Advertisment

କାମ ଦେଉନି ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ! କାର୍ଡ ଥାଇ ବି ମଗା ଯାଉଛି ଟଙ୍କା !

ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା BSKY ସ୍ମାର୍ଟ ହେଲ୍‌ଥ୍‌ କାର୍ଡ କାମ ଦେଉ ନଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
BSKY Health Card

BSKY Health Card

Advertisment

BSKY(Biju Swasthya Kalyan Yojana) ସ୍ମାର୍ଟ ହେଲ୍‌ଥ୍‌ କାର୍ଡ କାହା ପାଇଁ ? ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ଯୋଜନାର ଲାଭ କ’ଣ ସତରେ ମିଳୁଛି ? ଏପରି ଅନେକ ପ୍ରଶ୍ନ ଏବେ ରାଉରକେଲାର ଦୁଇଟି ଘଟଣାରୁ ସାମ୍ନାକୁ ଆସିଛି।

Advertisment

ରାଉରକେଲାର ହାଇଟେକ୍  ହସ୍ପିଟାଲ୍‌ରୁ ଏକ ସଙ୍ଗୀନ ଅଭିଯୋଗ ଆସିଛି। BSKY କାର୍ଡ ଥିବା ସତ୍ତ୍ୱେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମଗା ଯାଇଛି। ଆଉ ଟଙ୍କା ନଦେଇ ପାରିଲେ ରୋଗୀ ସେପରି ପଡ଼ି ରହୁଛନ୍ତି। ଏକ ଦୁର୍ଘଟଣା ପରେ ସୁରେଶ ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟଙ୍କୁ ନେଇ ମେଡିକାଲ୍‌ରେ ଭର୍ତ୍ତି କରାଇଥିଲେ। ତେବେ BSKY କାର୍ଡ ଥିବା ଜାଣି ଚିକିତ୍ସାରେ ଅବହେଳା କରାଯିବା ସହ ତାଙ୍କୁ ଚିକିତ୍ସା ଫି’ ମଗାଯାଇଥିଲା। ଏବାବଦକୁ ସେ ୩୬ ହଜାର ଟଙ୍କା ବି ଦେଇଥିଲେ। ତଥାପି ଅଧିକ ଟଙ୍କା ମେଡିକାଲ୍‌ରୁ ମଗାଯିବା ପରେ ସେଠୁ ସେ ସମ୍ପର୍କୀୟଙ୍କୁ ନେଇ ପଲାଇ ଆସିଥିଲେ।

ସେହିପରି ଅନ୍ୟ ଜଣେ ରୋଗୀଙ୍କୁ ଅପରେସନ୍ ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଆଇସିୟୁରେ BSKY କାର୍ଡ କାର୍ଯ୍ୟ କରିନଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଏବାବଦକୁ ସେ ଲକ୍ଷେରୁ ଅଧିକ ଟଙ୍କା ଖର୍ଚ୍ଚ ବି କରି ସାରିଲେଣି ବୋଲି ଅଭିଯୋଗ ହୋଇଛି। 

Advertisment

ଘଟଣାକୁ ନେଇ ରାଉରକେଲା ଏଡିଏମ୍‌ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ‘ବିଜୁ ସ୍ୱାସ୍ଥ୍ୟ କାର୍ଡର ପ୍ରୋସେସ୍‌ ବହୁତ ଆଡଭାନ୍ସଡ୍‌। ଏଥିରେ କୌଣସି ଦୁର୍ନୀତି ହୋଇପାରିବ ନାହିଁ। ଯଦି କୌଣସି ସ୍ଥାନରେ କିଛି ଟେକ୍ନିକାଲ୍‌ ଇସ୍ୟୁ ଅଛି, ଆମେ ଏହାକୁ ତୁରନ୍ତ ସମାଧାନ କରୁଛୁ।’

ଏ ସଂପର୍କରେ ହାଇଟେକ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନାହିଁ ।

BSKY Card BSKY Health Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ