Drunked Pharmacist
ମାତାଲ ଫାର୍ମାସିଷ୍ଟଙ୍କ ଉନ୍ମତକାଣ୍ଡ । ଟିକା ନେବାକୁ ଆସିଥିବା ଯୁବକଙ୍କ ଉପରକୁ ମଦ ବୋତଲ ଫିଙ୍ଗିଥିବାର ଅଭିଯୋଗ ହୋଇଛି । ବସ୍ତା ବ୍ଲକ ଇଡ଼ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସୁବାଶିଷ ଟୁଡୁଙ୍କ ବିରୋଧରେ ଏହି ଆସିଛି । ସଂପୃକ୍ତ ଫାର୍ମାସିଷ୍ଟ ଜଣକ ଡ୍ୟୁଟି ସମୟରେ ମଦ ପିଇ ଏଭଳି କାଣ୍ଡ ଘଟାଇ ଥିବାର କୁହାଯାଉଛି । ଉତ୍ପାତ କରିବାରୁ ଫାର୍ମାସିଷ୍ଟଙ୍କୁ ଲୋକେ ଦଉଡ଼ିରେ ବାନ୍ଧି ଦେଇଥିବାର ଦେଖିବାକୁ ମିଳିଛି । ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଫାର୍ମାସିଷ୍ଟଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।
ସୂଚନା ମୁତାବକ ଇଡ଼ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେକେଣ୍ତ ଡୋଜ୍ ଟିକାକରଣ ହେଉଥିଲା । ସ୍ଥାନୀୟ ଯୁବକ ପ୍ରଶାନ୍ତ ଘଡାଇ ଟିକାକରଣ ପାଇଁ ଯାଇଥିବା ବେଳେ ଫାର୍ମାସିଷ୍ଟ ସୁବାଶିଷ ଟୁଡୁ ତାଙ୍କ ଉପରକୁ ମଦ ବୋତଲ ଫୋପାଡି ଥିଲେ। ପଚାରିବାରୁ ତାଙ୍କ ସହ ଗଣ୍ତଗୋଳ କରିଥିବାର ସୂଚନା ମିଳିଛି । ଏନେଇ ପ୍ରଶାନ୍ତ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645533288.jpg)