Advertisment

ଧନୁଯାତ୍ରା ପୂର୍ବରୁ ସରିଗଲା ‘ବଳରାମ’ଙ୍କ ଜୀବନର ଅଭିନୟ

ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ  ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍‌ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି।

ଅଦ୍ୟତନ ହୋଇଛି
Pal of gloom descends on Bargarh after little Balram of Dhanu Yatra dies

Pal of gloom descends on Bargarh after little Balram of Dhanu Yatra dies

Advertisment

ମାମୁ କଂସଙ୍କ ନିମନ୍ତ୍ରଣ ରକ୍ଷା କରି ଧନୁଯାତ୍ରା ଦେଖିବା ପାଇଁ ମା’ଙ୍କ ଠାରୁ ମେଲାଣି ମାଗିଥିଲେ ୨ ଭାଇ କୃଷ୍ଣ ଓ ବଳରାମ। ଆଉ ମା’ କାନ୍ଦି କାନ୍ଦି ବିଦାୟ ଦେଇଥିବା ବେଳେ ୨ ଭାଇ କହିଥିଲେ ଧନୁଯାତ୍ରା ଦେଖି ଆମେ ଶୀଘ୍ର ଫେରି ଆସିବୁ। ଆମକୁ ଶୁଭରେ ଶୁଭରେ ମେଲାଣି ଦିଅ। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅଭ୍ୟାସର ତୃତୀୟ ସାର ଦୃଶ୍ୟ ଏଭଳି କିଛି ଥିଲା। 

Advertisment

ସେଦିନ ସବୁ କିଛି ଠିକ୍ ଠାକ୍ ଥିଲା। ହେଲେ ଆଜି ସବୁ କିଛି ବଦଳି ଯାଇଛି। ସମସ୍ତଙ୍କ ମନରେ ସେଦିନ ଯେଉଁ ଖୁସି ଥିଲା ଆଜି ଆଉ ତାହା ନାହିଁ। ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ  ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍‌ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି। ଶ୍ରେୟସଙ୍କ ଆକସ୍ମିକ ବିୟୋଗରେ ଅମ୍ବାପାଲି ଅବା ସମଗ୍ର ଗୋପପୁରରେ ଆଜି ଶୋକର ଛାୟ ଖେଳିଯାଇଛି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ଶ୍ରେୟସ ନିଜ ଘରେ ଖେଳୁଥିବା ସମୟରେ ଅଚାନକ ତଳେ ପଡ଼ିଯାଇ ଥିଲେ। ହଠାତ୍‌ ତାଙ୍କ ଦେହ ଅସୁସ୍ଥ ହେବା ଦେଖି ଘର ଲୋକେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ଦୁର୍ଭାଗ୍ୟ ଶ୍ରେୟସ ସେତେବଳକୁ ଆଖିବୁଜି ସାରିଥିଲେ। ଶ୍ରେୟସଙ୍କର ଅକାଳ ବିୟୋଗ ଖବର କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Advertisment

ସେପଟେ ଶ୍ରେୟସଙ୍କୁ ପରିବାର ସଦସ୍ୟଙ୍କଠୁ ଆରମ୍ଭ କରି ସାଥୀ କଳାକାର ସମସ୍ତେ ଝୁରୁଛନ୍ତି। ସତେ ଯେମିତି ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।  କୃଷ୍ଣ ଭୂମିକାରେ ଅଭିନୟ କରୁଥିବା କଳାକାର ସମ୍ରାଟ ମହାପାତ୍ର ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଶ୍ରେୟସ ଏବଂ ସମ୍ରାଟ ଉଭୟେ ଉତ୍ତମ ବନ୍ଧୁ। ଶ୍ରେୟସଙ୍କ ମୃତ୍ୟୁପରେ ଭାଙ୍ଗିପଡ଼ିବା ସହ ଏପରି ସାଥି କଳାକାରଙ୍କୁ ପାଇବି ନାହିଁ ବୋଲି ସମ୍ରାଟ କହିଛନ୍ତି। ୧୨ ବର୍ଷ ବୟସର ବାଳକ ଶ୍ରେୟସ ଏଥର ପ୍ରଥମଥର ପାଇଁ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ। ହେଲେ ଦୁର୍ଭାଗ୍ୟ ତାଙ୍କର ଆକସ୍ମିକ ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ଏବେ ସମସ୍ତେ ମର୍ମାହତ। 

ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ବଛା ହେବା ଦିନଠାରୁ ବେଶ୍ ଉତ୍ସାହିତ ଥିଲେ ଶ୍ରେୟସ। ପ୍ରତି ମୂହୁର୍ତ୍ତରେ ସାନ ଭାଇ କୃଷ୍ଣଙ୍କ ପାଖେ ପାଖେ ସେ ଥିଲେ। ଖେଳୁଥିଲେ, ବୁଲୁଥିଲେ ଅଭିନୟ ବି କରୁଥିଲେ। କେତେବେଳ ତବଲା ବଜାଉଥିଲେ ତ କେତେବେଳେ ଫୁଲଡ୍ରେସ୍ ରିହାର୍ଜ ବି କରୁଥିଲେ। ଶ୍ରେୟସଙ୍କ ପାଇଁ ବେଶ୍ ଖୁସିଥିଲେ ମା’ ଜୟନ୍ତ ପୁଜାରୀ। ହେଲେ ଏତେ କଅଁଳ ବୟସରୁ ଦଇବ ଯେ ଏମିତି ଡାକିନେବ ତାହା କେହି ଭାବି ନ ଥିଲେ। ଆଜି ବଳାରାମଙ୍କୁ ଝୁରୁଛି ବରଗଡ଼ କାନ୍ଦୁଛି ସମଗ୍ର ଗୋପପୁର।

Advertisment

(ରିପୋର୍ଟ-ଦୀପକ ଶର୍ମା, ବରଗଡ଼)

Dhanu Yatra Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ