Advertisment

ମନ ମୋହିଲା ପେଟ୍‌ ଶୋ; ରାଂପ ଶୋ’ ରେ ଚାଲିଲେ ୨୪ ପ୍ରଜାତିର କୁକୁର

ଧଳା, କଳା, ନାଲି, ମାଟିଆ ବିଭିନ୍ନ ରଙ୍ଗ ଓ ପ୍ରଜାତିର ବିଲେଇ। କିଏ ବେକରେ ସ୍କାର୍ଫ ପିନ୍ଧିଛି ତ ଆଉ ମୋତି ହାର ପିନ୍ଧିଛି। ପୁଣି କିଏ ମୁଣ୍ଡ ଆଉଁସି ଦେଉଛି, କାଖେଇ ପକାଉଛି।

ଅଦ୍ୟତନ ହୋଇଛି
Dog Show

Dog Show

Advertisment

ପ୍ରଥମ ଥର ପାଇଁ ବ୍ରହ୍ମପୁରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସୁନ୍ଦର କୁକୁର ଓ ବିଲେଇ ପ୍ରତିଯୋଗିତା। ଏନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭିନ୍ନ ଭିନ୍ନ ପ୍ରଜାତିର ବିଲେଇ ଓ କୁକୁର ପ୍ରଦର୍ଶିତ ହୋଇଥିବାବେଳେ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କର ବେଶ୍ ଉତ୍ସୁକତା ଦେଖିବାକୁ ମିଳିଥିଲା।

Advertisment

ଧଳା, କଳା, ନାଲି, ମାଟିଆ ବିଭିନ୍ନ ରଙ୍ଗ ଓ ପ୍ରଜାତିର ବିଲେଇ। କିଏ ବେକରେ ସ୍କାର୍ଫ ପିନ୍ଧିଛି ତ ଆଉ ମୋତି ହାର ପିନ୍ଧିଛି। ପୁଣି କିଏ ମୁଣ୍ଡ ଆଉଁସି ଦେଉଛି,
କାଖେଇ ପକାଉଛି। ସେଣ୍ଟର ଅଫ ଆଟ୍ରାକସନ୍ ପାଲଟିଛନ୍ତି ଏହି ବିଲେଇମାନେ। ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ଗୋଟିଏ ସ୍ଥାନରେ ଏଭଳି ସୁନ୍ଦର ସୁନ୍ଦର ବିଲେଇଙ୍କୁ ନେଇ ଆୟୋଜିତ ହୋଇଛି ଏକ ପ୍ରଦର୍ଶନୀ। ଯାହାକୁ ଦେଖିବାକୁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା।

ଏପରିକି ଏହି ବିଲେଇମାନଙ୍କ ସହ ସେଲଫି ବି ନେଉଥିଲେ ଲୋକେ। ରାଜ୍ୟର ବିଭିନ୍ନ ଅଂଚଳରୁ ବିଲେଇ ପ୍ରେମୀ ସେମାନଙ୍କ ପୋଷା ବିଲେଇଙ୍କୁ ଏହି ସୁନ୍ଦର ପ୍ରତିଯୋଗିତାରେ ସାମିଲ କରାଇଥିଲେ, ପୁରସ୍କୃତ ବି ହୋଇଥିଲେ।

Advertisment

ସେପଟେ କେବଳ ବିଲେଇ ନୁହେଁ, ରାଜ୍ୟସ୍ତରୀୟ ସୁନ୍ଦର କୁକୁର ପ୍ରତିଯୋଗିତା ବି ଆୟୋଜିତ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଏକ ନିଆରା ରାଂପ ଶୋ। କୁକୁର ମାନଙ୍କୁ ଧରି ସେମାନଙ୍କ ମାଲିକମାନେ ରାଂପ ୱାକ୍ କରିଥିଲେ। ପ୍ରଥମଥର ପାଇଁ ଏଭଳି ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଏନେଇ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଅନେକ ପ୍ରଜାତିର କୁକୁର ଏହି ସୋରେ ଭାଗ ନେଇଥିଲେ। ପ୍ରତି ୧୦୦ କୁକୁରଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚୟନ କରି ପୁରସ୍କୃତ କରାଯାଇଛି। ୨୪ ପ୍ରକାର ପ୍ରଜାତିର କୁକୁର ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା କହିଛନ୍ତି ଆୟୋଜକ।

ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିଥିବାବେଳେ ଲୋକଙ୍କ ବେଶ୍ ଭିଡ଼ ଜମିଥିଲା।

Dog Lover Pet Animals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ