Advertisment

ସବୁଜ ଦିଶୁଛି ସ୍ୱାଭିମାନ ଅଞ୍ଚଳ : ଗଞ୍ଜେଇ ଚାଷ ଛାଡ଼ି ଅର୍ଥକାରୀ ଫସଲ କରୁଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ

ଲାଲବାହିନୀଙ୍କ ପ୍ରତ୍ୟକ୍ଷ ଇଶାରାରେ ଚାଲିଥିଲା ଗଞ୍ଜେଇ ଚାଷ । ସ୍ୱାଭିମାନ ଅଞ୍ଚଳର ଯଡାମ୍ବରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ମୁହଁ ଖୋଲିଛନ୍ତି ପଞ୍ଚାୟତବାସୀ । ବର୍ଷ ବର୍ଷ ଧରି ଲାଲବାହିନୀ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ସହ ବିପୁଳ ପରିମାଣର ଟଙ୍କା କମାଉଥିଲେ । କ୍ୟାମ୍ପ ପ୍ରତିଷ୍ଠା ପରେ ଯଡାମ୍ବ ପଞ୍ଚାୟତର ପ୍ରାୟ ୧୦ରୁ ୧୨ଟି ଗାଁର ଲୋକେ ଗଂଜେଇ ବଦଳରେ ଏବେ ଧାନ, ବିରି, ପନିପରିବା ପରି ଅନେକ ଚାଷ କରୁଛନ୍ତି

ଅଦ୍ୟତନ ହୋଇଛି
malkangiri

malkangiri

Advertisment

ଜିତେନ୍ଦ୍ର ବେଉରା : ଲାଲବାହିନୀଙ୍କ ପ୍ରତ୍ୟକ୍ଷ ଇଶାରାରେ ଚାଲିଥିଲା ଗଞ୍ଜେଇ ଚାଷ । ସ୍ୱାଭିମାନ ଅଞ୍ଚଳର ଯଡାମ୍ବରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ମୁହଁ ଖୋଲିଛନ୍ତି ପଞ୍ଚାୟତବାସୀ । ବର୍ଷ ବର୍ଷ ଧରି ଲାଲବାହିନୀ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ସହ ବିପୁଳ ପରିମାଣର ଟଙ୍କା କମାଉଥିଲେ । କ୍ୟାମ୍ପ ପ୍ରତିଷ୍ଠା ପରେ ଯଡାମ୍ବ ପଞ୍ଚାୟତର ପ୍ରାୟ ୧୦ରୁ ୧୨ଟି ଗାଁର ଲୋକେ ଗଂଜେଇ ବଦଳରେ ଏବେ ଧାନ, ବିରି, ପନିପରିବା ପରି ଅନେକ ଚାଷ କରୁଛନ୍ତି । ଏପଟେ କିନ୍ତୁ ଲାଲ ଇଲାକାର ଯଡାମ୍ବ ପଣସପୁଟ, ଅଣ୍ଡ୍ରାପାଲୀ, ଯନ୍ତ୍ରୀ ପରି ଅନେକ ପଞ୍ଚାୟତରେ ଏବେ ବି ଜୋରସୋରରେ ଚାଲିଛି ଗଂଜେଇ ଚାଷ । ଅବକାରୀ ବିଭାଗର କହିବା କଥା ଏଥିପ୍ରତି ଆମେ ଦୃଷ୍ଟି ଦେଉଛୁ । ଟିମ ଗଠନ କରାଯାଇ ଚାଷ ହୋଇଥିବା ଗଂଜେଇ ଗଛଗୁଡିକକୁ ଖୁବଶୀଘ୍ର ନଷ୍ଟ କରାଯିବା ସହ ଗଂଜେଇ ଚାଷୀଙ୍କୁ ଏଥିରୁ ନିବୃତ ରହିବା ପାଇଁ ସଚେତନତା କରାଯିବ।

Advertisment

ସ୍ୱାଭିମାନ ଅଞ୍ଚଳ ଖଜୁରୀଗୁଡ଼ାର. . .ଏଠାରେ ଲୋକମାନେ ବର୍ଷ ବର୍ଷ ଧରି ନିଜ ଜମିରେ କରିଆସୁଥିଲେ ଗଞ୍ଜେଇ ଚାଷ । ଲାଲବାହିନୀଙ୍କ ଧମକ ଯୋଗୁଁ ସେମାନେ ଏଭଳି ଚାଷ ବର୍ଷ ବର୍ଷ ଧରି କରିଆସୁଥିଲେ । ଚାଷ ହେବା ପରେ ଗଂଜେଇ ବିକି ପାଉଥିବା ଅର୍ଥରୁ ଲାଲବାହିନୀ ନେଉ ଯାଉଥିଲେ । ହେଲେ ଯଡାମ୍ବରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ସ୍ଥିତି ବଦଳିଛି । ଖଜୁରିଗଡା ଗ୍ରାମର ସମସ୍ତ ଗଂଜେଇ ଚାଷୀ ଏଭଳି ଲାଲବାହିନୀଙ୍କୁ ଟାର୍ଗେଟ କରିଛନ୍ତି ।

ଡାମ୍ବରେ ନୂତନ ଥାନା ପ୍ରତିଷ୍ଠା ପରେ ସେମାନଙ୍କର ଭୁଲ ବୁଝିପାରିଛନ୍ତି । ଖଜୁରୀଗୁଡା ପରି ୧୦ରୁ ୧୨ ଗ୍ରାମର ଲୋକେ ଏବେ ଗଂଜେଇ ଚାଷ ଛାଡି ଧାନ,ବିରି,ମାଣ୍ଡିଆ ସହ ପନିପରିବାର ପରି ଅନେକ ଅର୍ଥକାରୀ ଫସଲ କରୁଛନ୍ତି । ଯେଉଁ ଜମିରେ ବେଆଇନ ସବୁଜ ହୀରା ଫର ଫର ହୋଇ ଉଡୁଥିଲା, ଏବେ ସେଠି ଲାଗିଛି ଅର୍ଥକାରୀ ଫସଲ। କିନ୍ତୁ ଏହି ଆଦିବାସୀମାନଙ୍କୁ ଅର୍ଥ ସାଜିଛି ବାଧକ।

Advertisment

ସ୍ୱଳ୍ପ ଜମିରେ ନିଜ ଖର୍ଚ୍ଚରେ ବିହନ ଓ ସାର କିଣି ଚାଷ କରିବା ଦ୍ୱାରା କମ ରୋଜଗାର ହେଉଛି । ଯଦ୍ୱାରା ପରିବାରର ଭରଣପୋଷଣ କଷ୍ଟକର ହୋଇଯାଉଛି । ତେଣୁ ଏହି ଅଞ୍ଚଳବାସୀ ମୁଖ୍ୟସ୍ରୋତକୁ ଫେରିଥିବା ବେଳେ ଆର୍ଥିକ ସହାୟତା ପାଇଁ ପ୍ରଶାସନ ନିକଟକରେ ଅନୁରୋଧ କରିଛନ୍ତି ।

ସେପଟେ ଯଡାମ୍ବ ,ବଡପଡା ପରି କିଛି ଅଂଚଳରେ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଗଂଜେଇ ଚାଷ କମ୍ ହୋଇଛି ସତ କିନ୍ତୁ ଅଣ୍ଡ୍ରାପାଲୀ, ପଣସପୁଟ, ଯନ୍ତ୍ରୀ ଧୂଳିପୁଟ ପରି ସ୍ୱାଭିମାନ ଅଂଚଳର ଅନେକ ପଞ୍ଚାୟତର ଶହ ଶହ ଗାଁରେ ଏବେ ବି ଚାଷ ହେଉଛି । ଏମିତି କି ସିଧାସଳଖ କହିବାକୁ ଗଲେ ଲାଲ ଇଲାକାରେ ଏବେ ବି ଚାଷ ହେଉଛି ସବୁଜ ହୀରା। ଅବକାରୀ ବିଭାଗ ଗଂଜେଇ ଚାଷ ହେଉଥିବା ସ୍ୱୀକାର କରିବା ସହ କିଭଳି ଗଂଜେଇ ଚାଷକୁ ରୋକ ଲଗାଯିବ ସେନେଇ ଲୋକଙ୍କୁ ସଚେତନତା କରାଯିବ । ଚାଷ ହେଉଥିବା ଗଂଜେଇ ଗୁଡିକୁ ଖୁବଶୀଘ୍ର ଟିମ ଗଠନ କରାଯାଇ ସେଗୁଡିକ ନଷ୍ଟ କରାଯିବ।

Advertisment
Maoist-hit Area
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ