Advertisment

Parents Lock School: ବିଦ୍ୟାଳୟରେ ତାଲା, ଗଛ ମୂଳେ ପିଲା

ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପଡିଛି । ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ରାସ୍ତା କଡ଼ରେ ଥିବା ଏକ ଗଛ ତଳେ ବହି ବସ୍ତାନି ଧରି ବସିଛନ୍ତି ।

Parents Lock School

Parents Lock School

Advertisment

ବିଦ୍ୟାଳୟରେ ପଡ଼ିଛି ତାଲା, ରାସ୍ତା କଡ଼ ଗଛ ମୂଳେ ପିଲା । ଏମିତି ଘଟଣା ଦେଖିବାକୁ ମିଳିଛି ଉଦଳା ଦୁଗୁଧା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପଡିଛି । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୨୬୪ ଛାତ୍ରଛାତ୍ରୀ ଥିବା ଏହି ବିଦ୍ୟାଳୟରେ ୭ ଜଣ ଶିକ୍ଷକ ରହିଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଦୀପିକା କର ନାମକ ଶିକ୍ଷୟିତ୍ରୀଙ୍କୁ ବିଭାଗ ପକ୍ଷରୁ ବଦଳି କରାଯାଇଛି । ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ ଏବଂ ଅଭିଭାବକ ।

Advertisment

ଶିକ୍ଷୟିତ୍ରୀ ଦୀପିକା କରଙ୍କ ବଦଳି ନିର୍ଦ୍ଦେଶକୁ ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକାଇଛନ୍ତି ଅଭିଭାବକ । ଯାହା ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ରାସ୍ତା କଡ଼ରେ ଥିବା ଏକ ଗଛ ତଳେ ବହି ବସ୍ତାନି ଧରି ବସିଛନ୍ତି । ବିଦ୍ୟାଳୟରେ ପୂର୍ବରୁ ୮ ଜଣ ଶିକ୍ଷକ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଆଗରୁ ବଦଳି ହୋଇଛନ୍ତି । ହେଲେ ତାଙ୍କ ପ୍ରତି ବଦଳରେ କୌଣସି ଶିକ୍ଷକ ଆସି ନାହାନ୍ତି । ପୁନଶ୍ଚ ଆଉ ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ହୋଇଥିବାରୁ ତାହାକୁ ବିରୋଧ କରିଛନ୍ତି ଅଭିଭାବକ ।

ଖବର ପାଇ ଉଦଳା ବିଇଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ଚେଷ୍ଟା କରିଥିଲେ । ଏତିକି ବେଳେ ବିଇଓଙ୍କୁ ହଟହଟ୍ଟାର ସାମ୍ନା କରିବାକୁ ପଡ଼ିଥିଲା । ଶେଷରେ ବଦଳି ହୋଇଥିବା ଶିକ୍ଷୟିତ୍ରୀଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଯୋଗଦାନ କରୁଥିବା କହିଛନ୍ତି ବିଇଓ ।

Advertisment
Odisha News Mayurbhanj Teacher Shortage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ