାଇବ । ଫଳରେ ସେହି ସମୟରେ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡିଚଳକ ନିର୍ଦ୍ଧିଷ୍ଟ ବ୍ୟବଧାନରେ ଅଟକି ରହିବେ । ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସତର୍କ ରହିବେ । ଫଳରେ କେବଳ ହାତୀପଲ ସୁରକ୍ଷିତ ରାସ୍ତା ପାର ହେବେ । କେବଳ ଏତିକି ନୁହଁ ବରଂ ସାଧାରଣ ଲୋକ ମଧ୍ୟ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇ ପାରିବେ । ଏହା ଦ୍ୱାରା ହାତୀ ଉପଦ୍ରବ୍ୟ କମିବ ଓ ହାତୀ-ମଣିଷ ଲଢେଇରେ ଏକ ପ୍ରକାର ପୁର୍ଣ୍ଣଛେଦ ମଧ୍ୟ ପଡିପାରେ । ଏହି ପ୍ରୋଜେକ୍ଟକୁ ସ୍ୱାଗତ କରିଛନ୍ତି ଅଞ୍ଚଳ ବାସୀ ଓ ପରିବେଶବିତ୍।

Advertisment

ରାଜ୍ୟରେ ପ୍ରଥମ କରି ଏହି ପାଇଲଟ ପ୍ରୋଜେକ୍ଟ ଲାଗୁ କରାଯାଇଛି । ତେବେ ପ୍ରୋଜେକ୍ଟ ଯଦି ସଫଳ ଭାବେ କାର୍ଯକ୍ଷମ ହୁଏ ତେବେ ଆଗକୁ ଜିଲ୍ଲାରେ ଏହା ଅଧିକ ମାତ୍ରାରେ ଖଞ୍ଜା ଯିବ ବୋଲି କହିଛନ୍ତି ଡିଏଫଓ । ବିଶେଷ କରି ୫୫ ନମ୍ବର ନମ୍ବର ଜାତୀୟ ରାଜପଥର ଯେଉଁ ଯେଉଁ ସ୍ଥାନ ରେ ହାତୀ ରାସ୍ତା ପାର ହେଉଛନ୍ତି, ସେହି ସବୁ ସ୍ଥାନ ମାନଙ୍କରେ ସାଇରନ୍‌ ମେସିନ୍ ଖଞ୍ଜାଯିବ । ଏହି ପ୍ରୋଜେକ୍ଟକୁ “ପରିବର୍ତ୍ତନ” ନାମକ ଏକ ଏନଜିଓ ସଂସ୍ଥା ଓ ବନବିଭାଗର ମିଳିତ ସହଯୋଗରେ ଏହାକୁ ଆରମ୍ଭ କରାଯାଇଛି। ପୂର୍ବରୁ ଏହି ପ୍ରୋଜେକ୍ଟ ଅନ୍ୟ ରାଜ୍ୟ ମାନଙ୍କରେ ଆରମ୍ଭ କରାଯାଇଥିବା ବେଳେ ସଫଳତା ମିଳିଥିବା କୁହାଯାଉଛି।

ରାଜଶ୍ରୀ ଶତପଥୀ, ଢ଼େଙ୍କାନାଳ

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ