ସକ୍ଷମ ଭିନ୍ନକ୍ଷମ: ହାତ ନାହିଁ, ଚାଓମିନ୍‌ ବିକ୍ରି କରି ପରିବାର ପୋଷୁଛନ୍ତି ଯୁବକ

ଭିନ୍ନକ୍ଷମ ହୋଇ ବି ସକ୍ଷମ । ହାତ ନଥାଇ ମଧ୍ୟ ପେଟ ପାଇଁ ଖଟିବାରେ ପଛାଇନାହାଁନ୍ତି । ନିଜ କଳ, ବଳ ଓ କୌଶଳ ମାଧ୍ୟମରେ ଅସମ୍ଭବକୁ ବି ସମ୍ଭବ କରିଦେଖାଇଛନ୍ତି ଏହି ଯୁବକ ।

ସକ୍ଷମ ଭିନ୍ନକ୍ଷମ: ହାତ ନାହିଁ, ଚାଓମିନ୍‌ ବିକ୍ରି ପରିବାର ପୋଷୁଛନ୍ତି ଯୁବକ

ସମାଜରେ ଭିନ୍ନକ୍ଷମଙ୍କ ପରିଚୟ ହିଁ କିଛି ଅଗଲା । ତାଙ୍କର ଜୀବନ ସାଧାରଣତଃ ସଂଘର୍ଷମୟ ଥାଏ । ଯେଉଁଥିପାଇଁ ସରକାର ସେମାନଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ କରିଛନ୍ତି । ଏହା ଦ୍ୱାରା ସେମାନଙ୍କ ଜୀବନ କିଛି ମାତ୍ରାରେ ପରିବର୍ତ୍ତନ ହୋଇପାରୁଛି । ହେଲେ ଏଠାରେ ଏମିତି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଛନ୍ତି ଯାହାଙ୍କ ସଂଘର୍ଷର କାହାଣୀ ଜାଣିଲେ ହୁଏତ ଆପଣଙ୍କ ଆଖିରେ ବି ଲୁହ ଆସିପାରେ ।

ଏପରି ଜଣେ ଯୁବକ ଅଛନ୍ତି ଯିଏ ଭିନ୍ନକ୍ଷମ ହୋଇ ବି ସକ୍ଷମ । ହାତ ନଥାଇ ମଧ୍ୟ ପେଟ ପାଇଁ ଖଟିବାରେ ପଛାଇନାହାଁନ୍ତି । ନିଜ କଳ, ବଳ ଓ କୌଶଳ ମାଧ୍ୟମରେ ଅସମ୍ଭବକୁ ବି ସମ୍ଭବ କରିଦେଖାଇଛନ୍ତି ଏହି ଯୁବକ । ତାଙ୍କର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି ।

ଦେଖନ୍ତୁ ଏହି ଭିଡିଓ:

ଭିଡିଓରେ ଜଣାପଡୁଛି ଯେ ସେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କର ଦୁଇଟିଯାକ ହାତ ନାହିଁ ଏହା ସତ୍ତ୍ୱେ ମଧ୍ୟ ସେ ନିଜ ଗ୍ରାହକଙ୍କ ପାଇଁ ଚାଓମିନ୍‌ ବନାଉଛନ୍ତି ।  

ସବୁଠୁ ବଡ କଥା ହେଉଛି ଯୁବକଙ୍କର ହାତ ନଥାଇ ମଧ୍ୟ ସେ ନିଜ କୌଶଳ ବଳରେ ଅବିକଳ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ରୋଷେଇ କରିପାରୁଛନ୍ତି । ତାଙ୍କର ଏହି କଠିନ ପରିଶ୍ରମ ସମାଜକୁ ଏକ ନିଆରା ବାର୍ତ୍ତା ଦେଉଛି । ଦୁନିଆରେ ବଞ୍ଚି ରହିବାକୁ ହେଲେ ନିଜ କର୍ମକୁ ନ ଠକି କଠିନ ପରିଶ୍ରମ କରିବା ଉଚିତ୍‌ ତାହା ଏହି ଭିଡିଓରେ ସ୍ପଷ୍ଟ ଜଣାପଡୁଛି ।

(ଭିନ୍ନକ୍ଷମ ଯୁବକ)

ଏହି ପ୍ରେରଣାଦାୟକ ଭିଡିଟିକୁ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଜଣ ଦେଖିଥିବା ବେଳେ ହଜାରରୁ ଅଧିକ ଲୋକେ ଲାଇକ୍‌ କରିଛନ୍ତି । ଏହାସହ ଅନେକ ଲୋକେ କେମେଣ୍ଟ ମାଧ୍ୟମରେ ଯୁବକଙ୍କ ପ୍ରଶଂସା କରିଛନ୍ତି ।

ଯୁବକଙ୍କ ଏହି ଭିଡିଓରୁ ଜଣାପଡୁଛି ଯେ ସତରେ ଦୁନିଆରେ କିଛି ବି ଅସମ୍ଭବ ନୁହେଁ କେବଳ ନିଜ କର୍ମ ଓ ଚେଷ୍ଟା ବଳରେ ଅନେକ କିଛି ହାସଲ କରିହେବ ।